୪୯୯ ଦିନରେ ବିଶ୍ବ ଭ୍ରମଣ

ୱାଶିଂଟନ୍‌: ଗ୍ରୀକ୍‌-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ମାଇକେଲ୍‌ ଜେର୍‌ଭୋସ ୪୯୯ ଦିନ ମଧ୍ୟରେ ବିଶ୍ୱର ୧୯୫ଟି ଦେଶ ଭ୍ରମଣ କରି ରେକର୍ଡ ସ୍ଥାପନ କରିଛନ୍ତି। ତେବେ ଏହି ଯାତ୍ରାର ଉଦ୍ଦେଶ୍ୟ କେବଳ ରେକର୍ଡ ସ୍ଥାପନ କରିବା ନ ଥିଲା ବୋଲି ଜେର୍‌ଭୋସ୍‌ କହିଛନ୍ତି। ବିଶ୍ୱବ୍ୟାପୀ ବିଭିନ୍ନ ଦେଶର ଲୋକେ ସେମାନଙ୍କ ଜୀବନର ସବୁଠାରୁ ଖୁସିର ଦିନ ବିଷୟରେ କ’ଣ ଭାବନ୍ତି ତାହା ସେ ଏହି ଯାତ୍ରା ଯୋଗେ ଜାଣିବାକୁ ଚାହିଁଥିଲେ। ତେଣୁ ଏହି ଯାତ୍ରାରେ ସେ ଭେଟିଥିବା ପ୍ରତ୍ୟେକ ଲୋକଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରିଥିଲେ। ଏହି ପ୍ରଶ୍ନ ଥିଲା, ଆପଣଙ୍କ ଜୀବନର ସବୁଠାରୁ ଖୁସିର ଦିନ କ’ଣ ଥିଲା ଏବଂ ଏହାର କାରଣ କ’ଣ।
୨୦୨୩ରେ ତାଙ୍କର ଏହି ବିଶ୍ୱ ଭ୍ରମଣ ଯାତ୍ରା ଆରମ୍ଭ କରିଥିଲେ। ସେ ଏହି ଯାତ୍ରାକୁ ପ୍ରୋଜେକ୍ଟ କୋସ୍ମୋସ୍‌ର ନାମ ଦେଇଥିଲେ, ଯାହା ଅଧୀନରେ ସେ ସାରା ବିଶ୍ୱର ଲୋକଙ୍କୁ ତାଙ୍କ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ବିଷୟରେ ପଚାରିଥିଲେ। ଏହି ଯାତ୍ରାରେ ସେ ଅନେକ ସଂଖ୍ୟାରେ ଫେସ୍‌ ଟୁ ଫେସ୍‌ ଇଣ୍ଟରଭ୍ୟୁ ନେଇଥିଲେ। ତାଙ୍କର ଅନେକ ସାକ୍ଷାତ୍‌କାର ଖୁବ୍‌ ଆକର୍ଷଣୀୟ ଏବଂ ପ୍ରେରଣାଦାୟକ ଥିଲା ବୋଲି ନିକଟରେ ମିରର୍‌ ୱେବସାଇଟ୍‌ ସହ ଆଲୋଚନା ବେଳେ ଜେର୍‌ଭୋସ ପ୍ରକାଶ କରିଛନ୍ତି।
କହିଛନ୍ତି, ଫିନ୍‌ଲାଣ୍ଡର ଲୋକମାନେ ସେମାନଙ୍କ ଖୁସି ବିଷୟରେ କହିବାକୁ ବେଶୀ ସଙ୍କୋଚ କରୁଥିଲେ। ସେଠାକାର ଲୋକେ ବାହ୍ୟଜଗତ ସହ ଅଧିକ ଜଡିତ ରହିଥିଲେ ମଧ୍ୟ ନିଜ ଭାବନା ପ୍ରକାଶ କରିବାରେ ସଙ୍କୋଚ କରୁଥିବା ନେଇ ସେ ଅନୁଭବ କରିଥିଲେ। ସେହିପରି ଜାପାନର ରାଜଧାନୀ ଟୋକିଓରେ ତାଙ୍କର ଏକ ଅଜବ ଅଭିଜ୍ଞତା ହୋଇଥିଲା ବୋଲି ଜେର୍‌ଭୋସ କହିଛନ୍ତି। ଟୋକିଓ ଏକ ଅତ୍ୟାଧୁନିକ ସହର ହୋଇଥିବା ମନରେ ଭାବି ସେ ସେଠାକୁ ଯାଇଥିଲେ। କିନ୍ତୁ ସେଠାକାର ଲୋକମାନେ ନିଜ ନିଜ ଦ୍ରୁତଗତିର ଜୀବନଶୈଳୀରେ ଏକଲାପଣ ଏବଂ ମାନସିକ ଭାବେ କ୍ଳାନ୍ତ ଅନୁଭବ କରୁଥିବା ସେ ଅନୁଭବ କରୁଥିଲେ। ସେଠାକାର ଲୋକେ କେବଳ ବଡ଼ ଘଟଣା କିମ୍ବା ସଫଳତାରେ ନୁହେଁ, ବରଂ ଛୋଟ ଛୋଟ ମୁହୂର୍ତ୍ତରେ ମଧ୍ୟ ଖୁସି ଖୋଜିଥାନ୍ତି ବୋଲି ଜେର୍‌ଭୋସ କହିଛନ୍ତି। ବୟସ ସହ ଲୋକଙ୍କ ଖୁସିର ପରିଭାଷାରେ ମଧ୍ୟ ପରିବର୍ତ୍ତନ ଆସିଥାଏ, ତାହା ସେ ଏହି ଯାତ୍ରାରୁ ଅନୁଭବ କରିଥିବା ଜେର୍‌ଭୋସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତରପ୍ରଦେଶ ରାଜନୀତିରେ ବଡ଼ ହଲଚଲ: ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ…

ନୂଆଦିଲ୍ଲୀ, ୧୦।୯: ବହୁଜନ ସମାଜ ପାର୍ଟି (BSP)ରେ ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ଘୋଷଣା କରିଛନ୍ତି ଅଶୋକ ସିଦ୍ଧାର୍ଥ। BSP ସୁପ୍ରିମୋ ମାୟାବତୀଙ୍କ ଭଣଜା…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା; ଅଙ୍ଗନବାଡ଼ି କର୍ମୀଙ୍କ ୧୨ହଜାର ଯାଏ ବଢିଲା ଦରମା, ଆଉ ସହାୟିକାଙ୍କୁ…

ନୂଆଦିଲ୍ଲୀ,୧୦।୯: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକାମାନଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଉପହାର ଦେଇଛନ୍ତି। ଅଙ୍ଗନୱାଡ଼ି କର୍ମୀମାନଙ୍କର ମାସିକ ପାରିଶ୍ରମିକ…

ଗ୍ରାହକଙ୍କୁ ଆପଲର ବଡ଼ ଝଟକା! ୧୭ ହଜାର ମହଙ୍ଗା ହେଲା iPhone 17, 17e ସହ…

ନୂଆଦିଲ୍ଲୀ, ନିକଟରେ ଆପଲ (Apple) ନିଜର ନୂଆ ଆଇଫୋନ ୧୮ ପ୍ରୋ ସିରିଜ (iPhone 18 Pro Series) ଏବଂ ପ୍ରଥମ ଫୋଲ୍ଡେବଲ ଫୋନ ଆଇଫୋନ ଡୁଓ…

ଲଞ୍ଚ ହେଲା iPhone 18 Pro- Pro Max: ଦାମ୍‌, ଫିଚର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୯: Apple ନିଜର ସେପ୍ଟେମ୍ବର ଲଞ୍ଚ ଇଭେଣ୍ଟରେ iPhone 18 Pro ଓ iPhone 18 Pro Maxକୁ ବଜାରକୁ ଆଣିଛି। ନୂଆ Pro ମଡେଲର କ୍ୟାମେରା,…

ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ

ନୂଆଦିଲ୍ଲୀ,୧୦ା୯: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍‌ଙ୍କୁ ସୁପ୍ରିମକୋର୍ଟ…

ସକାଳୁ ସକାଳୁ ତେଲ ବଜାରରେ ହଲଚଲ, ପେଟ୍ରୋଲକୁ ନେଇ ଆସିଲା ବଡ଼ ଅପଡେଟ୍‌!

ନୂଆଦିଲ୍ଲୀ,୧୦।୯: ଅନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ (ଅଶୋଧିତ ତେଲ)ର ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୧୦୦ ଡଲାର ପାର୍‌ କରିଛି। ଏହାଯୋଗୁଁ ଭାରତୀୟ ତୈଳ ବିପଣନ କମ୍ପାନୀଗୁଡ଼ିକର…

ଜେଲେନସ୍କିଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ! ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି, ସୁରକ୍ଷାରେ ବଡ଼ ତ୍ରୁଟି

ଓସ୍ଲୋ: ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ବିମାନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଥିବା ଖବର ସାମ୍ନାକୁ ଆସିଛି। ମୋଲଦୋଭାରୁ ନରୱେ ଯାଉଥିବା ସମୟରେ ତାଙ୍କ ବିମାନ…

୬ଷ୍ଠ ଶ୍ରେଣୀ ପିଲାଙ୍କୁ ତ୍ରିଭାଷା ନୀତିରେ କୋହଳ କର : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୦।୯: ସିବିଏସ୍‌ଇର ତ୍ରିଭାଷା ନୀତିକୁ ନେଇ ଚାଲିଥିବା ମାମଲାରେ ସୁପ୍ରିମକୋର୍ଟ ଚଳିତ ଶିକ୍ଷାବର୍ଷ ପାଇଁ ୬ଷ୍ଠ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଏହି ନୀତିରୁ ବାଦ୍‌ ଦେବାକୁ ବିଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri