ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ସଜାଗ

ଖୋର୍ଦ୍ଧା,୧୯ା୧୧(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ’ର ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲା ଅଧୀନରେ ଥିବା ୭ଟି ଅଗ୍ନିଶମ କେନ୍ଦ୍ରରେ ସମସ୍ତ କର୍ମଚାରୀ, ଆବଶ୍ୟକୀୟ ଯନ୍ତ୍ରପାତି ଓ ଯାନବାହନକୁ ପ୍ରସ୍ତୁତ ରଖାଯାଇଛି। ଏଥିସହ ଜରୁରୀ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲା ମୁଖ୍ୟାଳୟରେ ଦୁଇଟି ଅତିରିକ୍ତ ଟିମ୍‌ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ବାତ୍ୟା ସମୟରେ ରାସ୍ତା ଅବରୋଧ ହେଲେ ତାହାକୁ ତୁରନ୍ତ ହଟାଇବା ଏବଂ ରାସ୍ତା ଉପରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ କାଟି ଯାତାୟାତ ସ୍ବାଭାବିକ କରିବା ବିଭାଗର ପ୍ରାଥମିକତା ରହିବ। ଏଥିସହ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ଏବଂ ପ୍ରଶାସନର ରିଲିଫ କାର୍ଯ୍ୟରେ ଅଗ୍ନିଶମ ବିଭାଗ ସକ୍ରିୟ ସହଯୋଗ କରିବ।

ଉଦ୍ଧାର କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଆସ୍କା ଲାଇଟ୍‌, ଲାଇଫ ବୟ ଜ୍ୟାକେଟ, ପାଣି ନିଷ୍କାସନ ପମ୍ପ ସମେତ ସମସ୍ତ ଆଧୁନିକ ଯନ୍ତ୍ରପାତି ପ୍ରସ୍ତୁତ ରଖାଯାଇଛି।  ଏଥିସହ ଉଦ୍ଧାର କାର୍ଯ୍ୟ ପାଇଁ କଟର ମେଶିନ ମଧ୍ୟ ଉପଲବ୍ଧ ରହିଛି। ଜରୁରୀକାଳିନ ସହାୟତା ଆବଶ୍ୟକ ହେଲେ ଜନସାଧାରଣ ୧୧୨ ନମ୍ବରକୁ ଫୋନ୍‌ କରିପାରିବେ। ଖବର ପାଇବା ମାତ୍ରେ ଅଗ୍ନିଶମ ଟିମ୍‌ ତ୍ୱରିତ ଘଟଣାସ୍ଥଳରେ ପହଞ୍ଚି ସେବା ଯୋଗାଇଦେବ। ଏଥିପାଇଁ ୨୪ ଘଣ୍ଟିଆ ଟିମ୍‌ ସଜାଗ ରହିଥିବାବେଳେ ନିୟନ୍ତ୍ରଣ କକ୍ଷ (କଣ୍ଟ୍ରୋଲ ରୁମ) ମଧ୍ୟ କାର୍ଯ୍ୟକ୍ଷମ ଓ ପ୍ରସ୍ତୁତ ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବାତ୍ୟାଜନିତ ଯେକୌଣସି ଜରୁରୀ ପରିସ୍ଥିତିରେ ତ୍ୱରିତ ପଦକ୍ଷେପ ନେବାକୁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ସଜାଗ ରହିଥିବା ଖୋର୍ଦ୍ଧା ଅଗ୍ନିଶମ କେନ୍ଦ୍ରର ଷ୍ଟେଶନ ଅଧିକାରୀ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୭୫ ବର୍ଷ ବୟସରେ ବିଧାୟକଙ୍କ ପରଲୋକ, ରାଜ୍ୟରେ ଶୋକ

ଚେନ୍ନାଇ,୧୯ା୧୧: ତାମିଲନାଡୁର ରାଜନୀତିରୁ ଆସିଛି ଦୁଃଖଦ ଖବର । ଟିଭିକେ (TVK) ବିଧାୟକ ଭି.ଏସ୍‌. ବାବୁଙ୍କର ଗୁରୁବାର ପରଲୋକ ହୋଇଛି । ଚେନ୍ନାଇସ୍ଥିତ MGM ହେଲ୍‌ଥକେୟାର ହସ୍ପିଟାଲରେ…

WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ବାଂଲାଦେଶକୁ ହରାଇ ନମ୍ବର-୧ ହେଲା ଦକ୍ଷିଣ ଆଫ୍ରିକା, ଭାରତ-ନ୍ୟୁଜିଲାଣ୍ଡକୁ ଝଟ୍‌କା!

ନୂଆଦିଲ୍ଲୀ,୧୯।୧୧: ଜୋହାନ୍ସବର୍ଗରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୯ ଉଇକେଟ୍‌ରେ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମ ଇନିଂସରେ…

ପୁଣି ଥରେ ତେଜିଲା ବଲ-ଟ୍ୟାମ୍ପରିଂ ବିବାଦ; କ୍ୟାମେରନ ବ୍ୟାନକ୍ରଫ୍ଟଙ୍କ ଦାବିର ଜବାବ ଦେଲେ ପ୍ୟାଟ କମିନ୍ସ

ନୂଆଦିଲ୍ଲୀ,୧୯।୧୧: ୨୦୧୮ ମସିହାର ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ସମୟରେ ଘଟିଥିବା ‘ବଲ-ଟ୍ୟାମ୍ପରିଂ’ (ball-tampering) ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଉସମାନ…

ଗାୟତ୍ରୀ ମନ୍ତ୍ର ପାଠ କଲେ ପ୍ରିୟଙ୍କାଙ୍କ ଝିଅ: ଭିଡିଓ ଦେଖି ଫ୍ୟାନ୍ସ କହିଲେ…

ବଲିଉଡ୍‌ର ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ନିଜ କାମ ସହ ପରିବାରକୁ ମଧ୍ୟ ସମୟ ଦେଉଛନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ନିଜ ଜୀବନର କିଛି ସୁନ୍ଦର…

ଆୟୁଷ୍ମାନ କାର୍ଡଧାରୀଙ୍କ ପାଇଁ ଖୁସି ଖବର: ନୂଆ ପ୍ୟାକେଜରେ କଭର ହେବ ଏହି ସବୁ ରୋଗ, କାର୍ଡ ଥିଲେ ଜାଣିରଖନ୍ତୁ..

ନୂଆଦିଲ୍ଲୀ,୧୯।୧୧: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PM-JAY)ର ହିତାଧିକାରୀଙ୍କ ପାଇଁ ଖୁସି ଖବର। ଏହି ଯୋଜନା ଅଧୀନରେ ସରକାରୀ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ସୁବିଧାର ପରିସର…

ଭାରତୀୟ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଚହଲ ; ଟି-୨୦ କ୍ରିକେଟରେ ଏଭଳି ସଫଳତା ହାସଲ କରିବାରେ ଭାରତୀୟ ଦଳର ପ୍ରଥମ ବୋଲର

ନୂଆଦିଲ୍ଲୀ,୧୯।୧୧: ଭାରତର ଅଭିଜ୍ଞ ଲେଗ-ସ୍ପିନର ୟୁଜବେନ୍ଦ୍ର ଚହଲ ଇତିହାସ ପୃଷ୍ଠାରେ ନିଜ ନାମ ଲିପିବଦ୍ଧ କରିଛନ୍ତି। ସେ ଟି-୨୦ କ୍ରିକେଟରେ ୪୦୦ ୱିକେଟ ନେବାରେ ପ୍ରଥମ ଭାରତୀୟ…

ଅକ୍ବାନ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ବିଭୂତି ଜେନା; ଗଞ୍ଜାମରେ ହାଇଆଲର୍ଟ, ୮୪ ହଜାରରୁ ଊର୍ଦ୍ଧ୍ୱ ଲୋକ ସ୍ଥାନାନ୍ତର

ଛତ୍ରପୁର,୧୯ା୧୧( ଦିଲ୍ଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ଅକ୍ବାନର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି…

ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ ତତ୍ପର: ଚାଷୀଙ୍କୁ ସଚେତନ କଲା କୃଷି ବିଜ୍ଞାନ କେନ୍ଦ୍ର, ରାତି ଉଜାଗର ପରେ…

ଭଞ୍ଜନଗର,୧୯ା୧୧(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ମୁକାବିଲା କରିବା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ସମେତ ସମସ୍ତ ବିଭାଗ ତତ୍ପର ହୋଇପଡ଼ିଛନ୍ତି। ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?