ବାତ୍ୟା ‘ଅକ୍ୱାନ’ ମୁକାବିଲା ପ୍ରସ୍ତୁତି: ବାତ୍ୟା ଆଶ୍ରୟସ୍ଥଳ ବୁଲି ଦେଖିଲେ ବରିଷ୍ଠ ଆଇଏଏସ ଅଧିକାରୀ

ଦାରିଙ୍ଗବାଡ଼ି, ୧୯।୧୧ (ଅରୁଣ ସାହୁ): ବାତ୍ୟା ‘ଅକ୍ୱାନ’ର ପ୍ରଭାବରେ କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ଗୁରୁବାର ସକାଳଠାରୁ କୋହଲା ପାଗ ସହ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ଧୀରେ ଧୀରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି। ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ବିଶେଷକରି ଦୁର୍ଗମ, ପାହାଡ଼ିଆ ଓ ସମ୍ଭାବ୍ୟ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପଞ୍ଚାୟତ ମୁଖ୍ୟାଳୟରେ ଥିବା ସ୍କୁଲ, ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଓ ଏସଏସ୍‌ଡି ସ୍କୁଲଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯାଉଛି। ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ଖବର ଲେଖାଯିବା ସୁଦ୍ଧା ମୋଟ ୪୪ଟି ଆଶ୍ରୟସ୍ଥଳରେ ୪ ହଜାର ୧୨୪ ଜଣଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର କନ୍ଧମାଳ ଜିଲାର ଦାୟିତ୍ୱ ବରିଷ୍ଠ ଆଇଏଏସ ଅଧିକାରୀ ତଥା ତତ୍କାଳୀନ କନ୍ଧମାଳ ଜିଲାପାଳ ଭୂପିନ୍ଦର ସିଂ ପୁନିଆଙ୍କୁ ଦେଇଛନ୍ତି। ଏହି କ୍ରମରେ ସେ ଦାରିଙ୍ଗବାଡ଼ି ବ୍ଲକ ଗସ୍ତ କରି ବାତ୍ୟାରେ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଓ ଭୂସ୍ଖଳନ ଆଶଙ୍କା ଥିବା ସ୍ଥାନଗୁଡ଼ିକ ପରିଦର୍ଶନ କରିଥିଲେ। ବାଡ଼ାବାଙ୍ଗା ପଞ୍ଚାୟତ ସମେତ ଦାରିଙ୍ଗବାଡ଼ିର ବିଭିନ୍ନ ଆଶ୍ରୟସ୍ଥଳ ଓ ଗାଁକୁ ଯାଇ ସେ ଲୋକଙ୍କ ସହ ଆଲୋଚନା କରିଥିଲେ।

ପରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଓ ତହସିଲଦାର ଧୀରଜ ପାତ୍ରଙ୍କ ସହ ବାତ୍ୟା ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୁତି ଓ ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ସେ ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ବରିଷ୍ଠ ଆଇଏଏସ ଅଧିକାରୀ ଭୂପିନ୍ଦର ସିଂ ପୁନିଆଙ୍କ ସହ ପ୍ରୋବେସନରି ଆଇଏଏସ ଅଧିକାରୀ ଯଶକରନ ସିଂ ମଧ୍ୟ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଧମକ ଦେଇଥିବା ପାକିସ୍ତାନୀ ମନ୍ତ୍ରୀ ମୁସାଦିକ ଆସୁଛନ୍ତି ଦିଲ୍ଲୀ, ଜାଣନ୍ତୁ ସେ କ’ଣ କହିଥିଲେ…

ଇସଲାମାବାଦ/ନୂଆଦିଲ୍ଲୀ,୧୯।୧୧: ପାକିସ୍ତାନ ମନ୍ତ୍ରୀ ମୁସାଦିକ ମଲିକ, ଯିଏ ପୂର୍ବରୁ ଭାରତ ବିରୋଧରେ ଧମକ ଦେଇଥିଲେବର୍ତ୍ତମାନ ତାଙ୍କର ଆଗାମୀ ଭାରତ ଗସ୍ତ ଆଲୋଚନାର ବିଷୟ ପାଲଟିଛି। ସେ ପଡ଼ୋଶୀ…

ବାତ୍ୟା ଅକ୍ବାନ, ୯ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନେଲା ପ୍ରଶାସନ

ରାଜନଗର,୧୯ା୧୧ (ଭାସ୍କର ରାଉତରାୟ ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲାପାଳ…

‘ସେହୱାଗ’ ହୋଇଥିବାର ମୂଲ୍ୟ ଆର୍ଯ୍ୟବୀରଙ୍କୁ ଦେବାକୁ ପଡ଼ିଛି; କାହିଁକି ଏମିତି କହିଲେ ପିତା ବୀରେନ୍ଦ୍ର ସେହଓ୍ବାଗ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୯।୧୧: ବୀରେନ୍ଦ୍ର ସେହୱାଗ କ୍ରିଜରେ ଥିବାବେଳେ ନିର୍ଭୀକ ବ୍ୟାଟିଂ ପାଇଁ ଏବଂ ମାଇକ୍ରୋଫୋନ ସାମ୍ନାରେ ନିଜ ମତାମତକୁ ସ୍ପଷ୍ଟ ଓ ଖୋଲାଖୋଲି ଭାବେ ରଖିବା ପାଇଁ ଜଣାଶୁଣା;…

ରାଜସ୍ଥାନ ରୟାଲ୍ସରେ ଫାଟ! କାହିଁକି ରାଜସ୍ଥାନ ରୟାଲ୍ସ ଛାଡ଼ିବେ ଯଶସ୍ବୀ ଜୟସ୍ବାଲ? ବଡ଼ ଚର୍ଚ୍ଚା ପରେ KKR ଆଉ…

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ ରିଟେନସନ ପ୍ରକ୍ରିୟା ଶେଷ ହୋଇଥିଲେ ମଧ୍ୟ ରାଜସ୍ଥାନ ରୟାଲ୍ସ (RR) ଦଳରେ ଷ୍ଟାର ଓପନର ଯଶସ୍ୱୀ ଜୟସ୍ୱାଲଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଲାଗି ରହିଛି।…

ଏକାଠି ହେଲେ ବିଶ୍ୱର ତିନୋଟି ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର; ଟ୍ରମ୍ପ, ସି ଜିନପିଙ୍ଗ, ପୁଟିନଙ୍କ ମଧ୍ୟରେ ଐତିହାସିକ ବୈଠକ

ବେଜିଂ,୧୯।୧୧: ବିଶ୍ୱର ତିନି ପ୍ରମୁଖ ଶକ୍ତିଯୁକ୍ତରାଷ୍ଟ୍ର ଆମେରିକା, ଚାଇନା ଏବଂ ରୁଷିଆର ରାଷ୍ଟ୍ରମୁଖ୍ୟମାନେ ପ୍ରଥମ ଥର ପାଇଁ ଏକାଠି ଆଲୋଚନା ମେଜରେ ବସିଛନ୍ତି। ନଭେମ୍ବର ୧୯ରେ ଚାଇନାର…

IPL 2027 ନିଲାମରେ କେଉଁ ୧୦ ଜଣ ଖେଳାଳିଙ୍କୁ କେହି କିଣିବେ ନାହିଁ? ଏହି ଖେଳାଳିମାନେ ନିଶ୍ଚିତ ଭାବରେ ରହିବେ ଅନସୋଲ୍ଡ!

ନୂଆଦିଲ୍ଲୀ,୧୯।୧୧: IPL 2027 ପାଇଁ ଖେଳାଳିଙ୍କୁ ନିଜ ଦଳରେ ରଖିବା (retention) ପ୍ରକ୍ରିୟା ଶେଷ ହେବା ପରେ, ଏବେ ସମସ୍ତଙ୍କ ନଜର ନିଲାମ ଉପରେ ରହିଛି। IPL…

୭୫ ବର୍ଷ ବୟସରେ ବିଧାୟକଙ୍କ ପରଲୋକ, ରାଜ୍ୟରେ ଶୋକ

ଚେନ୍ନାଇ,୧୯ା୧୧: ତାମିଲନାଡୁର ରାଜନୀତିରୁ ଆସିଛି ଦୁଃଖଦ ଖବର । ଟିଭିକେ (TVK) ବିଧାୟକ ଭି.ଏସ୍‌. ବାବୁଙ୍କର ଗୁରୁବାର ପରଲୋକ ହୋଇଛି । ଚେନ୍ନାଇସ୍ଥିତ MGM ହେଲ୍‌ଥକେୟାର ହସ୍ପିଟାଲରେ…

WTC ପଏଣ୍ଟ ଟେବୁଲରେ ବଡ଼ ହଲଚଲ: ବାଂଲାଦେଶକୁ ହରାଇ ନମ୍ବର-୧ ହେଲା ଦକ୍ଷିଣ ଆଫ୍ରିକା, ଭାରତ-ନ୍ୟୁଜିଲାଣ୍ଡକୁ ଝଟ୍‌କା!

ନୂଆଦିଲ୍ଲୀ,୧୯।୧୧: ଜୋହାନ୍ସବର୍ଗରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ୯ ଉଇକେଟ୍‌ରେ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚରେ ବାଂଲାଦେଶ ପ୍ରଥମ ଇନିଂସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?