ରାଜନଗର,୧୯ା୧୧ (ଭାସ୍କର ରାଉତରାୟ ): ବଙ୍ଗୋପସାଗରରେ ସୃଷ୍ଟି ସମ୍ଭାବ୍ୟ ବାତ୍ୟା ଅକ୍ବାନକୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟରଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ବ୍ଲକ ସାଗର କୂଳରେ ବସବାସ କରୁଥିବା ପେଣ୍ଠ, ଏଣ୍ଡୁଳପୁର, ପ୍ରହାରାଜପୁର, ପରିପଙ୍ଗରା, କାଠ ପଙ୍ଗରା, ସାତଭାୟା ମୂଳ ବାସିନ୍ଦା ଭାବେ ବାଲି ପାହାଡ଼ ତଳେ ଥଇଥାନରୁ ବଞ୍ଚିତ ପନ୍ଦର ପରିବାର ଏବଂ ବାଉଁଶଗଡି ନଦୀ କୂଳେ ରହିଥିବା ମଗରକନ୍ଦା ଗ୍ରାମର ମୋଟ ୯ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ମଗରକନ୍ଦା ୨ ଶହ ପରିବାରଙ୍କୁ ସମୁଦ୍ର କୂଳରୁ ବାତ୍ୟା ଆଶ୍ରୟ କେନ୍ଦ୍ରକୁ ନେଉଛି ପ୍ରଶାସନ ।

ବ୍ଲକ ପ୍ରଶାସନ, ବିଡ଼ିଓ ଅଶୋକ ମହାନ୍ତି, ତହସିଲଦାର ଯୀଶୁଖ୍ରୀଷ୍ଟ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନାନ୍ତରିତ କାର୍ଯ୍ୟ ଜାରି ରହିଛି । ତେବେ ବାତ୍ୟା ଅକ୍ବାନ ଗତିପଥ ବଦଳାଇ ଥିବାରୁ ସମୁଦ୍ର କୂଳିଆ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

