ମହାକାଳପଡ଼ା,୧୯ା୧୧(ପ୍ରତାପ ଚନ୍ଦ୍ର ସ୍ୱାଇଁ): ମାଡ଼ି ଆସୁଛି ବାତ୍ୟା ଅକ୍ବାନ । ଏହାକୁ ମୁକାବିଲା ପାଇଁ ରାଜ୍ୟ ସରକାର ଉପକୂକ ଅଞ୍ଚଳରେ ଆଲର୍ଟ ଜାରି କରିଛନ୍ତି । ଏ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରି ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେଶନକୁ ତୋରାନ୍ୱିତ କରିଛନ୍ତି।

ବିଶେଷ କରି ସମୁଦ୍ର ଉପକୂଳ ଅଞ୍ଚଳର ତଳିଆ ଅଞ୍ଚକ ଲୋକଙ୍କୁ ସେଲଟର ଆଶ୍ରୟ ସ୍ଥଳରେ ଥଇଥାନ କରି ରନ୍ଧା ଖାଦ୍ୟ ଯୋଗାଇ ଦେଇଛନ୍ତି। ପ୍ରଶାସନର କାର୍ଯ୍ୟ ସମୀକ୍ଷା ପାଇଁ ମହାକାଳପଡ଼ା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ଼ ଦୁର୍ଗା ପ୍ରସନ ନାୟକ ଗୁରୁବାର ଅପରାହ୍ନରେ ରାମନଗର, ଖରିନାସି ଓ ପେଟଛେଲା ପଞ୍ଚାୟତ ଆଶ୍ରୟସ୍ଥଳୀରେ ଜନଜାତି ଲୋକଙ୍କୁ ଭେଟି ଦୁଃଖସୁଖ ବୁଝିଥିଲେ ।
ବାତ୍ୟାକୁ ଭୟ ନକରି ମୁକାବିଲା କରିବା ପାଇଁ ସାହସ ଦେଇଥିଲେ। ପ୍ରଶାସନିକ ଅଧିକାରୀ, ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ଠାରୁ ସମସ୍ତ ସହଯୋଗ ପଚାରି ବୁଝିବା ସହ ପ୍ରଶଂସା କରିଥିଲେ। ଏହି ଗସ୍ତ ସମୟରେ ବିଡିଓ ମନୋଜ କୁମାର ନାୟକ, ତହସିଲଦାର ରବି ନାରାୟଣ ଆଚାର୍ଯ୍ୟ, ନିର୍ବାହୀ ଅଧିକାରୀ ବିଜୟ କୁମାର ସେଠୀ, ହୃଷିକେଶ ସେଠୀ ଓ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ ।

