ପଦାରେ ପଡ଼ିଲା ଧାନବିକ୍ରି ସ୍ବଚ୍ଛତା: ଭୂମିହୀନଙ୍କ ନାମରେ ଧାନବିକ୍ରି

ବରଗଡ଼,୧୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦିନକ ପରେ ମାସେ ପୂରିବ। ହେଲେ ଏଠାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ଦୀର୍ଘଦିନ ଧରି ତାହା ପଡ଼ି ରହୁଛି। ସେହିପରି ଅନେକ ଚାଷୀଙ୍କୁ ମିଳିଥିବା ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ବାସ୍ତବତାଠାରୁ ବହୁ କମ୍‌ ରହିଥିବାବେଳେ ଭୂମିହୀନଙ୍କ ନାମରେ ଧାନବିକ୍ରି ହେଉଥିବା ନେଇ ଏକ ଗୁରୁତର ଅଭିଯୋଗ ହୋଇଛି। ଗୁରୁବାର ଏଭଳି ଅଭିଯୋଗ ନେଇ ବରଗଡ଼ ଜିଲା ସୋହେଲା ବ୍ଲକ ପାଣିମୋରା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଅଧିନରେ ରହିଥିବା ଅନେକ ଚାଷୀ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କୁ ସେମାନେ ଏ ନେଇ ଏକ ସ୍ମାରକପତ୍ର ପ୍ରଦାନ ସହିତ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ଉପରୋକ୍ତ ପାକ୍ସରେ ଚଞ୍ଚକତା କରି ଭୂମିହୀନ, ଗଭୀର ନଳକୂପ ଖୋଳି ନ ଥିବା ଏବଂ କେତେକଙ୍କ ଗଭୀର ନଳକୂପକୁ ବିଦ୍ୟୁତ୍‌ ସଂଯୋଗ ହୋଇ ନ ଥିବା ସତ୍ତ୍ୱେ ଲୋକଙ୍କୁ ଧାନବିକ୍ରି ପାଇଁ ପଞ୍ଜୀକୃତ କରାଯାଇଛି। ଏପରିକି ସମ୍ପୃକ୍ତ ଲୋକଙ୍କ ନାମରେ ଧାନବିକ୍ରି ଟୋକନ ଆସିଥିବାବେଳେ ସେମାନଙ୍କ ମଧ୍ୟରୁ ଅନେକଙ୍କ ନାମରେ ଧାନ ବିକ୍ରି ମଧ୍ୟ ହୋଇସାରିଛି। ଏପରିକି ଏଭଳି ଲୋକଙ୍କ ଏକାଧିକ ପରିବାର ସଦସ୍ୟଙ୍କ ନାମକୁ ସେଭଳି ପଞ୍ଜିକୃତ କରାଯାଇଛି ଏବଂ ସମସ୍ତଙ୍କ ନାମରେ ୬୫କୁଇଣ୍ଟାଲ ଲେଖାଏଁ ଧାନବିକ୍ରି ପାଇଁ ଟୋକନ ଆସିଛି। ଅନ୍ୟପଟେ ଅଞ୍ଚଳର ଚାଷୀମାନଙ୍କୁ ଧାନବିକ୍ରି ପାଇଁ ଯେଉଁ ଟୋକନ ମିଳିଛି, ସେଥିରେ ବହୁ କମ୍‌ ପରିମାଣରେ ବିକ୍ରିଯୋଗ୍ୟ ଧାନ ପରିମାଣ ଉଲ୍ଲେଖ ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ତେବେ ଏହି ଧାନବିକ୍ରି କେଳେଙ୍କାରୀରେ ଅଞ୍ଚଳରେ ଏକ ବଡ଼ ର଼୍ୟାକେଟ୍‌ କାମ କରୁଥିବାବେଳେ ଏଥିରେ କେତେକ ବିଭାଗୀୟ ଅଧିକାରୀ, କର୍ମଚାରୀ ଏବଂ ଧାନ ବେପାରୀଙ୍କ ହାତ ମଧ୍ୟ ରହିଥିବା ଅଭିଯୋଗ ହୋଇଛି। ଧାନବିକ୍ରିରେ ଏଭଳି ଜାଲିଆତି ଧାନ ସଂଗ୍ରହ ପ୍ରକ୍ରିୟାର ସ୍ବଚ୍ଛତାକୁ ପଦାରେ ପକାଇ ଦେଇଛି ବୋଲି ଚାଷୀମାନେ କହିଛନ୍ତି।
ଏହି ଘଟଣା ପଦାକୁ ଆସିବା ପରେ ସମ୍ପୃକ୍ତ ପାକ୍ସର ସମ୍ପାଦକ ଏବଂ ଆକାଉଣ୍ଟାଣ୍ଟକୁ ନିଲମ୍ବିତ କରାଯାଇଛି। ମାତ୍ର ଏଥିରେ ଆହୁରି କର୍ମଚାରୀଙ୍କ ସମ୍ପୃକ୍ତି ଥିବାବେଳେ ଏଭଳି ଜାଲିଆତି ଅନ୍ୟ କେତେକ ପାକ୍ସକୁ ମଧ୍ୟ ବ୍ୟାପିଥିବା ଚର୍ଚ୍ଚା ଚାଲିଛି। ଫଳରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ସମ୍ପୃକ୍ତ କର୍ମଚାରୀ ଏବଂ ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆ, ସୋହେଲା ବ୍ଲକ ସଭାପତି ସୁରେନ୍ଦ୍ର ମେହେର, ତପୋବନ୍ତ ନାୟକ, ଅଶ୍ୱିନୀ ପ୍ରଧାନ, ମୁକୁନ୍ଦ ପ୍ରଧାନ, ସୁରସେନ ବାରିକ, ସୌମ୍ୟରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri