ଧାନ କିଣାବିକାରେ ରହୁନି ସ୍ବଚ୍ଛତା

ନୟାଗଡ଼ ଅଫିସ,୧୪ା୧୧: ନୟାଗଡ଼ ଜିଲାରେ ଧାନ କିଣାବିକାରେ ସ୍ବଚ୍ଛତା ରହୁନାହିଁ। ୨୦୧୯-୨୦ ଆର୍ଥିକ ବର୍ଷର ସ୍ଥିତି ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେବ। ଚଳିତବର୍ଷ ଏହି ଅନିୟମିତତା ରୋକା ନ ଗଲେ କଂଗ୍ରେସ ଓ ଭାଜପା ଆନ୍ଦୋଳନ କରିବାକୁ ଧମକ ଦେଇସାରିଲେଣି। ବର୍ତ୍ତମାନ ସୁଦ୍ଧା ଜିଲାରେ ଧାନମଣ୍ଡି ଖୋଲିନାହିଁ। ଏହାକୁ ସୁଯୋଗ ମନେକରି ଦଲାଲ ସକ୍ରିୟ ହୋଇଉଠିଛନ୍ତି। ସେମାନେ ଗାଁ ଗାଁରେ ବୁଲି ଧାନ କିଣିବା ଆରମ୍ଭ କଲେଣି।
ଭାଟସାହିର କୁଳମଣି ବେହେରା, ରାମଚନ୍ଦ୍ର ସାମନ୍ତରାୟ କୁହନ୍ତି, ଜିଲାର ଅଧିକାଂଶ ପ୍ରାଥମିକ କୃଷି ସମବାୟ ସମିତି ଅଧୀନରେ ଗତବର୍ଷ ଧାନ କିଣାବିକାରେ ଦୂୁର୍ନୀତି ହୋଇଥିଲା। ଚାଷୀମାନେ ଅଭିଯୋଗ କରିବା ପରେ କେତେଜଣ କର୍ମଚାରୀଙ୍କୁ ନିଲମ୍ବିତ କରି ଦାୟିତ୍ୱ ଶେଷ କରିଦିଆଗଲା। ହେଲେ ଚାଷୀ କିପରି ତା’ ଧାନ ବିକ୍ରି କରିବ ସେ ନେଇ ପଦକ୍ଷେପ ନିଆଗଲା ନାହିଁ। ଗଣିଆର ଡମ୍ବରୁ ପ୍ରଧାନ, ରଣପୁରର ସୁଦାମ ସାହୁ, ନୟାଗଡ଼ର ଅଭିମନ୍ୟୁ ବେହେରା ଓ ଦଶପଲ୍ଲାର ଭୀମ ନାୟକ କୁହନ୍ତି, ଚଳିତ ଖରିଫ ଋତୁରେ ଧାନ କିଣାବିକା ପାଇଁ ପଦକ୍ଷେପ ନାହିଁ। ଶୁଣାଯାଉଛି ଡିସେମ୍ବରରେ ଧାନକିଣା ହେବ। ହେଲେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁ ଚାଷୀ ବେପାରୀ ଓ ଦଲାଲଙ୍କୁ ଧାନ ବିକ୍ରି କରିବା ଆରମ୍ଭ କଲେଣି। ଜିଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ ଓ ଜିଲା ଭାଜପା ସଭାପତି ଲାଲା ମନୋଜ ରାୟ କୁହନ୍ତି, ଗତବର୍ଷ ଧାନ କିଣାବିକା ଦୁର୍ନୀତି ଯୋଗୁ ଚାଷୀ ଧାନ ବିକ୍ରି କରିପାରି ନ ଥିଲେ। ସରକାର ଚାଷୀଙ୍କୁ ଗୁରୁତ୍ୱ ଦେଉଥିବା ଡିଣ୍ଡିମ ପିଟୁଥିଲେ ମଧ୍ୟ ଏହି ଦୁର୍ନୀତିକୁ ରୋକାଯାଉ ନାହିଁ। ଚଳିତବର୍ଷ ଚାଷୀ ହଇରାଣ ହେବା ନଜରକୁ ଆସିଲେ ଆନ୍ଦୋଳନ କରାଯିବ। ନୟାଗଡ଼ ଏଆର୍‌ସିଏସ୍‌ ଭାସ୍କର ପାଣିଗ୍ରାହୀ କୁହନ୍ତି, ଧାନ କିଣାବିକାରେ ହୋଇଥିବା ଅନିୟମିତତା ନେଇ ଗତ ବର୍ଷ ନିଲମ୍ବିତ ୫ଜଣ କର୍ମଚାରୀଙ୍କୁ ରି ଇନ୍‌୍‌ଷ୍ଟେଡ କରାଯାଇ ନାହିଁ। ଧାନ କିଣାବିକାରେ ଅନିମୟିତତା ନଜରକୁ ଆସିଲେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜିଲା ଯୋଗାଣ ଅଧିକାରୀ ବ୍ରଜବନ୍ଧୁ ନାୟକ କୁହନ୍ତି, ଜିଲାରେ ଡିସେମ୍ବରରେ ଧାନ କିଣାବିକା କରାଯିବ। ଏ ନେଇ ଜିଲାସ୍ତରୀୟ ବୈଠକ ପରେ ପଦକ୍ଷେପ ନିଆଯିବ। ତେବେ ଚାଷୀ ଯେପରି ହଇରାଣ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri