ବ୍ୟବସାୟରେ ସ୍ବଚ୍ଛତା, ଉତ୍ପାଦରେ ଶୁଦ୍ଧତା ଜରୁରୀ

ମାତ୍ର ୩୫ବର୍ଷ ବୟସରେ ଜଣେ ସଫଳ ଯୁବ ଉଦ୍ୟୋଗୀର ପରିଚୟ ପାଇଛନ୍ତି ଜାଭେରୀ ଜେମ୍ସ ଆଣ୍ଡ ଜୁଏଲର୍ସର ମ୍ୟାନେଜିଂ ପାର୍ଟନର୍‌ ସଞ୍ଜିବ କୁମାର ସାହୁ। ସଞ୍ଜିବ ରେଭେନ୍‌ଶା କଲେଜରେ ଗ୍ରାଜୁଏଶନ୍‌ କରିବା ପରେ ଭୁବନେଶ୍ୱରରେ ଏମ୍‌ବିଏ ପଢ଼ିଥିଲେ। ପାଠପଢ଼ା ପରେ ପାରିବାରିକ ଗହଣା ବ୍ୟବସାୟରେ ଯୋଗଦେଇଥିଲେ। ଅଳଙ୍କାର ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାର ସ୍ବତନ୍ତ୍ର କାରିଗରିକୁ ସାରା ଦେଶରେ ପରିଚିତ କରାଇବା ପାଇଁ ଯୋଜନା ରଖିଥିବା ସଞ୍ଜିବଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର..

ପ୍ର- ବୃତ୍ତିଗତ ଯାତ୍ରା ସମ୍ପର୍କରେ କ’ଣ କହିବେ?
ଉ- ଆମେ ଜାତିରେ ବଣିଆ। ମୋ ଜେଜେବାପା ଓ ବାପା ୯୦ ଦଶକରେ ଭୁବନେଶ୍ୱରରେ ଛୋଟ ଗହଣା ଦୋକାନରୁ ବ୍ୟବସାୟ ଆରମ୍ଭ କରିଥିଲେ। ଏହାପରେ ୩ରୁ ୪ଟି ଦୋକାନ କରିଥିଲେ। ସେମାନଙ୍କୁ କାରିଗରି ବିଦ୍ୟା ଜଣାଥିଲା। ମୁଁ ସେମାନଙ୍କ ବ୍ୟବସାୟରେ ରୁଚି ରଖୁଥିବାରୁ ସୁନା, ରୁପା ପରଖିବାର କଳା ମୋତେ ବେଶ୍‌ ଭଲ ଜଣାଥିଲା। ୨୦୧୩ରେ ଏମ୍‌ବିଏ ପାସ୍‌ କରିବା ପରେ ଦେଶ ବିଦେଶର ବିଭିନ୍ନ ବ୍ୟବସାୟସ୍ଥଳ ବୁଲି ଗହଣା ବ୍ୟବସାୟକୁ ଅନୁଧ୍ୟାନ କରୁଥିଲି। ଓ୍ବେଷ୍ଟର୍ନ ଓ ପାରମ୍ପରିକ ଡିଜାଇନକୁ ନେଇ ଏକ ଗହଣା ପ୍ରତିଷ୍ଠାନ କରିବାକୁ ସ୍ଥିର କରିଥିଲି ଏବଂ ତାହା ହିଁ କଲି।
ପ୍ର- ଓଡ଼ିଶା ବଜାରରେ ସୁନା ଓ ହୀରା ଗହଣାର ଚାହିଦା କିପରି ରହିଛି?
ଉ- ଦେଶର ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକୁ ବାଦ୍‌ ଦେଲେ ଓଡ଼ିଶାରେ ସୁନା, ରୁପା ଓ ହୀରା ଗହଣାର ସବୁଠାରୁ ବେଶୀ ଚାହିଦା ରହିଛି। ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳରେ ସୁନା ବିକ୍ରି ବଢ଼ୁଛି। ବାହାର ଦେଶରୁ ଆମ ଦେଶକୁ ସର୍ବାଧିକ ପରିମାଣର ଇନ୍ଧନ ଓ ସୁନା ଆମଦାନୀ ହେଉଛି। ଏଥିରେ ଆଇଏନ୍‌ଆର ଡଲାର ତୁଳନାରେ ଦୁର୍ବଳ ହେଉଛି। ଡଲାର ବିନିମୟରେ ସୁନା ସହ ଇନ୍ଧନ ବା ଅଶୋଧିତ ତୈଳ ଆମଦାନୀ କରାଯାଉଛି। ଅଶୋଧିତ ତୈଳ ପେଟ୍ରୋଲିୟମ ଆଦି ପରିଣତ ହେଉଛି, ଯାହା କେବଳ ଧୂଆଁ ଦେଉଛି। ଅନ୍ୟପଟେ ସୁନା ଆମକୁ ପ୍ରଚୁର ଲାଭ ଦେଉଛି। ମାତ୍ର ତାହା ଗତ ୧୦ ବର୍ଷରେ ସୁନାର ମୂଲ୍ୟ ପ୍ରାୟ ୧୦ଗୁଣା ବଢ଼ିଛି। ୧୦ ବର୍ଷେ ତଳେ ୧୦ ହଜାରରେ କିଣିଥିବା ସୁନାର ମୂଲ୍ୟ ୧ଲକ୍ଷ ଟଙ୍କା। ଓଡ଼ିଶାର ଲୋକ ଏହି କଥାକୁ ଭଲ ଭାବେ ବୁଝିଛନ୍ତି। ତେଣୁ ସବୁବର୍ଗର ଲୋକ ସୁନାରେ ଅର୍ଥ ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
ପ୍ର- ସଫଳତାର ରହସ୍ୟ କ’ଣ, ଆଗକୁ କ’ଣ ଯୋଜନା ରହିଛି?
ଉ- ବ୍ୟବସାୟରେ ସ୍ବଚ୍ଛତା ଏବଂ ଉପତ୍ାଦରେ ଶୁଦ୍ଧତା ରକ୍ଷା କରିବା ଜରୁରୀ। ଏହା ହିଁ ଆମ ବ୍ୟବସାୟରେ ସଫଳତାର ମୂଳମନ୍ତ୍ର। ଘରେ ବୁଝାଉଥିଲେ ଅଳ୍ପରେ କିଛି କରିବା ପାଇଁ ଏବଂ ବହୁତ ବଡ଼ ଆଶାରେ ରିସ୍କ ନ ନେବା ପାଇଁ ପରାମର୍ଶ ଦେଉଥିଲେ। ମାତ୍ର ମୁଁ ସେତେବେଳେ ଚିନ୍ତା କରିଥିଲି ଏବେ ରିସ୍କ ନ ନେଲେ ଭବିଷ୍ୟତରେ କିଛି କରି ନ ପାରିବାର ପଶ୍ଚାତ୍ତାପ ରହିବ। ତେଣୁ ଏ ଦିଗରେ ଆଗକୁ ବଢ଼ିଥିଲି। ଜାଭେରୀ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡକୁ ସାରା ଦେଶରେ ପ୍ରତିଷ୍ଠିିତ କରିବା ଲକ୍ଷ୍ୟ ରହିଛି।
ପ୍ର- ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କେଉଁ ସବୁ ପନ୍ଥା ଆପଣେଇଥା’ନ୍ତି?
ଉ- ଗ୍ରାହକଙ୍କ ପାଇଁ ସବୁ ପ୍ରକାର ଗହଣା ଆମ ଶୋ’ରୁମ୍‌ରେ ଉପଲବ୍ଧ କରିବାକୁ ଚେଷ୍ଟା କରିଥାଏ। ଭିନ୍ନ ଭିନ୍ନ ମୂଲ୍ୟର ସ୍ବତନ୍ତ୍ର ଡିଜାଇନର ଛୋଟ ବଡ଼ ଗହଣା ରହିଛି। କେହି ଜଣେ ବି ଗ୍ରାହକ ଯେମିତି ଖାଲି ହାତରେ ନ ଫେରନ୍ତି, ସେଥିପ୍ରତି ଆମ କର୍ମଚାରୀ ଗୁରୁତ୍ୱ ଦିଅନ୍ତି। ଗ୍ରାହକଙ୍କ ସହ କେହି ବୟସ୍କ ବା ଶିଶୁ ଥିଲେ ତାଙ୍କୁ ପରିବାର ଭଳି ବ୍ୟବହାର କରାଯାଇଥାଏ। ମୁଁ ରାଜ୍ୟ ବାହାରକୁ ଯେତେବେଳେ ଯାଏ, ସେଠାରେ ଗହଣା ପ୍ରତିଷ୍ଠାନ ବୁଲି ଦେଖେ। କେଉଁ ପ୍ରକାର ଗହଣାର ଅଧିକ ଚାହିଦା ଅଛି ବା ଓଡ଼ିଶାରେ ଆଦୃତ ହୋଇପାରିବ ତାହା ଜାଣିବାକୁ ଚେଷ୍ଟା କରେ। ସବୁବେଳେ ଗ୍ରାହକଙ୍କ ଚିନ୍ତାଧାରା ବୁଝି ଅନୁରୂପ ସେବା ଯୋଗାଇଦେବାକୁ ପ୍ରାଥମିକତା ଦିଏ।
ପ୍ର- ଯୁବୋଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଯୁବୋଦ୍ୟୋଗୀମାନେ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ନ ଭାବି ପରସ୍ପର ସହ ବନ୍ଧୁତ୍ୱ ମନୋଭାବ ପୋଷଣ କରିବା ଦରକାର। ବିଶେଷକରି ଓଡ଼ିଆ କାରିଗର ହୁଅନ୍ତୁ ବା ବ୍ୟବସାୟୀ ସେମାନଙ୍କୁ କହିବାକୁ ଚାହିଁବି, ରାଜ୍ୟ ବାହାରୁ ଆସି ଆମ ରାଜ୍ୟରେ ଲାଭବାନ୍‌ ହେଉଛନ୍ତି। ଆମେ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ସ୍ବପ୍ନ ଦେଖୁନାହଁୁ। ଆମ କାରିଗରଙ୍କ ପାଖରେ ଯେଉଁ କଳା ଅଛି, ତାହା ଲୋକଲୋଚନକୁ ଆସିପାରୁ ନାହିଁ। ଯୁବ ଉଦ୍ୟୋଗୀମାନେ ଯେଉଁ ବି କ୍ଷେତ୍ରରେ ପାଦ ଦେଉଛନ୍ତି, ପ୍ରଥମେ ଭଲ ଭାବେ ଗବେଷଣା କରନ୍ତୁ ଓ ଉକ୍ତ କ୍ଷେତ୍ରର ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଓଡ଼ିଶାରେ ପର୍ଯ୍ୟାପ୍ତ କଞ୍ଚାମାଲ ରହିଛି। ଏହାକୁ ବିନିଯୋଗ କରି ଆମଦାନୀ ଅପେକ୍ଷା ରପ୍ତାନି ବୃଦ୍ଧି ପାଇଁ ଯୁବୋଦ୍ୟୋଗୀମାନେ ପ୍ରୟାସ କରିବେ। ଗହଣା କାରିଗର ବା ଉଦ୍ୟୋଗୀମାନଙ୍କ ପାଇଁ ଏକ ପ୍ରତିଷ୍ଠାନ କରିବା ସରକାରଙ୍କ ପାଖରେ ମଧ୍ୟ ମୋର ଏକ ଅନୁରୋଧ ରହିବ। ଏଠାରେ କାରିଗରମାନେ ପରସ୍ପରକୁ ଭେଟି ଜ୍ଞାନକୌଶଳ ବିନିମୟ କରିପାରିବେ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?