Posted inଜାତୀୟ

ମାଓବାଦୀଙ୍କ ସହିତ ଲଢ଼ିବେ କିନ୍ନର, ବସ୍ତର ଫାଇଟର୍ସରେ ୯ କିନ୍ନର କନଷ୍ଟେବଳ…

ରାୟପୁର, ୧୭।୮ : ଏବେ ମାଓବାଦୀଙ୍କ ସହିତ କିନ୍ନରମାନେ ଲଢ଼ିବେ। ଛତିଶଗଡର ମାଓବାଦୀ ପ୍ରଭାବିତ ବସ୍ତର ଜିଲାରେ ନିୟୋଜିତ ହେବାକୁ ଥିବା ରାଜ୍ୟ ପୋଲିସର ନୂତନ ସ୍ବତନ୍ତ୍ର ୟୁନିଟ ବସ୍ତର ଫାଇଟର୍ସରେ ୯ ଜଣ କିନ୍ନରଙ୍କୁ ଚୟନ କରାଯାଇଛି। ଏହି ସ୍ବତନ୍ତ୍ର ଫୋର୍ସରେ ୨୧୦୦ କନଷ୍ଟେବଳଙ୍କୁ ଚୟନ କରାଯାଇଛି। ପ୍ରଥମ ଥର ପାଇଁ ପୋଲିସ ବିଭାଗ ପକ୍ଷରୁ ମାଓବାଦୀ ପ୍ରବଣ ବସ୍ତର ରେଞ୍ଜରେ କିନ୍ନରଙ୍କୁ ନିଯୁକ୍ତ କରାଯାଇଛି। ପୋଲିସ ବିଭାଗ ଅନୁସାରେ ନିଯୁକ୍ତ କିନ୍ନରମାନେ ଆଦିବାସୀ ପ୍ରାଧାନ୍ୟ ଅଞ୍ଚଳରେ ପୋଲିସ ବ୍ୟବସ୍ଥାରେ ଏକ ନୂତନ ଦିଗ ଯୋଡିବେ। ବସ୍ତର ଫାଇଟର୍ସରେ ସେମାନଙ୍କ ଚୟନ ନେଇ କିନ୍ନରମାନେ ବେଶ୍‌ ଖୁସି ଅଛନ୍ତି।

ବସ୍ତର ରେଞ୍ଚ୍‌ ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ଚୟନ ହୋଇଥିବା ୯ ଜଣ କିନ୍ନରଙ୍କ ମଧ୍ୟରୁ ୮ ଜଣ କାଙ୍କେରର ଏବଂ ଜଣେ ବସ୍ତର ଜିଲାର। ବସ୍ତର ଫାଇଟର୍ସ ହେବା ପାଇଁ ସେମାନେ କଠିନ ପରିଶ୍ରମ ଏବଂ ନିଷ୍ଠା ସହିତ ପୋଲିସର ବୌଦ୍ଧିକ ଏବଂ ଶାରୀରିକ ପରୀକ୍ଷା ଦେଇଛନ୍ତି। ବସ୍ତର ଫାଇଟର୍ସ ପରୀକ୍ଷାର ଅନ୍ତିମ ଫଳାଫଳରେ ସେମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି।

ପୋଲିସ ନିଯୁକ୍ତି ନେଇ କିନ୍ନରମାନେ ଏକ ବାର୍ତ୍ତା ଦେଇଛନ୍ତି ଯେ ଯଦି ସେମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଆନ୍ତି, ତେବେ ପୁରୁଷ ଏବଂ ମହିଳାଙ୍କ ସହ କାନ୍ଧ କାନ୍ଧରେ ମିଳାଇ ଚାଲିପାରିବେ ଏବଂ ସେମାନେ ମଧ୍ୟ ଏକ ସମ୍ମାନଜନକ ଜୀବନ ପାଇବାକୁ ଯୋଗ୍ୟ।

ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଥିବା କିନ୍ନରମାନେ ହେଉଛନ୍ତି ଦିବ୍ୟା ନିଶାଦ, ଦାମିନୀ, ସନ୍ଧ୍ୟା, ସାନୁ, ରାନୀ ହିମାଂଶୀ, ରିୟା, ସୀମା ଏବଂ ବରଖା । ପୋଲିସ ଆଇଜି ସୁନ୍ଦରରାଜ ପି କହିଛନ୍ତି ଶାରୀରିକ ଦକ୍ଷତା, ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପରେ ଏହି ଚୟନ ତାଲିକା ଜାରି କରାଯାଇଛି।

ଦିବ୍ୟା ନିଶାଦ କହିଛନ୍ତି ଯେ ମୁଁ ଆଜି ବହୁତ ଖୁସି । ଏହି ଖୁସିକୁ ପ୍ରକାଶ କରିବାକୁ ମୋର କୌଣସି ଶବ୍ଦ ନାହିଁ। ଏହି ପରୀକ୍ଷା ପାଇଁ ମୁଁ ଏବଂ ମୋର ସମସ୍ତ ସହକର୍ମୀ ବହୁତ ପରିଶ୍ରମ କରିଥିଲୁ। ଏହା ଆମ ପାଇଁ ଏପରି ଏକ ସୁଯୋଗ ଥିଲା, ଯାହା ଆମ ଜୀବନକୁ ବଦଳାଇପାରେ, ତେଣୁ ସମସ୍ତେ ଦିନରାତି ପରିଶ୍ରମ କରିଥିଲେ।

ଜଗଦଲପୁରରୁ ମନୋନୀତ ହୋଇଥିବା ବରଖା କହିଛନ୍ତି ଯେ ଏହା ଏକ ଖବର ଯାହା ଏପର୍ଯ୍ୟନ୍ତ ବିଶ୍ୱାସ ହେଉ ନାହିଁ। କାରଣ ମୁଁ କେବେ ଭାବି ନ ଥିଲି ଯେ ମୁଁ ଏଭଳି ସମ୍ମାନ ଏବଂ ଚାକିରି ପାଇବି।

କିନ୍ନର ଅଧିକାର କର୍ମୀ ବିଦ୍ୟା ରାଜପୁତ ସୂଚନା ଦେଇଛନ୍ତି ଯେ ବସ୍ତର ଡିଭିଜନ, ବସ୍ତର, କାନକର, ଦନ୍ତେ ୱାଡା, ସୁକମା, ବିଜାପୁର, ନାରାୟଣପୁର ଏବଂ କୋଣ୍ଡାଗାଓଁର ୭ ଟି ଜିଲାରେ ବସ୍ତର ଫାଇଟର୍ସ ହେବା ପାଇଁ ୩୦୦ ଲେଖାଏଁ ପଦବୀକୁ ଅନୁମୋଦନ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୧୦୦ ପଦବୀ ମଧ୍ୟରୁ ନଅଟି କିନ୍ନରଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ନରମାନେ ନିଯୁକ୍ତି ପରୀକ୍ଷାରେ ସଫଳ ହୋଇଥିଲେ, ତେଣୁ ସାମାଜିକ କଲ୍ୟାଣ ଏବଂ ପୋଲିସ ବିଭାଗ ମଧ୍ୟ ସେମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ନିଯୁକ୍ତି ପ୍ରକ୍ରିୟାରେ, ଶାରୀରିକ ମାପ, ଡକ୍ୟୁମେଣ୍ଟ ପରୀକ୍ଷା, ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପରେ ଅନ୍ତିମ ଚୟନ ତାଲିକା ପ୍ରକାଶ ପାଇଥିଲା । ମନୋନୀତ କିନ୍ନରମାନେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ, ବସ୍ତର ଆଇଜି, କାଙ୍କେରର ସାମାଜିକ କର୍ମୀ ଲକ୍ଷ୍ମୀ ସହାରେ ଏବଂ ଜଗଦଲପୁରର ସମାଜସେବୀ ରେଖା ପରିଆଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?