୨ ବର୍ଷ ହେବ ଟ୍ରେନ୍‌ ଚଳାଚଳ ବନ୍ଦ: ରୁପ୍ରାରୋଡ ଷ୍ଟେଶନରେ ଆନ୍ଦୋଳନ

ରୁପ୍ରାରୋଡ,୧୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ରୁପ୍ରାରୋଡ ରେଳ ଷ୍ଟେଶନରେ ରେଳଯାତ୍ରୀ ସୁରକ୍ଷା ସମିତି, ରୁପ୍ରାରୋଡ ପକ୍ଷରୁ ରବିବାର ସକାଳୁ ଆନ୍ଦୋଳନ ଜାରି ରହିଛି। (୧୮୫୧୭- କୋରବା), (୧୮୫୧୮ – ବିଶାଖାପାଟଣା) ଭଳି ଅନେକ ଟ୍ରେନ୍‌ ୨ ବର୍ଷ ଧରି କରୋନା ସଂକ୍ରମଣ ଲାଗି ଚଳାଚଳ ବନ୍ଦ ରହିବା ସହ କେତେକ ଟ୍ରେନ ଷ୍ଟପେଜ ନ ଥିବାରୁ ଉକ୍ତ ଅଞ୍ଚଳର ଯାତ୍ରୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ପ୍ରତିବାଦରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଓ ଲକ୍ଷ୍ମୀନାରାୟଣ ଖେତାନଙ୍କ ନେତୃତ୍ୱରେ ଶତାଧିକ ଆନ୍ଦୋଳନକାରୀ ସକାଳୁ ରୁପ୍ରାରୋଡ ଷ୍ଟେଶନରେ ରେଳରୋକୋ କରି ଆନ୍ଦୋଳନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ଶନିବାର ରେଳବିଭାଗ ବରିଷ୍ଠ ଅଧିକାରୀ, ଜିଲା ପ୍ରଶାସନର ଅଧିକାରୀ, ନର୍ଲା ପୋଲିସ ଓ ରେଳଯାତ୍ରୀ ସୁରକ୍ଷା ସମିତିର କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ହୋଇଥିଲା। ତେବେ ବୈଠକରେ କୈାଣସି ସମାଧାନ ନ ହେବା ପରେ ରବିବାର ସକାଳୁ ଆନ୍ଦୋଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଜଳ ନିଷ୍କାସନ ଫେଲ୍‌, ବେହାଲ ବରଗଡ଼ ସହର

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ଫେଲ୍‌ ମାରିଛି। ସହରର ବିଭିନ୍ନ ସ୍ଥାନରେ ଏପର୍ଯ୍ୟନ୍ତ ଡ୍ରେନ୍‌(ନାଳ) ନିର୍ମାଣ ହୋଇପାରି ନାହିଁ। ସେହିପରି ଯେଉଁଠି ନାଳ ରହିଛି,…

ନାଗାବଳୀ ନଦୀରୁ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ନିଖୋଜର ୩ ଦିନ ପରେ ମିଳିଲା ପତ୍ତା

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡା ): ବିଦ୍ୟାଳୟରୁ ନିଖୋଜ ଥିବା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ ନାଗାବଳୀ ନଦୀରୁ ଉଦ୍ଧାର ହୋଇଛି । ମୃତ ଛାତ୍ରଜଣକ କାଶୀପୁର…

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri