ପୁରୀରୁ ଅଯୋଧ୍ୟାକୁ ଟ୍ରେନ୍‌ ଚଳାଚଳ କରାଯାଉ

ପୁରୀ, ୪ା୧(ଅଜିତ୍‌ ମହାନ୍ତି): ଶ୍ରୀଜଗନ୍ନାଥ ଧାମ ପୁରୀ ଏବଂ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି ଅଯୋଧ୍ୟା ମଧ୍ୟରେ ନୂଆ ଟ୍ରେନ ଚଳାଚଳ ପାଇଁ ପୁରୀ ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି। ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଏଥିପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ବସ୍ତିଆ ଚିଠିରେ ଉଲେଖ କରିଛନ୍ତି ଯେ, ପୁରୀ ଏବଂ ଅଯୋଧ୍ୟା ଦେଶର କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ। ଏହା ଭାରତ ବର୍ଷର ଦୁଇଟି ପ୍ରମୁଖ ତୀର୍ଥ ସ୍ଥାନ। ପୁରୀ ଏବଂ ଅଯୋଧ୍ୟା ମଧ୍ୟରେ ଟ୍ରେନ ଚଳାଚଳ କରାଗଲେ ଏହି ଦୁଇଟି ଧାର୍ମିକ, ଆଧ୍ୟାତ୍ମିକ ଏବଂ ଐତିହାସିକ ସ୍ଥାନ ସହ ଯୋଗାଯୋଗ ଅଧିକ ସୁଗମ ହୋଇପାରିବ। ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଏହି ରାସ୍ତାରେ ନୂଆ ଟ୍ରେନ୍‌ ଚଳାଚଳ ଲାଭଦାୟକ ଏବଂ ଅଧିକ ଜନ ଉପଯୋଗୀ ହୋଇପାରିବ। ଶ୍ରୀକ୍ଷେତ୍ର ପୁରୀ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ଜନ୍ମସ୍ଥାନ ହୋଇଥିବା ବେଳେ ଅଯୋଧ୍ୟା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ପବିତ୍ର ଜନ୍ମଭୂମି। ତେଣୁ ପୁରୀରୁ ଅଯୋଧ୍ୟା ମଧ୍ୟରେ ନୂଆ ଟ୍ରେନ ଚଳାଚଳର ଆବଶ୍ୟକତା ରହିଛି। ପ୍ରଭୁ ଶ୍ରୀରାମଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାର ଅନେକ ନୂଆ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ପୁରୀରୁ ଅଯୋଧ୍ୟା ମଧ୍ୟରେ ନୂତନ ଟ୍ରେନ ଚଳାଚଳକୁ କେନ୍ଦ୍ର ସରକାର ସେଥିରେ ସାମିଲ କରିବା ପାଇଁ ବସ୍ତିଆ ଦାବି କରିଛନ୍ତି। ପୁରୀ ଏବଂ ଅଯୋଧ୍ୟା ମଧ୍ୟରେ ନିବିଡ଼ ଭାବଗତ, ଐତିହାସିକ ଏବଂ ଧାର୍ମିକ ସମ୍ପର୍କ ରହିଥିବା ସେ ଉଲ୍ଲେଖ କରିଛନ୍ତି।
୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ନୂତନ ଭବ୍ୟ ମନ୍ଦିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ। ଦେଶର ପ୍ରାୟ ୪ ହଜାର ସାଧୁସନ୍ଥ ସେଥିରେ ଯୋଗଦେବାର କାର୍ଯକ୍ରମ ରହିଛି। ସେହିପରି ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାଶର୍‌ବରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ପରିକ୍ରମା ପ୍ରକଳ୍ପ ତଥା ଐତିହ୍ୟ କରିଡର ଜାନୁଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପଣ କରାଯିବ। ଏଥିପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଦେଶର ପ୍ରମୁଖ ଦେବଦେବୀ, ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ, ଚାରିଧାମ ଶଙ୍କରାଚାର୍ଯ୍ୟ ଏବଂ ନେପାଳ ରାଜାଙ୍କୁ ନିମନ୍ତ୍ରଣ କରାଯାଉଛି। ତେଣୁ ଏହି ଅବସରରେ ଶ୍ରୀଜଗନ୍ନାଥ ଧାମ ପୁରୀରୁ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଆଯାଧ୍ୟା ମଧ୍ୟରେ ଏକ ନୂଆ ଏକ୍ସପ୍ରେସ ଟ୍ରେନ ଚଳାଚଳ କରାଯାଉ। ପୂର୍ବରୁ ପୁରୀରୁ ତିରୁପତି, ବୈଦ୍ୟନାଥ ଧାମ, କାମାକ୍ଷା ଏବଂ ହରିଦ୍ୱାର ମଧ୍ୟରେ ସିଧାସଳଖ ଟ୍ରେନ ଚଳାଚଳ କରୁଛି। ଏବେ ପୁରୀରୁ ଅଯୋଧ୍ୟା ମଧ୍ୟରେ ନୂଆ ଟ୍ରେନ ଚଳାଚଳ ପାଇଁ ବସ୍ତିଆ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?