Posted inଖେଳ

ଟ୍ରେନିଂ ଆରମ୍ଭ କଲେ ସିନ୍ଧୁ, ପ୍ରଣୀଥ, ସିକ୍କି

ନୂଆଦିଲ୍ଲୀ,୭।୮(ପି.ଟି.): କରୋନା ଭାଇରସ ସଂକ୍ରମଣ କାରଣରୁ ଦୀର୍ଘ ୪ ମାସ ପରେ ଟ୍ରେନିଂ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା। ଏହି ବ୍ୟାଡମିଣ୍ଟନ ତାରକାମାନଙ୍କ ମଧ୍ୟରେ ରହିଛ ବିଶ୍ୱ ଚାମ୍ପିୟନ ପି.ଭି. ସିନ୍ଧୁ, ବି. ସାଇ ପ୍ରଣୀଥ ଓ ଏନ୍‌ ସିକ୍କି ରେଡ୍ଡୀ। ହାଇଦ୍ରାବାଦ୍‌ସ୍ଥିତ ସାଇ (ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ) ପୁଲେଲା ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡେମୀରେ ଶୁକ୍ରବାର ଏହି ଖେଳାଳିମାନେ କଡ଼ା ସୁରକ୍ଷା ପ୍ରୋଟକଲ ମଧ୍ୟରେ ଟ୍ରେନିଂ ଆରମ୍ଭ କରିଛନ୍ତି।
ଗତ ଅଗଷ୍ଟ ୧ ତାରିଖରେ ତେଲେଙ୍ଗାନା ସରକାର ଅନୁମତି ଦେବା ପରେ ସାଇ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସମ୍ଭାବନା ରଖୁଥିବା ୮ଜଣ ଖେଳାଳିଙ୍କ ପାଇଁ ଜାତୀୟ ବ୍ୟାଡମିଣ୍ଟନ କ୍ୟାମ୍ପ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା। ସୁରକ୍ଷିତ ପରିବେଶରେ ଟ୍ରେନିଂ ଆରମ୍ଭ କରିବାକୁ ଆମେ ପୂରା ପ୍ରସ୍ତୁତ ଅଛୁ ବୋଲି ଜାତୀୟ ମୁଖ୍ୟ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି। ଅଲିମ୍ପିକ୍ସରେ ସାମିଲ ହେବାର ସମ୍ଭାବନା ଥିବା ଏହି ଖେଳାଳିଙ୍କ ମଧ୍ୟରେ ସାମିଲ ରହିଛନ୍ତି ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍‌ ପଦକ ବିଜୟିନ ସାଇନା ନେହ୍ବାଲ, ପୂର୍ବତନ ବିଶ୍ୱ ୧ ନମ୍ବର ଖେଳାଳି କିଡାମ୍ବୀ ଶ୍ରୀକାନ୍ତ, ମହିଳା ଡବଲ୍ସ ଖେଳାଳି ଅଶ୍ୱିନୀ ପୋନାପ୍ପା ଓ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ତ୍ୱିକ୍‌ସାଇରାଜ।
ହାଇଦ୍ରାବାଦ୍‌ରେ ରହୁଥିବା ସାଇନା କିନ୍ତୁ ଶୁକ୍ରବାର ଟ୍ରେନିଂ ଆରମ୍ଭ କରି ନାହାନ୍ତି। ଅନ୍ୟମାନେ ମାର୍ଚ୍ଚରେ ସେମାନଙ୍କ ଘରକୁ ଚାଲିଯାଇଛନ୍ତି ଓ ଏପର୍ଯ୍ୟନ୍ତ ହାଇଦ୍ରାବାଦ୍‌ ଆସିନାହାନ୍ତି। ସିନ୍ଧୁ ପ୍ରଥମ ଖେଳାଳି ଭାବେ ଗୋପୀଚାନ୍ଦ ଓ ବିଦେଶୀ କୋଚ୍‌ ପାର୍କ ସାଏସାଙ୍ଗ ସହ ଅଲଗା ଅଲଗା ଭାବେ ଅଭ୍ୟାସ କରିଥିଲେ। ସିନ୍ଧୁ ୬.୩୦ରୁ ୮.୩୦ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ। ଚଳିତ ସପ୍ତାରେ ଏହି ସମୟରେ ସେ ପ୍ରତିଦିନ ଅଭ୍ୟାସ କରିବେ। ସନ୍ଧ୍ୟାରେ ସୁଚିତ୍ରା ଏକାଡେମୀରେ ସେ ଫିଟିନେସ୍‌ ଟ୍ରେନିଂ ନେବେ ବୋଲି ସିନ୍ଧୁଙ୍କ ପିତା ପି.ଭି. ରମନା କହିଛନ୍ତି। ସିନ୍ଧୁଙ୍କ ପରେ ପ୍ରଣୀଥ ଓ ସିକ୍କି ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ଅଭ୍ୟାସ କରିଥିଲେ।
ଉଲ୍ଲେଖଥାଉ କି, କୋଭିଡ୍‌-୧୯ କାରଣରୁ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିମାନେ ମାର୍ଚ୍ଚଠାରୁ ଘରେ ବନ୍ଦ ହୋଇ ରହିଥିଲେ। ଅବଶ୍ୟ ଏହି ମହାମାରୀ କାରଣରୁ ସାରା ବିଶ୍ୱରେ କ୍ରୀଡ଼ା ଠପ୍‌ ହୋଇଯାଇଥିଲା ଓ ଟୋକିଓ ଅଲିମ୍ପିକ୍ସକୁ ଆସନ୍ତାବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା। ଜୁଲାଇ ୧ରୁ ବ୍ୟାଡମିଣ୍ଟନ ଆସୋସିଏଶନ ଅଫ୍‌ ଇଣ୍ଡିଆ (ବିଏଆଇ) ଜାତୀୟ କ୍ୟାମ୍ପ ଆରମ୍ଭ କରିବାକୁ ଯୋଜନା କରିଥିଲେ ମଧ୍ୟ ତେଲେଙ୍ଗାନା ସରକାରଙ୍କଠାରୁ ସବୁଜ ସଙ୍କେତ ପାଇ ନ ଥିଲା। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଓ ସାଇର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡ୍ୟୁଅର (ଏସ୍‌ଓପି)କୁ ଦୃଷ୍ଟିରେ ରଖି ଏହି ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ମାର୍ଚ୍ଚରେ ଅଲ- ଇଂଲଣ୍ଡ ଚାମ୍ପିୟନଶିପ୍‌ ଆୟୋଜନ କରିବା ପରେ ମହାମାରୀ କାରଣରୁ ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ସବୁ ମାନ୍ୟତାପ୍ରାପ୍ତ ଟୁର୍ନାମେଣ୍ଟକୁ ବାତିଲ କରିବା ସହ ଭ୍ରମଣକୁ ମଧ୍ୟ ବାରଣ କରିଥିଲା। ବିଶ୍ୱ ର଼୍ୟାଙ୍କିଙ୍ଗ୍‌କୁ ମଧ୍ୟ ବାତିଲ କରାଯାଇଛି। ମାର୍ଚ୍ଚ ୧୭ ତାରିଖର ଷ୍ଟାଣ୍ଡିଂକୁ ଏଣ୍ଟ୍ରି ଓ ସିଡିଂର ମାନ ବୋଲି ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

କିଭ୍‌ରେ ବଡ଼ଧରଣର ଆକ୍ରମଣ: ୧୬ ମୃତ, ଜେଲେନସ୍କି କହିଲେ…

କିଭ୍‌, ୨୦।୮: ରୁଷିଆ ଗୁରୁବାର ୟୁକ୍ରେନ୍‌ର ରାଜଧାନୀ କିଭ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୀଷଣ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଛି। ଘଣ୍ଟା ଘଣ୍ଟା ଧରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜେଲ କର୍ମଚାରୀଙ୍କ ପୋଷାକ ଭତ୍ତା ୨ ଗୁଣା ବୃଦ୍ଧି

ଭୁବନେଶ୍ୱର,୨୦।୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଜେଲ କର୍ମଚାରୀ ଏବଂ ଅଧିକାରୀଙ୍କ ବାର୍ଷିକ ପୋଷାକ ଭତ୍ତାକୁ ୨ ଗୁଣା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri