Advertisement

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଆସିବ କରୋନା ଭ୍ୟାକ୍ସିନ

ମସ୍କୋ,୭।୮: କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ଏହାର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କାମରେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଲାଗି ପଡିଛନ୍ତି। ରୁଷିଆ ଏବେ ଦାବି କରିଛି କି ଅଗଷ୍ଟ ୧୨ ସୁଦ୍ଧା କରୋନା ଟିକା ଉପଲବ୍ଧ ହେବ। ଶୁକ୍ରବାର ରୁଷିଆର ଉପ ସ୍ବାସ୍ଥ୍ୟମନ୍ତ୍ରୀ ଓଲେଜ ଗ୍ରିନେଭ ଏହା ପ୍ରକାଶ କରିଛନ୍ତି। ଏହି ଭ୍ୟାକ୍ସିନ ଉଭୟ ଗାମାଲିୟା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଓ ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଛି। ଅଗଷ୍ଟ ୧୨ ସୁଦ୍ଧା ଯଦି ଏହି ଭ୍ୟାକ୍ସିନ ଉପଲବ୍ଧ ହେଲା ତେବେ ଏହା ବିଶ୍ୱର ପ୍ରଥମ ଭ୍ୟାକ୍ସିନର ମାନ୍ୟତା ପାଇବ। ମିଳିଥିବା ସୂଚନାରୁ ଜଣାପଡିଛି କି ପ୍ରଥମେ ଏହାକୁ ରେଜିଷ୍ଟର କରାଯିବ ଓ ୩-୭ ଦିନ ମଧ୍ୟରେ ଏହା ବଜାରରେ ମିଳିପାରିବ। ଏହା କରୋନା ସହ ଲଢିବାରେ ସକ୍ଷମ ହେବ ବୋଲି ରୁଷିଆ ଦାବି କରିଛି। ଏହା ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୋଲି କୁହାଯାଉଛି। ତେବେ ରୁଷିଆର ଏହି ଭ୍ୟାକ୍ସିନକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଚିନ୍ତା ବ୍ୟକ୍ତ କରିଛି। ଡବ୍ଲୁଏଚ୍‌ଓ କହିଛି ରୁଷିଆ ଯେଉଁ ଭ୍ୟାକ୍ସିନ ତିଆରି କରିଛି ସେଥିରେ ସେ କୌଣସି ଗାଇଡଲାଇନ୍ସ ପାଲନ କରି ନାହିଁ। ତେଣୁ ଏହା ବିପଜ୍ଜନକ ବୋଲି କହିଛି ଡବ୍ଲୁଏଚ୍‌ଓ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ୭୫ ବର୍ଷ ପରେ ପ୍ରଥମ ହିନ୍ଦୁ ମହିଳା ହେଲେ ଡିଏସ୍‌ପି…

ଇସଲାମାବାଦ, ୨୭।୭ : ଭାରତ-ପାକିସ୍ଥାନ ୧୯୪୭ ରେ ଯେତେବେଳେ ବିଭାଜିତ ହେଲା ସେତେବେଳେ ୧୨.୯ ପ୍ରତିଶତ ହିନ୍ଦୁ ସଂଖ୍ୟାଲଘୁ ଇସଲାମିକ୍‌ ଦେଶ ପାକିସ୍ଥାନରେ ରହିଲେ। ସମୟ...

ଟ୍ରମ୍ପ ହାରିବା ନିଶ୍ଚିତ: ସ୍ୱାସ୍ଥ୍ୟ-ଅର୍ଥବ୍ୟବସ୍ଥା ଉପରେ କାମ ଆରମ୍ଭ କଲେ ବାଇଡେନ!

ୱାଶିଂଟନ,୭ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ଦିନ ପରେ ବି ଫଳାଫଳ ସ୍ପଷ୍ଟ ହୋଇ ପାରିନାହିଁ । ଭୋଟ ଗଣନା ବେଳେ ଡେମୋକ୍ରେଟ୍ ପ୍ରାର୍ଥୀ...

ମୋବାଇଲ ଲକ୍‌ ଖୋଲିବାକୁ ଏହି ମଡେଲଙ୍କ ଆଙ୍ଗୁଠି କାଟିନେଲେ ଦୁର୍ବୃତ୍ତ

ମସ୍କୋ,୨୮ା୧୦: ରୁଷିଆର ଜଣେ ମହିଳା ବୈଜ୍ଞାନିକ ତଥା ମଡେଲଙ୍କ ମୃତ୍ୟୁ ଘଟିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ହତ୍ୟାକାରୀ ମଡେଲଙ୍କ ମୋବାଇଲରୁ ଲକ୍‌ ଖୋଲିବାକୁ...

ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ, ୨୪ ଘଣ୍ଟାରେ ୪୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୩୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

ଆମେରିକା ଲୋକେ କରୋନା ସହିତ ବଞ୍ଚିବା ନୁହେଁ ମରିବା ଶିକ୍ଷା କରୁଛନ୍ତି: ବାଇଡେନ୍‌

ଓ୍ବାଶିଂଟନ, ୨୪।୧୦: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ଡୋମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ...

ଗଣତାନ୍ତ୍ରିକ ସୂଚକାଙ୍କ:୪୬ତମ ସ୍ଥାନରେ ଭାରତ

ଲଣ୍ଡନ,୧୧।୨:ଇଆଇୟୁ (ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ) ଦ୍ୱାରା ପ୍ରସ୍ତୁତ ୨୦୨୧ ଗଣତନ୍ତ୍ର ସୂଚକାଙ୍କରେ ଭାରତର ଗଣତାନ୍ତ୍ରିକ ସ୍କୋର ହ୍ରାସ ପାଇଛି। ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ବିରୋଧରେ...

ଅଷ୍ଟ୍ରେଲିଆରେ ପ୍ରବଳ ବନ୍ୟା: ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ସାପ, ବୃଢିଆଣୀ

କାନବେରା,୨୩।୩: ଅଷ୍ଟ୍ରେଲିଆର ଜନବହୁଳ ରାଜ୍ୟ ନ୍ୟୁ ସାଉଥ ୱେଲ୍ସରେ ପ୍ରବଳ ବର୍ଷା ବିଭିନ୍ନ ସ୍ଥାନରେ ବନ୍ୟା ସୃଷ୍ଟି ହୋଇଛି। ମଣିଷମାନଙ୍କ ସହିତ ପଶୁମାନେ ମଧ୍ୟ ନିଜ...

କରୋନା ପ୍ରତିବନ୍ଧକ ସତ୍ତ୍ୱେ ମେଟ୍ରୋ ଟ୍ରେନ୍‌ରେ ଚୁମ୍ବନ ଦେଲେ ପ୍ରେମୀଯୁଗଳ, ଆଉ ତା’ ପରେ…

ମସ୍କୋ,୨।୧: କରୋନା ମହାମାରୀ ଯୋଗୁ ବିଶ୍ୱର ଅନେକ ସ୍ଥାନରେ ଲକ୍‌ଡାଉନ୍‌ ପରିସ୍ଥିତି ଏବଂ ସର୍ବସାଧାରଣ ସ୍ଥାନରେ ଅନେକ ପ୍ରତିବନ୍ଧକ ଦେଖିବାକୁ ମିଳିଛି। ଅନେକ ସହରରେ ଲକ୍‌ଡାଉନ...

Advertisement
Archives

Model This Week