ଟ୍ରେନ ଦୁର୍ଘଟଣା: ଆହତଙ୍କ ପାଇଁ ଭଦ୍ରକ ଜିଲା ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା

ଭଦ୍ରକ ଅଫିସ,୩।୬: ବାଲେଶ୍ୱର ଜିଲା ବାହାନଗାଠାରେ ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଆହତମାନଙ୍କ ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶୁକ୍ରବାର ରାତିରୁ ଶନିବାର ସକାଳ ପର୍ଯ୍ୟନ୍ତ ଆହତମାନଙ୍କୁ ଜିଲାର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ୭୦ରୁ ଊର୍ଦ୍ଧ୍ୱ ଆହତ ଭର୍ତ୍ତି ହୋଇଥିବା ବେଳେ ବାସୁଦେବପୁର ଓ ଭଣ୍ଡାରିପୋଖରୀ ମେଡିକାଲ ମିଶି ମୋଟ ୧୧୨ ଆହତ ଏପର୍ଯ୍ୟନ୍ତ ଭର୍ତ୍ତି ହୋଇଛନ୍ତି। ୨ ମୃତଦେହ ମଧ୍ୟ ଆସିଥିବା ଜଣାପଡିଛ। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଉପସ୍ଥିତ ରହି ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଛନ୍ତି। ଆହତ ମାନଙ୍କ ପାଇଁ ସ୍ବତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି। ଜିଲାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ଫାର୍ମାସିଷ୍ଟ ମାନଙ୍କୁ ନିୟୋଜିତ କରାଯାଇଛି । ୨୦ଟି ଆମ୍ବୁଲାନ୍ସ, ବସ୍‌ ଓ ଡାକ୍ତରୀ ଟିମ୍‌ ଜିଲା ପ୍ରଶାସନ ପକ୍ଷରୁ ଦୁର୍ଘଟଣାସ୍ଥଳକୁ ପଠା ଯାଇଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସନ୍ତୋଷ କୁମାର ପାତ୍ର କହିଛନ୍ତ। ଉପଜିଲାପାଳ ମନୋଜ ପାତ୍ର, ଏସ୍‌ପି ବରୁଣ ଗୁଣ୍ଟୁପାଲି ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ବଲାଙ୍ଗୀରରେ ଗୋ ସମ୍ମାନ ଆହ୍ୱାନ ଅଭିଯାନ, ୫ ଲକ୍ଷ ୨ ହଜାର ସ୍ୱାକ୍ଷର ସମ୍ବଳିତ ପ୍ରାର୍ଥନାପତ୍ର…

ବଲାଙ୍ଗୀର,୨୭।୭(ସୁନିଲ କୁମାର ମହାନ୍ତି): ଗୋମାତାଙ୍କ ସେବା, ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଚାଲିଥିବା ଗୋ ସମ୍ମାନ ଆହ୍ୱାନ ଅଭିଯାନର ପ୍ରଭାବ ବଲାଙ୍ଗୀରରେ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri