ଝରିଗାଁ-ଡାବୁଗାଁ ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ

ଝରିଗାଁ ୧୯।୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଝରିଗାଁ-ଡାବୁଗାଁ ରାସ୍ତାରେ ଏକାଧିକ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ସଦରସ୍ଥିତ ବିଭିନ୍ନ ହୋଟେଲ, ଦୋକାନ ଓ ଘରର ଆଜବେଷ୍ଟସ ନଷ୍ଟ ହୋଇଛି।
ଜୟନ୍ତୀନଗର ସାହିର ପାର ହରିଜନ, ଚମରା ହରିଜନ, ରାଜବତୀ ହରିଜନ ଏବଂ ମଙ୍ଗଳୁ ହରିଜନର ଘରର ଆଜବେଷ୍ଟସ ଚାଳ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ସେହିପରି ଉଦଳିଆଗୁଡ଼ା ସାହିରେ ପୀତବାସ ହରିଜନ, ସୋନୁ ହରିଜନ, ପୁସ୍ତମ ହରିଜନ ଏବଂ ତ୍ରିନାଥ ହରିଜନଙ୍କ ଘର ଚାଳ ଉଡ଼ିଯାଇଛି l କେତେକ ସ୍ଥାନରେ ବିଦ୍ୟତ୍‌ ସେବା ମଧ୍ୟ ପ୍ରଭାବିତ ହୋଇଛି। କାଳବୈଶାଖୀରେ ଝରିଗାଁ-ଡାବୁଗାଁ ରାସ୍ତାରେ ଥିବା ପେଟ୍ରୋଲ ପମ୍ପରେ ଅଧିକ କ୍ଷୟକ୍ଷତି ଘଟିଛି। ପ୍ରବଳ ବେଗରେ ପବନ ଯୋଗୁ ପେଟ୍ରୋଲ ପମ୍ପରେ ଲାଗିଥିବା ୧୦ ସୋଲାର ପ୍ଲେଟ ନଷ୍ଟ ହୋଇଯାଇଛି। ସେହିପରି ପମ୍ପ ଅଚଳ ହୋଇପଡ଼ିଛି। ବିଦ୍ୟୁତ୍‌ ତାର ଗୁଡ଼ିକ ମଧ୍ୟ ପବନରେ ଛିଣ୍ଡିଯାଇଛି। ପ୍ରାୟ ୧୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କାର କ୍ଷତି ହୋଇଥିବା ପେଟ୍ରୋଲ ପମ୍ପ ମାଲିକ କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ଝରିଗାଁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଗଛ କାଟି ରାସ୍ତା ସଫା କରୁଥିବା ଜଣାପଡ଼ିଛି। ସେହିପରି ଝରିଗାଁ-ଉମରକୋଟ ରାସ୍ତାର ମେନ୍ଦାବେଡ଼ା ଗ୍ରାମ ନିକଟ କଲଭର୍ଟ ନିର୍ମାଣ ଯୋଗୁ ଡାଇଭର୍ସନ ରାସ୍ତା ଦେଇ ଗାଡ଼ି ଚଳାଚଳ କରୁଥିବାବେଳେ ପ୍ରବଳ ବର୍ଷା ଯୋଗୁ ଉକ୍ତ ରାସ୍ତାରେ ପାଣି ଜମିଛି। ଫଳରେ ଯାନବାହନ ଚଳାଚଳ ବନ୍ଦ ହୋଇଛି। ଝରିଗାଁ-ଉମରକୋଟ ରାସ୍ତା ମଧ୍ୟ ବନ୍ଦ ଥିବାରୁ ଅନ୍ୟ ଏକ ରାସ୍ତାଦେଇ ଗାଡ଼ି ଚଳାଚଳ କରୁଛି। ତେବେ ପୂର୍ତ୍ତ ବିଭାଗ ପକ୍ଷରୁ ପକ୍କାରାସ୍ତା ବଦଳରେ କଚ୍ଚାରାସ୍ତାରେ ଡାଇଭର୍ସନ କରାଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଞ୍ଚଳବାସୀ କହିଛନ୍ତି। ଏହାର ସମାଧାନ କରା ନ ଗଲେ ଆଗକୁ ବର୍ଷାରେ ଆହୁରି ସମସ୍ୟା ହେବ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ଛାତ୍ର ସଂସଦ ନିର୍ବାଚନୀ ହିଂସା: ଅଣଛାତ୍ର ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଉମରକୋଟ,୧୧ା୧୦(ସଦାଶିବ ପ୍ରହରାଜ/ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ପେଣ୍ଡ୍ରାଣୀ କଲେଜ ନିର୍ୱାଚନକୁ କେନ୍ଦ୍ର କରି ଶନିବାର ୨ ଅଣଛାତ୍ର ଗୋଷ୍ଠୀ ମୁହଁାମୁହିଁ ହୋଇଛନ୍ତି। ଗୋଟିଏ ଗୋଷ୍ଠୀର ଛୁରାମାଡ଼ରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା: ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଛୁରାମାଡ଼

ନବରଙ୍ଗପୁର, ୧୦/୧୦ (ସନ୍ତୋଷ ସନ୍ତୋଷ): ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଦୀପକମଲ ମହାପାତ୍ର ନାମକ…

ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର

ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?