ମାଛକୁଣ୍ଡ ଜଳବିଦ୍ୟୁତ୍‌ ପ୍ରକଳ୍ପରୁ ଉତ୍ପାଦନ ୩ ଦିନ ବନ୍ଦ ରହିବ

କୋରାପୁଟ,୧୯।୫(ସ୍ବ.ପ୍ର.): କୋରାପୁଟ ଜିଲା ଲମତାପୁଟ ବ୍ଲକର ଅନକାଡେଲିଠାରେ ଥିବା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ୩ ଦିନ ବନ୍ଦ ରଖିବା ପାଇଁ ପ୍ରକଳ୍ପ କର୍ତ୍ତପକ୍ଷ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ବନ୍ଦ ଯୋଗୁ ଦୈନିକ କ୍ଷତି ୧୮ ଲକ୍ଷ ଅନୁସାରେ ମୋଟ ୫୪ ଲକ୍ଷ ଟଙ୍କା ରାଜସ୍ବ କ୍ଷତି ହେବ। ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଅଧୀନରେ ଆସୁଥିବା ଜଲାପୁଟ, ମାଛକୁଣ୍ଡ ଡି ଡ୍ୟାମ ଏବଂ ଅନକାଡେଲିସ୍ଥିତ ଟିପି ଡ୍ୟାମ ଜଳ ଭଣ୍ଡାରର ବାସ୍ତବ ସ୍ଥିତି ଅନଧ୍ୟାନ ପାଇଁ ପ୍ରକଳ୍ପ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଥିବା ଜଣାପଡିଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ଅନକାଡେଲିଠାରେ ରହିଛି ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପ। ପ୍ରକଳ୍ପ ଆରମ୍ଭରୁ ଆନ୍ଧ୍ର ଓ ଓଡିଶା ମଧ୍ୟରେ ୭୦-୩୦ ଅନୁପାତରେ ଅଧିକାର ନେଇ ଚୁକ୍ତିନାମା ହୋଇଥିଲା। ମାତ୍ର ଗତ ଦୁଇ ବର୍ଷ ତଳେ ଏହି ଚୁକ୍ତିନାମା ଶେଷ ପରେ ବର୍ତ୍ତମାନ ଉଭୟ ଆନ୍ଧ୍ର ଓ ଓଡିଶା ଏହି ପ୍ରକଳ୍ପ ନେଇ ସମାନ ଅଧିକାର ପାଇବାକୁ ଏକ ଚୁକ୍ତିନାମା ହୋଇଛି ା ବର୍ତ୍ତମାନ ଏହି ପ୍ରକଳ୍ପକୁ ଆନ୍ଧ୍ର ଜଳ ବିଦ୍ୟୁତ ନିଗମ ଏବଂ ଏପି ଜେନକୋ ପରିଚାଳନା କରୁଥିବା ଜଣାପଡିଛି ା ତେବେ ରାଜ୍ୟ ସରକାର ଟାଟା କମ୍ପାନୀକୁ ଏହାର ପରିଚାଳନା ଦାୟିତ୍ୱ ଦେଇଛନ୍ତି। ଫଳରେ ଟାଟା କମ୍ପାନୀ ପକ୍ଷରୁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଅନୁଧ୍ୟାନ ଆରମ୍ଭ କରିଛି ା ପ୍ରକଳ୍ପର ବର୍ତ୍ତମାନ ସ୍ଥିତି କ’ଣ ରହିଛି ତାହା ଜାଣିବାକୁ ପ୍ରକଳ୍ପକୁ ୩ ଦିନ ପାଇଁ ବନ୍ଦ କରାଯାଇ କମ୍ପାନୀର ମେକାନିକ ଟିମ ଜଳାପୁଟସ୍ଥିତ ମୁଖ୍ୟ ଜଳଭଣ୍ଡାର ସମେତ ମାଛକୁଣ୍ଡ ଡି ଡ୍ୟାମ, ଅନକାଡେଲିସ୍ଥିତ ଟିପି ଡ୍ୟାମର ନିରୀକ୍ଷଣ କରୁଥିବା ଜଣାଯାଇଛି ା ମାଛକୁଣ୍ଡ ପ୍ରକଳ୍ପର ଡି ଡ୍ୟାମ ଓ ଟିପି ଡ୍ୟାମକୁ ମଙ୍ଗଳବାର ଶୁଖାଯାଇଥିବାବେଳେ ବୁଧବାର ଟାଟା କମ୍ପାନୀ କର୍ତ୍ତୃପକ୍ଷ ଡ୍ୟାମର ସମସ୍ତ ୬ଟି ଗେଟ୍‌ ଯାଞ୍ଚ କରିବା ସହିତ ଡ୍ୟାମର ସମସ୍ତ ସିଭିଲ କାର୍ଯ୍ୟ ଅନୁଧ୍ୟାନ କରୁଥିବା ଜଣାଯାଇଛି ା ସେହିଭଳି ଡି ଡ୍ୟାମଠାରୁ ଟିପି ଡ୍ୟାମ ପର୍ଯ୍ୟନ୍ତ ଥିବା ଟନେଲ କେନାଲ ଯାଞ୍ଚ କରାଯାଉଥିବା ପ୍ରକଳ୍ପର ଡେପୁଟି ସହକାରୀ ଯନ୍ତ୍ରୀ ବଜ୍ର ସୁନ୍ଦର ପାଢୀ ସୂଚନା ଦେଇଛନ୍ତି। ସୁଚନା ଥାଉକି ଯେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ସମୁଦାୟ ୬ଟି ଟରବାଇନ ରହିଥିବାବେଳେ ଦୈନିକ ୧୨୦ ମେଗାୱାଟ ବିଦ୍ୟୁତ୍‌ ଉପତ୍ାଦାନ ହେଉଛି। ଗତ କିଛି ମାସ ଧରି ୨ଟି ଟରବାଇନ ଯାନ୍ତ୍ରିକ କାରଣରୁ ଅସ୍ଥାୟୀ ଭାବେ ବନ୍ଦ ରହିଛି ା ବର୍ତ୍ତମାନ କେବଳ ପ୍ରକଳ୍ପରେ ୪ଟି ଟରବାଇନ କାର୍ଯ୍ୟ କରୁଥିବାବେଳେ ସେଥିରୁ ଦୈନିକ ମାତ୍ର ୭୨ ମେଗାୱାଟ ବିଦ୍ୟୁତ ଉତ୍ପାଦାନ ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri