ସରକାରୀ ଅର୍ଥରେ ବେସରକାରୀ ସଂସ୍ଥାକୁ ରାସ୍ତା

ସୁନାବେଡ଼ା/ସେମିଳିଗୁଡ଼ା, ୧୯।୫ (ସ୍ବ.ପ୍ର.): ସରକାରୀ ଅର୍ଥରେ ବେସରକାରୀ ରାସ୍ତା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ ନିର୍ମାଣ ହୋଇଥିବା ଏବେ ନଜରକୁ ଆସିଛି। ୨୬ ନଂ. ଜାତୀୟ ରାଜପଥ ପାଶର୍‌ବରେ ପୌର ପରିଷଦର ମଲ୍ଟି ଫଙ୍କସନ ହଲ୍‌ ରହିଛି। ଏହା ନିକଟରେ ମା’ ଧାନରାଗିଣୀ ମନ୍ଦିର ଏବଂ ପାହାଡ଼କୁ ଯିବାକୁ ରାସ୍ତା ରହିଛି। ଏଠାରୁ କିଛି ଦୂର ଯିବା ପରେ ସେହି ରାସ୍ତାଠାରୁ ପ୍ରାୟ ୨ଶହରୁ ଅଢ଼େଇ ଶହ ମିଟର ରାସ୍ତା ଏକ ଘରୋଇ ଶିକ୍ଷା ଅନୁଷ୍ଠାନର ପଛପଟ ବାଉଣ୍ଡରି ୱାଲ୍‌କୁ ରାସ୍ତା ନିର୍ମାଣ କରାଯାଇଛି। ଏହା ସାଧାରଣ ଲୋକଙ୍କ କୌଣସି କାମରେ ଆସିିବ ନାହିଁ। ଲାଗିଥିବା ସୂଚନା ଫଳକ ଅନୁସାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ୨୮ା୯ା୨୦୨୧ରେ କାମ ଆରମ୍ଭ ହୋଇ ୨୫ା୧୨ା୨୦୨୧ରେ ସରିଛି। ମାତ୍ର ଫଳକରେ ନିୟମ ଅନୁଯାୟୀ ଠିକା ସଂସ୍ଥାର ନାମ ଓ ୱାର୍ଡ ନଂ. ଲେଖାଯାଇନାହିଁ। ଧାନରାଗିଣୀ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଖରାପ ହୋଇଯାଇଥିବା ବେଳେ ତାହାକୁ ପୌର ପରିଷଦ ନିର୍ମାଣ ନ କରି ଘରୋଇ ଶିକ୍ଷାନୁଷ୍ଠାନର ପଛପଟ ବାଉଣ୍ଡରି ୱାଲ୍‌କୁ ସଂଯୋଗ ନେଇ ରାସ୍ତା ନିର୍ମାଣ କରିବା କାହା ସ୍ବାର୍ଥରେ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୌରାଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଏହା ତାଙ୍କ ସମୟରେ ହୋଇନାହିଁ। ଯଦି ଏପରି କିଛି ହୋଇଛି ତେବେ ଏହାର ତଦନ୍ତକରି ପଦକ୍ଷେପ ନେବେ ବୋଲି କହିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦନସେନାଙ୍କୁ ପଚାରିବାରୁ କହିଲେ, ସେ ନିକଟରେ ସୁନାବେଡ଼ା ପୌର ପରିଷଦକୁ ଆସିଛନ୍ତି। ଏ ବିଷୟରେ କିଛି ଜାଣିନାହାନ୍ତି। ତଥାପି ଏ ସମ୍ପର୍କରେ କ’ଣ ପଦକ୍ଷେପ ନିଆଯାଇପାରିବ ସେ ଦେଖୁଛନ୍ତି ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

ପ୍ରଚାର ମଇଦାନରେ ତାରା: ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଶତାଧିକ କର୍ମୀ

କୋରାପୁଟ,୧୩ା୪(ଅମିତାଭ ବେହେରା): କୋରାପୁଟ ଜିଲାର ଲକ୍ଷ୍ମୀପୁର ନିିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦଶମନ୍ତପୁରଠାରେ ଶନିବାର କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କଂଗ୍ରେସର ଲୋକ ସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri