ସରକାରୀ ଅର୍ଥରେ ବେସରକାରୀ ସଂସ୍ଥାକୁ ରାସ୍ତା

ସୁନାବେଡ଼ା/ସେମିଳିଗୁଡ଼ା, ୧୯।୫ (ସ୍ବ.ପ୍ର.): ସରକାରୀ ଅର୍ଥରେ ବେସରକାରୀ ରାସ୍ତା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ ନିର୍ମାଣ ହୋଇଥିବା ଏବେ ନଜରକୁ ଆସିଛି। ୨୬ ନଂ. ଜାତୀୟ ରାଜପଥ ପାଶର୍‌ବରେ ପୌର ପରିଷଦର ମଲ୍ଟି ଫଙ୍କସନ ହଲ୍‌ ରହିଛି। ଏହା ନିକଟରେ ମା’ ଧାନରାଗିଣୀ ମନ୍ଦିର ଏବଂ ପାହାଡ଼କୁ ଯିବାକୁ ରାସ୍ତା ରହିଛି। ଏଠାରୁ କିଛି ଦୂର ଯିବା ପରେ ସେହି ରାସ୍ତାଠାରୁ ପ୍ରାୟ ୨ଶହରୁ ଅଢ଼େଇ ଶହ ମିଟର ରାସ୍ତା ଏକ ଘରୋଇ ଶିକ୍ଷା ଅନୁଷ୍ଠାନର ପଛପଟ ବାଉଣ୍ଡରି ୱାଲ୍‌କୁ ରାସ୍ତା ନିର୍ମାଣ କରାଯାଇଛି। ଏହା ସାଧାରଣ ଲୋକଙ୍କ କୌଣସି କାମରେ ଆସିିବ ନାହିଁ। ଲାଗିଥିବା ସୂଚନା ଫଳକ ଅନୁସାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ୨୮ା୯ା୨୦୨୧ରେ କାମ ଆରମ୍ଭ ହୋଇ ୨୫ା୧୨ା୨୦୨୧ରେ ସରିଛି। ମାତ୍ର ଫଳକରେ ନିୟମ ଅନୁଯାୟୀ ଠିକା ସଂସ୍ଥାର ନାମ ଓ ୱାର୍ଡ ନଂ. ଲେଖାଯାଇନାହିଁ। ଧାନରାଗିଣୀ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ଖରାପ ହୋଇଯାଇଥିବା ବେଳେ ତାହାକୁ ପୌର ପରିଷଦ ନିର୍ମାଣ ନ କରି ଘରୋଇ ଶିକ୍ଷାନୁଷ୍ଠାନର ପଛପଟ ବାଉଣ୍ଡରି ୱାଲ୍‌କୁ ସଂଯୋଗ ନେଇ ରାସ୍ତା ନିର୍ମାଣ କରିବା କାହା ସ୍ବାର୍ଥରେ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୌରାଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଏହା ତାଙ୍କ ସମୟରେ ହୋଇନାହିଁ। ଯଦି ଏପରି କିଛି ହୋଇଛି ତେବେ ଏହାର ତଦନ୍ତକରି ପଦକ୍ଷେପ ନେବେ ବୋଲି କହିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦନସେନାଙ୍କୁ ପଚାରିବାରୁ କହିଲେ, ସେ ନିକଟରେ ସୁନାବେଡ଼ା ପୌର ପରିଷଦକୁ ଆସିଛନ୍ତି। ଏ ବିଷୟରେ କିଛି ଜାଣିନାହାନ୍ତି। ତଥାପି ଏ ସମ୍ପର୍କରେ କ’ଣ ପଦକ୍ଷେପ ନିଆଯାଇପାରିବ ସେ ଦେଖୁଛନ୍ତି ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

କୋରାପୁଟ,୨୫।୬(ଅମିତାଭ ବେହେରା ): କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ…

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri