ମଇଳାପାଣି ପିଉଛନ୍ତି ସହରବାସୀ 

କେନ୍ଦୁଝର,୨୩ା୫ (ସ୍ବ.ପ୍ର.): ଲୋକଙ୍କୁ ପାଇପ ଦ୍ୱାରା ସ୍ବଚ୍ଛ ଓ ବିଶୁଦ୍ଧଜଳ ଯୋଗାଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ନିମ୍ନମାନର ପାଇପ ବିଛା କାମ ହେଉଥିବାରୁ ଏବଂ ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣିି ନଷ୍ଟ ହେଉଛି। ଏଥିସହ ଉକ୍ତ ସ୍ଥାନରେ ବାହାର ମଇଳା ପଶି ପାଣି ଦୂଷିତ ହେଉଛି। ଏହି ପାଣିକୁ ଲୋକମାନେ ଶୁ୍‌ଦ୍ଧ ପାଣି ଭାବି ପିଇଥାନ୍ତି।
ପ୍ରକାଶ ଯେ, ଏସ୍‌ପି ଅଫିସ୍‌ ନିକଟ ଫୁଟ୍‌ପାଥ୍‌ (ଯେଉଁଠି ବେପାରୀ ବସି ପରିବା ବିକୁଛନ୍ତି)ରେ ଏକ ମୁଖ୍ୟ ପାଇପ ଫାଟିଯାଇଥିବାରୁ ପାଣି ବୋହୁଛି। ସେଠାରେ ବେପାରୀମାନେ ମୁହଁ ଧୋଇବା ସହ ପାଣି ବ୍ୟବହାର କରୁଛନ୍ତି। ତେବେ ଉକ୍ତ ସ୍ଥାନଟି ଅପରିଷ୍କାର ହୋଇଥିବାରୁ ବାହାର ମଇଳା ଆବର୍ଜନା ପାଣି ସଂସ୍ପର୍ଶରେ ଆସୁଥିବାରୁ ମଇଳା ଆବର୍ଜନା ପଶୁଥିବା ସମ୍ଭାବନା ଅଧିକ ରହିଛି। ଫଳରେ ପାଇପ ଭିତରେ ପ୍ରବାହିତ ପିଇବା ପାଣି ସଂକ୍ରମିତ ହେବା ଆଶଙ୍କା ରହୁଛି। ସେହିପରି ଧର୍ମଶାଳା ରାସ୍ତାରେ ମଧ୍ୟ ପାଇପ ଫାଟି ପାଣି ବାହାରୁଥିଲେ ହେଁ କାହାରିକୁ ଦେଖାଯାଉନାହିଁ। ସେହିପରି ସହରରେ ବିଭିନ୍ନ ସ୍ଥାନରେ ଏଭଳି ପାଇପ ଫାଟୁଥିଲେ ହେଁ ଦେଖିବାକୁ କେହି ନାହିଁ। ପାଇପ ଫାଟି ଅଧିକ ପାଣି ବାହାରିଲେ କିମ୍ବା ଅଭିଯୋଗ ମିଳିଲେ ତାହାର ମରାମତି କରାଯାଉଛି। କିନ୍ତୁ ସହରରେ ବିଛାଯାଇଥିବା ପାଇପର ଅବସ୍ଥା ନିୟମିତ ଅନୁଧ୍ୟାନ କରାଯାଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ଅନେକ ସମୟରେ ପାଇପ ଫାଟିବା ଫଳରେ ପ୍ରେସର ହୁଏନାହିଁ। ଫଳରେ ପାଣି ପ୍ରବାହ କମିଯାଏ ଏବଂ ତଳ ଅଞ୍ଚଳରେ ଲୋକେ ପାଣି ପାଇପାରନ୍ତିନାହିଁ। ଜୁନିୟର ଆସିଷ୍ଟାଣ୍ଟ ମ୍ୟାନେଜର ସୁବିର ମାଇତି କହିଛନ୍ତି, ସେ  ଜାଣି ନ ଥିଲେ।  ଏବେ ସଜାଡ଼ି ଦିଆଯିବ।
  ପାଇପଗୁଡ଼ିକ ରାସ୍ତା ଉପରେ ରହିଥିବାରୁ ବର୍ଷାପାଣି ପଡ଼ି କଳଙ୍କି ଲାଗି ନଷ୍ଟହେବା ସହ ବଡ଼ ଗାଡ଼ି ଚଳପ୍ରଚଳ ଯୋଗୁ ଭାଙ୍ଗିଯାଇଥାଏ। ପାଇପ ଯୋଡ଼ା ଯାଉଥିବା ସ୍ଥାନଗୁଡ଼ିକ ନିୟମିତ ଯାଞ୍ଚ ହେଉ ନ ଥିବାରୁ ସେଠାରୁ ମଧ୍ୟ ପାଣି ଲିକ୍‌ କରିଥାଏ। ବର୍ତ୍ତମାନ ସମୟରେ ପାଣି ସମସ୍ୟା ଲାଗି ରହୁଥିବାରୁ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ  ସହରବାସୀ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri