ମଇଳାପାଣି ପିଉଛନ୍ତି ସହରବାସୀ 

କେନ୍ଦୁଝର,୨୩ା୫ (ସ୍ବ.ପ୍ର.): ଲୋକଙ୍କୁ ପାଇପ ଦ୍ୱାରା ସ୍ବଚ୍ଛ ଓ ବିଶୁଦ୍ଧଜଳ ଯୋଗାଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ନିମ୍ନମାନର ପାଇପ ବିଛା କାମ ହେଉଥିବାରୁ ଏବଂ ଉପଯୁକ୍ତ ତଦାରଖ ଅଭାବରୁ କେନ୍ଦୁଝର ସହରରେ ବିଭିନ୍ନ ସ୍ଥାନରେ ପାଇପ ଫାଟି ପାଣିି ନଷ୍ଟ ହେଉଛି। ଏଥିସହ ଉକ୍ତ ସ୍ଥାନରେ ବାହାର ମଇଳା ପଶି ପାଣି ଦୂଷିତ ହେଉଛି। ଏହି ପାଣିକୁ ଲୋକମାନେ ଶୁ୍‌ଦ୍ଧ ପାଣି ଭାବି ପିଇଥାନ୍ତି।
ପ୍ରକାଶ ଯେ, ଏସ୍‌ପି ଅଫିସ୍‌ ନିକଟ ଫୁଟ୍‌ପାଥ୍‌ (ଯେଉଁଠି ବେପାରୀ ବସି ପରିବା ବିକୁଛନ୍ତି)ରେ ଏକ ମୁଖ୍ୟ ପାଇପ ଫାଟିଯାଇଥିବାରୁ ପାଣି ବୋହୁଛି। ସେଠାରେ ବେପାରୀମାନେ ମୁହଁ ଧୋଇବା ସହ ପାଣି ବ୍ୟବହାର କରୁଛନ୍ତି। ତେବେ ଉକ୍ତ ସ୍ଥାନଟି ଅପରିଷ୍କାର ହୋଇଥିବାରୁ ବାହାର ମଇଳା ଆବର୍ଜନା ପାଣି ସଂସ୍ପର୍ଶରେ ଆସୁଥିବାରୁ ମଇଳା ଆବର୍ଜନା ପଶୁଥିବା ସମ୍ଭାବନା ଅଧିକ ରହିଛି। ଫଳରେ ପାଇପ ଭିତରେ ପ୍ରବାହିତ ପିଇବା ପାଣି ସଂକ୍ରମିତ ହେବା ଆଶଙ୍କା ରହୁଛି। ସେହିପରି ଧର୍ମଶାଳା ରାସ୍ତାରେ ମଧ୍ୟ ପାଇପ ଫାଟି ପାଣି ବାହାରୁଥିଲେ ହେଁ କାହାରିକୁ ଦେଖାଯାଉନାହିଁ। ସେହିପରି ସହରରେ ବିଭିନ୍ନ ସ୍ଥାନରେ ଏଭଳି ପାଇପ ଫାଟୁଥିଲେ ହେଁ ଦେଖିବାକୁ କେହି ନାହିଁ। ପାଇପ ଫାଟି ଅଧିକ ପାଣି ବାହାରିଲେ କିମ୍ବା ଅଭିଯୋଗ ମିଳିଲେ ତାହାର ମରାମତି କରାଯାଉଛି। କିନ୍ତୁ ସହରରେ ବିଛାଯାଇଥିବା ପାଇପର ଅବସ୍ଥା ନିୟମିତ ଅନୁଧ୍ୟାନ କରାଯାଉ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି। ଅନେକ ସମୟରେ ପାଇପ ଫାଟିବା ଫଳରେ ପ୍ରେସର ହୁଏନାହିଁ। ଫଳରେ ପାଣି ପ୍ରବାହ କମିଯାଏ ଏବଂ ତଳ ଅଞ୍ଚଳରେ ଲୋକେ ପାଣି ପାଇପାରନ୍ତିନାହିଁ। ଜୁନିୟର ଆସିଷ୍ଟାଣ୍ଟ ମ୍ୟାନେଜର ସୁବିର ମାଇତି କହିଛନ୍ତି, ସେ  ଜାଣି ନ ଥିଲେ।  ଏବେ ସଜାଡ଼ି ଦିଆଯିବ।
  ପାଇପଗୁଡ଼ିକ ରାସ୍ତା ଉପରେ ରହିଥିବାରୁ ବର୍ଷାପାଣି ପଡ଼ି କଳଙ୍କି ଲାଗି ନଷ୍ଟହେବା ସହ ବଡ଼ ଗାଡ଼ି ଚଳପ୍ରଚଳ ଯୋଗୁ ଭାଙ୍ଗିଯାଇଥାଏ। ପାଇପ ଯୋଡ଼ା ଯାଉଥିବା ସ୍ଥାନଗୁଡ଼ିକ ନିୟମିତ ଯାଞ୍ଚ ହେଉ ନ ଥିବାରୁ ସେଠାରୁ ମଧ୍ୟ ପାଣି ଲିକ୍‌ କରିଥାଏ। ବର୍ତ୍ତମାନ ସମୟରେ ପାଣି ସମସ୍ୟା ଲାଗି ରହୁଥିବାରୁ ସମସ୍ୟା ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ  ସହରବାସୀ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?