ପ୍ରକୃତିକୁ ଫେରନ୍ତୁ ପର୍ଯ୍ୟଟକ

ଅନୁଗୋଳ ଅଫିସ, ୧୬।୧୨ – ରାଜ୍ୟ ପର୍ଯ୍ୟଟନରେ ଅନୁଗୋଳ ଜିଲାର ବେଶ୍‌ ଗୁରୁତ୍ୱ ରହିଛି। ସରକାରୀ ମାନଚିତ୍ରରେ ଏଠାକାର ୧୩ଟି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି। ସେଥିରୁ ସାତକୋଶିଆର ସୌନ୍ଦର୍ଯ୍ୟ କାହାକୁ ବା ଅଛପା। ସେଥିପାଇଁ ପ୍ରକୃତିର ଗନ୍ତାଘର ଏହି ଅଭୟାରଣ୍ୟକୁ ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଧାଇଁଆସନ୍ତି ଲକ୍ଷ ଲକ୍ଷ ଅତିଥି। ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ମେଳରେ ବହୁଗୁଣିତ ହୋଇଉଠେ ସାତକୋଶିଆର ଶୋଭା। କିନ୍ତୁ ଚଳିତବର୍ଷ କରୋନା ଯୋଗୁ ଶୂନ୍ୟ ପଡ଼ିଛି ଏହି ପର୍ଯ୍ୟଟନସ୍ଥଳର କୋଳ। କୋଭିଡ୍‌ କଟକଣା ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ଭୋଜିଭାତ ପାଇଁ ଏଯାଏ ମିଳିନି ସରକାରୀ ଅନୁମତି। ପିକ୍‌ନିକ୍‌ ଋତୁ ଗଡ଼ିଯାଉଥିବାରୁ ପ୍ରକୃତିକୁ ଉପଭୋଗ ପାଇଁ ସରକାର ପର୍ଯ୍ୟଟକମାନଙ୍କୁ ଅନୁମତି ଦେବାକୁ ଅନୁଗୋଳବାସୀ ଦାବି କରିଛନ୍ତି।
କେବେଠୁ ବଜାରରେ ଗହଳି ଜମିଲାଣି। ମଲ୍‌ଗୁଡ଼ିକରେ ଭିଡ଼ ବଢ଼ିଲାଣି। ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସରକାରଙ୍କ ମତିଗତି ସ୍ପଷ୍ଟ ଦିଶିଲାଣି। କିନ୍ତୁ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରୁ କଟକଣା ସମ୍ପୂର୍ଣ୍ଣ ହଟୁନି। ଫଳରେ ପରିବାର, ସାଙ୍ଗସାଥୀଙ୍କ ସହ ବୁଲି ବାହାରିଥିବା ଲୋକେ ଭୋଜିଭାତ କରିପାରୁ ନାହାନ୍ତି। ଏ ନେଇ ପ୍ରଶାସନ ଅନୁମତି ଦେଉ ନ ଥିବାରୁ ଅଡ଼ୁଆରେ ପଡ଼ିଛନ୍ତି ଯୁବପିଢ଼ି। ବିଶେଷକରି ସାତକୋଶିଆ ଅଭୟାରଣ୍ୟ, ରେଙ୍ଗାଳି, ଡେରଜାଙ୍ଗ ଜଳଭଣ୍ଡାର, ତାଳଚେରର ମା ହିଙ୍ଗୁଳା, ଆଠମଲ୍ଲିକର ଦେଉଳଝରୀ, ବିନକେୟୀ, ଅନୁଗୋଳର ଶୈଳଶ୍ରୀକ୍ଷେତ୍ର, ମନ୍ଦରଗିରି ଆଦି ପର୍ଯ୍ୟଟନସ୍ଥଳୀ ଏଯାଏ ଖାଁ ଖାଁ ରହିଛି। ଏସବୁ ସ୍ଥାନ ପ୍ରତି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ କୋଟି କୋଟି ଟଙ୍କାରେ ଉନ୍ନୟନ କାର୍ଯ୍ୟ କରାଯାଉଛି। କିନ୍ତୁ ପ୍ରଶାସନ ପକ୍ଷରୁ ଭୋଜି କରିବାର ସୁଯୋଗ ଦିଆଯାଉ ନ ଥିବାରୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳୁନାହିଁ। ଜିଲା ପର୍ଯ୍ୟଟନ ବିଭାଗ ତଥ୍ୟ କହୁଛି, ୨୦୧୬ରେ ଜିଲାକୁ ମୋଟ୍‌ ୮ ଲକ୍ଷ ୩୬ ହଜାର ୮୩୪ ପର୍ଯ୍ୟଟକ ଆସିଥିଲେ। ୨୦୧୭ରେ ଏହା ବଢ଼ି ୯ ଲକ୍ଷ ୧୦ ହଜାର ୩୯୫ ହୋଇଥିଲା। ୨୦୧୮ରେ ୯ ଲକ୍ଷ ୮୮ ହଜାର ୬୯୯ ଓ ୨୦୧୯ରେ ପ୍ରାୟ ୧୦ ଲକ୍ଷ ପର୍ଯ୍ୟଟକ ଜିଲା ପର୍ଯ୍ୟଟନରେ ସାମିଲ ହୋଇଥିଲେ। ଆଗକୁ ବଡ଼ ଦିନ(ଏକ୍ସମାସ୍‌) ଛୁଟି ଆସୁଛି। ନୂଆବର୍ଷକୁ ନେଇ ନୂଆ ଉତ୍ସାହ ରହିଛି। କିନ୍ତୁ ପ୍ରଶାସନ ସ୍ଥିତି ସ୍ପଷ୍ଟ କରୁ ନ ଥିବାରୁ ଜିଲା ପର୍ଯ୍ୟଟନକୁ ଲାଭ ମିଳିପାରୁ ନାହିଁ।

ଗୃହ ବନ୍ଧନରୁ ମୁକ୍ତି ମିଳୁ
କରୋନା କାରଣରୁ ଢେର ଦିନ ହେଲା ଘରେ ବସି ରହିଛୁ। ଏବେ ପୂର୍ବପରି ଆତଙ୍କର ବାତାବରଣ ନାହିଁ। କଟକଣା ମଧ୍ୟରେ ଉପନିର୍ବାଚନ କରାଗଲା। ମାର୍କେଟ, ମଲ୍‌ ଖୋଲିଦିଆଗଲା। ହେଲେ ପର୍ଯ୍ୟଟନସ୍ଥଳରେ ଭୋଜିଭାତ ଉପରେ କଟକଣା ଉଠାଯାଉ ନାହିଁ। ଗୃହ ବନ୍ଧନରୁ ସରକାର ମୁକ୍ତି ଦେଲେ ଭଲହେବ।
-ରାଜକୁମାରୀ, ଅନୁଗୋଳ
କଟକଣା ମଧ୍ୟରେ ଅନୁମତି ଦିଆଯାଉ
କରୋନା ମଧ୍ୟରେ ହିଁ ସବୁକିଛି ସ୍ବାଭାବିକ ହେଲାଣି। ତେଣୁ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ଉପରେ କାହିଁକି କଠୋର କଟକଣା ରଖାଯାଇଛି ତାହା ବୁଝାପଡ଼ୁ ନାହିଁ। ଏ ଦିଗରେ ପ୍ରଶାସନ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଯାଇଛି। କଟକଣା ମଧ୍ୟରେ ଏହି ଅନୁମତି ମିଳିଲେ କିଛି ଅସୁବିଧା ହେବ ନାହିଁ।
-ସତ୍ୟବ୍ରତ ବେହେରା, ଅନୁଗୋଳ
ବର୍ଷଟିଏ ଅପେକ୍ଷା କରିବାକୁ ପଡ଼ିବ
୯ ମାସ ହେଲା କୋଭିଡ୍‌ କଟକଣାକୁ ଲୋକେ ପାଳନ କରୁଛନ୍ତି। ସେଥିପାଇଁ ସଂକ୍ରମଣ ହାର ବେଶ୍‌ ହ୍ରାସ ପାଇଛି। ସରକାରୀ, ବେସରକାରୀ କାର୍ଯ୍ୟ ପୂର୍ବପରି ଜାରି ରହିଛି। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇସାରିଥିବାରୁ ଆଉ ଦିନ କେଇଟା ଭ୍ରମଣର ସୁଯୋଗ ରହିଛି। କଟକଣା କୋହଳ କରା ନ ଗଲେ ପୁଣି ବର୍ଷେ ଅପେକ୍ଷା କରିବାକୁ ପଡ଼ିବ।
-ନମିତା ମିଶ୍ର, ଅନୁଗୋଳ
ସ୍ଥିର କରି ମଧ୍ୟ ଯାଇପାରୁନୁ
ମହାମାରୀର ପ୍ରଭାବ ହ୍ରାସକୁ ଦେଖି ସାଙ୍ଗମାନେ ମିଶି ପିକ୍‌ନିକ୍‌ ଯିବାକୁ ସ୍ଥିର କରିଛୁ। କିନ୍ତୁ ଭୋଜି ପାଇଁ ଅନୁମତି ମିଳୁ ନ ଥିବାରୁ ଏଯାଏ ଯାଇପାରି ନାହୁଁ। ଜିଲା ପ୍ରଶାସନ କଟକଣା ହଟାଇଲେ ଜିଲାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିପାରନ୍ତେ। ରାଜ୍ୟ ସରକାରଙ୍କ ରାଜସ୍ବ ବୃଦ୍ଧି ସହ ଲୋକଙ୍କୁ ନୂଆ ଉତ୍ସାହ ମିଳିପାରନ୍ତା।
-ଶ୍ରୀତମ କୁମାର ସାହୁ, ଅନୁଗୋଳ
ସରକାରଙ୍କ ନିକଟରୁ ନିର୍ଦ୍ଦେଶ ଆସିନି
ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରାଯାଇଛି। ଚଳିତବର୍ଷ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଇଥିଲା। ତେବେ କୋଭିଡ୍‌ ପାଇଁ ତାହା ଏଯାଏ ସମ୍ଭବ ହୋଇପାରି ନାହିଁ। ପର୍ଯ୍ୟଟନସ୍ଥଳୀରେ ଭୋଜିଭାତକୁ ସରକାର ଏଯାଏ ଅନୁମତି ଦେଇନାହାନ୍ତି। ନୂଆବର୍ଷରେ ନୂଆ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଛି।
-ଜଗଦୀଶ ରାୟ, ଜିଲା ପର୍ଯ୍ୟଟନ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri