ପ୍ରକୃତିକୁ ଫେରନ୍ତୁ ପର୍ଯ୍ୟଟକ

ଅନୁଗୋଳ ଅଫିସ, ୧୬।୧୨ – ରାଜ୍ୟ ପର୍ଯ୍ୟଟନରେ ଅନୁଗୋଳ ଜିଲାର ବେଶ୍‌ ଗୁରୁତ୍ୱ ରହିଛି। ସରକାରୀ ମାନଚିତ୍ରରେ ଏଠାକାର ୧୩ଟି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇଛି। ସେଥିରୁ ସାତକୋଶିଆର ସୌନ୍ଦର୍ଯ୍ୟ କାହାକୁ ବା ଅଛପା। ସେଥିପାଇଁ ପ୍ରକୃତିର ଗନ୍ତାଘର ଏହି ଅଭୟାରଣ୍ୟକୁ ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ଧାଇଁଆସନ୍ତି ଲକ୍ଷ ଲକ୍ଷ ଅତିଥି। ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ମେଳରେ ବହୁଗୁଣିତ ହୋଇଉଠେ ସାତକୋଶିଆର ଶୋଭା। କିନ୍ତୁ ଚଳିତବର୍ଷ କରୋନା ଯୋଗୁ ଶୂନ୍ୟ ପଡ଼ିଛି ଏହି ପର୍ଯ୍ୟଟନସ୍ଥଳର କୋଳ। କୋଭିଡ୍‌ କଟକଣା ସାମାନ୍ୟ କୋହଳ ହୋଇଥିଲେ ମଧ୍ୟ ଭୋଜିଭାତ ପାଇଁ ଏଯାଏ ମିଳିନି ସରକାରୀ ଅନୁମତି। ପିକ୍‌ନିକ୍‌ ଋତୁ ଗଡ଼ିଯାଉଥିବାରୁ ପ୍ରକୃତିକୁ ଉପଭୋଗ ପାଇଁ ସରକାର ପର୍ଯ୍ୟଟକମାନଙ୍କୁ ଅନୁମତି ଦେବାକୁ ଅନୁଗୋଳବାସୀ ଦାବି କରିଛନ୍ତି।
କେବେଠୁ ବଜାରରେ ଗହଳି ଜମିଲାଣି। ମଲ୍‌ଗୁଡ଼ିକରେ ଭିଡ଼ ବଢ଼ିଲାଣି। ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସରକାରଙ୍କ ମତିଗତି ସ୍ପଷ୍ଟ ଦିଶିଲାଣି। କିନ୍ତୁ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରୁ କଟକଣା ସମ୍ପୂର୍ଣ୍ଣ ହଟୁନି। ଫଳରେ ପରିବାର, ସାଙ୍ଗସାଥୀଙ୍କ ସହ ବୁଲି ବାହାରିଥିବା ଲୋକେ ଭୋଜିଭାତ କରିପାରୁ ନାହାନ୍ତି। ଏ ନେଇ ପ୍ରଶାସନ ଅନୁମତି ଦେଉ ନ ଥିବାରୁ ଅଡ଼ୁଆରେ ପଡ଼ିଛନ୍ତି ଯୁବପିଢ଼ି। ବିଶେଷକରି ସାତକୋଶିଆ ଅଭୟାରଣ୍ୟ, ରେଙ୍ଗାଳି, ଡେରଜାଙ୍ଗ ଜଳଭଣ୍ଡାର, ତାଳଚେରର ମା ହିଙ୍ଗୁଳା, ଆଠମଲ୍ଲିକର ଦେଉଳଝରୀ, ବିନକେୟୀ, ଅନୁଗୋଳର ଶୈଳଶ୍ରୀକ୍ଷେତ୍ର, ମନ୍ଦରଗିରି ଆଦି ପର୍ଯ୍ୟଟନସ୍ଥଳୀ ଏଯାଏ ଖାଁ ଖାଁ ରହିଛି। ଏସବୁ ସ୍ଥାନ ପ୍ରତି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ କୋଟି କୋଟି ଟଙ୍କାରେ ଉନ୍ନୟନ କାର୍ଯ୍ୟ କରାଯାଉଛି। କିନ୍ତୁ ପ୍ରଶାସନ ପକ୍ଷରୁ ଭୋଜି କରିବାର ସୁଯୋଗ ଦିଆଯାଉ ନ ଥିବାରୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ ମିଳୁନାହିଁ। ଜିଲା ପର୍ଯ୍ୟଟନ ବିଭାଗ ତଥ୍ୟ କହୁଛି, ୨୦୧୬ରେ ଜିଲାକୁ ମୋଟ୍‌ ୮ ଲକ୍ଷ ୩୬ ହଜାର ୮୩୪ ପର୍ଯ୍ୟଟକ ଆସିଥିଲେ। ୨୦୧୭ରେ ଏହା ବଢ଼ି ୯ ଲକ୍ଷ ୧୦ ହଜାର ୩୯୫ ହୋଇଥିଲା। ୨୦୧୮ରେ ୯ ଲକ୍ଷ ୮୮ ହଜାର ୬୯୯ ଓ ୨୦୧୯ରେ ପ୍ରାୟ ୧୦ ଲକ୍ଷ ପର୍ଯ୍ୟଟକ ଜିଲା ପର୍ଯ୍ୟଟନରେ ସାମିଲ ହୋଇଥିଲେ। ଆଗକୁ ବଡ଼ ଦିନ(ଏକ୍ସମାସ୍‌) ଛୁଟି ଆସୁଛି। ନୂଆବର୍ଷକୁ ନେଇ ନୂଆ ଉତ୍ସାହ ରହିଛି। କିନ୍ତୁ ପ୍ରଶାସନ ସ୍ଥିତି ସ୍ପଷ୍ଟ କରୁ ନ ଥିବାରୁ ଜିଲା ପର୍ଯ୍ୟଟନକୁ ଲାଭ ମିଳିପାରୁ ନାହିଁ।

ଗୃହ ବନ୍ଧନରୁ ମୁକ୍ତି ମିଳୁ
କରୋନା କାରଣରୁ ଢେର ଦିନ ହେଲା ଘରେ ବସି ରହିଛୁ। ଏବେ ପୂର୍ବପରି ଆତଙ୍କର ବାତାବରଣ ନାହିଁ। କଟକଣା ମଧ୍ୟରେ ଉପନିର୍ବାଚନ କରାଗଲା। ମାର୍କେଟ, ମଲ୍‌ ଖୋଲିଦିଆଗଲା। ହେଲେ ପର୍ଯ୍ୟଟନସ୍ଥଳରେ ଭୋଜିଭାତ ଉପରେ କଟକଣା ଉଠାଯାଉ ନାହିଁ। ଗୃହ ବନ୍ଧନରୁ ସରକାର ମୁକ୍ତି ଦେଲେ ଭଲହେବ।
-ରାଜକୁମାରୀ, ଅନୁଗୋଳ
କଟକଣା ମଧ୍ୟରେ ଅନୁମତି ଦିଆଯାଉ
କରୋନା ମଧ୍ୟରେ ହିଁ ସବୁକିଛି ସ୍ବାଭାବିକ ହେଲାଣି। ତେଣୁ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ଉପରେ କାହିଁକି କଠୋର କଟକଣା ରଖାଯାଇଛି ତାହା ବୁଝାପଡ଼ୁ ନାହିଁ। ଏ ଦିଗରେ ପ୍ରଶାସନ ଗଭୀର ଭାବେ ଚିନ୍ତା କରିବାର ସମୟ ଆସିଯାଇଛି। କଟକଣା ମଧ୍ୟରେ ଏହି ଅନୁମତି ମିଳିଲେ କିଛି ଅସୁବିଧା ହେବ ନାହିଁ।
-ସତ୍ୟବ୍ରତ ବେହେରା, ଅନୁଗୋଳ
ବର୍ଷଟିଏ ଅପେକ୍ଷା କରିବାକୁ ପଡ଼ିବ
୯ ମାସ ହେଲା କୋଭିଡ୍‌ କଟକଣାକୁ ଲୋକେ ପାଳନ କରୁଛନ୍ତି। ସେଥିପାଇଁ ସଂକ୍ରମଣ ହାର ବେଶ୍‌ ହ୍ରାସ ପାଇଛି। ସରକାରୀ, ବେସରକାରୀ କାର୍ଯ୍ୟ ପୂର୍ବପରି ଜାରି ରହିଛି। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇସାରିଥିବାରୁ ଆଉ ଦିନ କେଇଟା ଭ୍ରମଣର ସୁଯୋଗ ରହିଛି। କଟକଣା କୋହଳ କରା ନ ଗଲେ ପୁଣି ବର୍ଷେ ଅପେକ୍ଷା କରିବାକୁ ପଡ଼ିବ।
-ନମିତା ମିଶ୍ର, ଅନୁଗୋଳ
ସ୍ଥିର କରି ମଧ୍ୟ ଯାଇପାରୁନୁ
ମହାମାରୀର ପ୍ରଭାବ ହ୍ରାସକୁ ଦେଖି ସାଙ୍ଗମାନେ ମିଶି ପିକ୍‌ନିକ୍‌ ଯିବାକୁ ସ୍ଥିର କରିଛୁ। କିନ୍ତୁ ଭୋଜି ପାଇଁ ଅନୁମତି ମିଳୁ ନ ଥିବାରୁ ଏଯାଏ ଯାଇପାରି ନାହୁଁ। ଜିଲା ପ୍ରଶାସନ କଟକଣା ହଟାଇଲେ ଜିଲାକୁ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସିପାରନ୍ତେ। ରାଜ୍ୟ ସରକାରଙ୍କ ରାଜସ୍ବ ବୃଦ୍ଧି ସହ ଲୋକଙ୍କୁ ନୂଆ ଉତ୍ସାହ ମିଳିପାରନ୍ତା।
-ଶ୍ରୀତମ କୁମାର ସାହୁ, ଅନୁଗୋଳ
ସରକାରଙ୍କ ନିକଟରୁ ନିର୍ଦ୍ଦେଶ ଆସିନି
ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି କରାଯାଇଛି। ଚଳିତବର୍ଷ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଇଥିଲା। ତେବେ କୋଭିଡ୍‌ ପାଇଁ ତାହା ଏଯାଏ ସମ୍ଭବ ହୋଇପାରି ନାହିଁ। ପର୍ଯ୍ୟଟନସ୍ଥଳୀରେ ଭୋଜିଭାତକୁ ସରକାର ଏଯାଏ ଅନୁମତି ଦେଇନାହାନ୍ତି। ନୂଆବର୍ଷରେ ନୂଆ ଗାଇଡ୍‌ଲାଇନ୍‌କୁ ଅପେକ୍ଷା କରାଯାଇଛି।
-ଜଗଦୀଶ ରାୟ, ଜିଲା ପର୍ଯ୍ୟଟନ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ନେପୋଲିଅନଙ୍କ ରହସ୍ୟମୟ ଚିଠିର ଗୁମର ଖୋଲିଲା ଏଆଇ

ଲଣ୍ଡନ, ୩ା୧୦: ଫ୍ରାନ୍ସର ପ୍ରସିଦ୍ଧ ସମ୍ରାଟ ନେପୋଲିଅନ ବୋନାପାର୍ଟଙ୍କ ଏକ ୨୧୭ ବର୍ଷ ପୁରୁଣା ରହସ୍ୟମୟ ଚିଠିର ଗୁପ୍ତ ସଙ୍କେତକୁ କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ସିଇସି ଜ୍ଞାନେଶଙ୍କ ଇସ୍ତଫା ଦାବି ତେଜିଲା

ମମ୍ବାଇ,୩ା୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ପକ୍ଷରୁ ଶୁକ୍ରବାର ମୁମ୍ବାଇର ଶିବାଜୀ ପାର୍କରେ ଜେଲଭରୋ ଆନ୍ଦୋଳନ…

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?