Posted inଖେଳ

ଋଜୁରାଜ, ଭେଙ୍କଟଶଙ୍କ ପାଇଁ ବଦଳିପାରେ ଭାରତୀୟ ଦିନିକିଆ ଦଳର କମ୍ବିନେଶନ

ନୂଆଦିଲ୍ଲୀ, ୧୨।୧୨: ଆସନ୍ତାବର୍ଷ ଜାନୁୟାରୀରେ ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ। ଏଥିଲାଗି ଏବେଠାରୁ ଭାରତୀୟ ଦଳର କମ୍ବିନେଶନ କ’ଣ ହେବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଅବଶ୍ୟ ଏବେ ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ବିଜୟ ହଜାରେ ଟ୍ରଫିରେ ଅଭିଜ୍ଞ ଓପନର ଶିଖର ଧାଓ୍ବନ ସଂଘର୍ଷ କରୁଥିବା ବେଳେ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି ଯୁବ ଓପନର ଋତୁରାଜ ଗାଏକ୍ୱାଡ। ବହୁ ପ୍ରତୀକ୍ଷିତ ଏହି ସିରିଜରେ ଭେଙ୍କଟେଶ ଆୟାର ଖେଳିବା ମଧ୍ୟ ଏକପ୍ରକାର ନିଶ୍ଚିତ ମନେହେଉଛି।

ଇତିମଧ୍ୟରେ ଓପନର ରୋହିତ ଶର୍ମା ଭାରତୀୟ ଦିନିକିଆ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘୋଷଣା କରିସାରିଛି। ତେବେ ଏହି ସିରିଜ ପାଇଁ ଦଳ ଘୋଷଣା କରାଯାଇନାହିଁ। ଚୟନକର୍ତ୍ତାମାନେ ଏବେ ବିଜୟ ହଜାରେ ଟ୍ରଫିରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି। ବିଜୟ ହଜାରେ ଟ୍ରଫି ଚାଲୁ ରହିଥିବା ବେଳେ ଋତୁରାଜ ଓ ଆୟାରକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଋତୁରାଜ କ୍ରମାଗତ ୩ଟି ଶତକ ହାସଲ କରିଥିବା ବେଳେ ଆୟାର ଦୁଇଟି ଶତକ ଅର୍ଜନ କରିଛନ୍ତି। ଭଲ ବ୍ୟାଟିଂ କରିବା ସହ ସେ ଉଇକେଟ ମଧ୍ୟ ନେଉଛନ୍ତି। ଫଳରେ ସେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ଭାବେ ଉଭା ହୋଇଛନ୍ତି। ତେବେ ଦଳରେ ଲୋକେଶ ରାହୁଲ ଓ ରୋହିତଙ୍କ ଉପସ୍ଥିତିରେ ଟପ୍‌ ଅର୍ଡରରେ ଋତୁରାଜଙ୍କୁ ସ୍ଥାନ ମିଳିବା କଷ୍ଟକର ମନେହେଉଛି। ଏଭଳି ପରିସ୍ଥିତିରେ ଆୟରଙ୍କୁ ୫ କିମ୍ବା ୬ ନମ୍ବରରେ ସୁଯୋଗ ଦିଆଯାଇପାରେ। ଦଳ ପାଇଁ ସେ ଫିନିଶରର ଭୂମିକା ନିର୍ବାହ କରିବେ।

ଗତ ଦିନିକିଆ ସିରିଜରେ ଧାଓ୍ବନ ଭାରତର ନେତୃତ୍ୱ ନେଇଥିଲେ ଓ ଶ୍ରୀଲଙ୍କା ବିପକ୍ଷ ଗୋଟିଏ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ବଡ଼ ବଡ଼ ଆଇସିସି ଇଭେଣ୍ଟରେ ଧାଓ୍ବନ ବଡ଼ ଇନିଂସ ଖେଳିବାରେ ଅଭ୍ୟସ୍ତ ରହିଛନ୍ତି। ତେଣୁ ଧାଓ୍ବନଙ୍କୁ ଏକ ଶେଷ ସୁଯୋଗ ଦେବାକୁ ଚୟନକର୍ତ୍ତାମାନେ ଲକ୍ଷ୍ୟ ରଖିଥିଲେ। ତାଙ୍କୁ ଗୋଟିଏ କିମ୍ବା ୨ଟି ମ୍ୟାଚ୍‌ରେ ଖେଳାଯାଇପାରେ। ତେଣୁ ଦକ୍ଷିଣ ଆଫ୍ରିକା ସିରିଜ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri