ସମ୍ବଲପୁରରେ ୨୬୦ ଛୁଇଁଲା ଟମାଟୋ

ସମ୍ବଲପୁର, ୧ା୮(ଶୁଭାଶିଷ ପାଢ଼ୀ): ଗତ ଜୁନ୍‌ ମାସରୁ ରାଜ୍ୟରେ ଟମାଟୋ ଦର ଅନିୟନ୍ତ୍ରିତ ହୋଇରହିଛି। ଜିଲା ସ୍ତରରେ ଏହାର ଦର ଭିନ୍ନ ରହୁଛି। ପାଣିପାଗରେ ଅନିୟମିତତା, ଅଧିକ ଖରା ଯୋଗୁ ଉତ୍ପାଦନ ହ୍ରାସ, ବର୍ଷା, ବନ୍ୟା, ରାସ୍ତା ସମସ୍ୟା ସହ ଗାଡ଼ି ଭଡ଼ା ବୃଦ୍ଧି ଯୋଗୁ ଟମାଟୋ ଦର ଉଚ୍ଚା ରହୁଥିବା କୁହାଯାଉଛି। ହେଲେ ବାସ୍ତବରେ ଦର ନିୟନ୍ତ୍ରଣ କରିବା ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ କରାଯାଇ ନାହିଁ। ପ୍ରତିଦିନ ଟମାଟୋର ଉଚିତ ଦର ଖାଉଟି ଜାଣିପାରୁନାହାନ୍ତି। ତେଣୁ ଏହି ବ୍ୟବସାୟ ସହ ଜଡ଼ିତ ମଧ୍ୟସ୍ଥମାନେ ଲାଭବାନ ହେଉଥିବାବେଳେ ଖାଉଟି ଆର୍ଥତ୍କ ବୋଝରେ ବେହାଲ ହେଉଛି।
ଜୁନ୍‌ରେ ଜିଲାରେ ଟମାଟୋ କିଲୋ ପ୍ରତି ୪୦ରୁ ୬୦ ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଜୁଲାଇରେ ଏହା ବୃଦ୍ଧି ପାଇ ସୋମବାର ୨୬୦ ଟଙ୍କାରେ ପହଞ୍ଚତ୍ଛି। ମାନେଶ୍ୱର ସାପ୍ତାହିକ ବଜାରରେ ଏହି ଦରକୁ ନେଇ ଖାଉଟି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। କେବଳ ମାନେଶ୍ୱର ନୁହେଁ, ସମ୍ବଲପୁର ସହରର ବିଭିନ୍ନ ଖୁଚୁରା ବ୍ୟବସାୟୀ ଏହି ଦରରେ ବିକ୍ରି କରୁଥିଲେ। ଦର ବୃଦ୍ଧି ଯୋଗୁ ବଜାରରେ ଟମୋଟାର ଚାହିଦା ହ୍ରାସ ପାଇଛି। କେତେଜଣ ହାତଗଣତି ଅଣଓଡ଼ିଆ ବେପାରୀ ଏହା ବିକ୍ରି କରୁଥିବା ଦେଖାଯାଇଥିଲା।
ରାଜ୍ୟକୁ ଟମାଟୋ ବିଶେଷକରି ଆନ୍ଧ୍ରପ୍ରଦେଶ, କର୍ନାଟକ ଓ ମହାରାଷ୍ଟ୍ରର ଚାଷୀଙ୍କଠାରୁ ଆସିଥାଏ। ଦରଦାମ ନିୟନ୍ତ୍ରଣ କରିବା ପାଇଁ ଜିଲା ସ୍ତରରେ ଯୋଗାଣ ବିଭାଗ ଅଧିକାରୀ ନିୟୋଜିତ ଅଛନ୍ତି। ପ୍ରତିଦିନ କେତେ ଦରରେ ଟମାଟୋ ଜିଲାକୁ ଆସୁଛି, କେଉଁ ଡିଲରମାନଙ୍କ ଜରିଆରେ ଖୁଚୁରା ବେପାରୀଙ୍କୁ ଦିଆଗଲା ଏସବୁ ରିପୋର୍ଟ ମଧ୍ୟ ତିଆରି କରାଯାଉଛି। ହେଲେ ଖୁଚୁରା ବେପାରୀ ବଜାରରେ ଖାଉଟିମାନଙ୍କୁ ବିକ୍ରିକରିବା ସମୟରେ ଅଧିକ ଲାଭ ରଖୁଛନ୍ତି। ବିଶେଷକରି ଜୁଲାଇ-ଅଗଷ୍ଟ ଓ ଅକ୍ଟୋବର-ନଭେମ୍ବରରେ ଟମାଟୋ ଉତ୍ପାଦନ କମ୍‌ ହୋଇଥାଏ। ଏହି ସମୟରେ ମୌସୁମୀଜନିତ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହେବା ମଧ୍ୟ ଦରବୃଦ୍ଧିର କାରଣ ହୋଇଥାଏ। ମହାରାଷ୍ଟ୍ର ନାସିକରୁ ନୂଆ ଫସଲ ଆସିଲେ ଦର କମିବ ବୋଲି ଆଶା କରାଯାଉଛି। ଦରବୃଦ୍ଧି ପାଇଁ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଦୋଷ ଦେଉଛନ୍ତି। ଦର ନିୟନ୍ତ୍ରଣ ଓ ଖାଦ୍ୟ ସାମଗ୍ରୀ ବିପଣନ ଉପରେ କେନ୍ଦ୍ର ଲଗାମ ଲଗାଇପାରୁ ନ ଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ସମ୍ବଲପୁର ଜିଲା ପାଇଁ ପ୍ରତିଦିନ ପ୍ରାୟ ୧୮୦ରୁ ୨୦୦ କୁଇଣ୍ଟାଲ ଟମାଟୋ ଆବଶ୍ୟକ ପଡ଼ିଥାଏ। ହେଲେ ସୋମବାର ରାଜ୍ୟ ବାହାରୁ ହୋଲ୍‌ସେଲରଙ୍କ ପାଖକୁ ମାତ୍ର ୫୦ କୁଇଣ୍ଟାଲ ଟମାଟୋ ଆସିଥିଲା। ଆଜିର ହୋଲ୍‌ସେଲ ଦର କିଲୋ ପ୍ରତି ୧୬୦ ଟଙ୍କା ରହିଥିବା ବେଳେ ଖୁଚୁରା ବେପାରୀ ୮୦ରୁ ୧୦୦ ଟଙ୍କା ଲାଭ ରଖି ବିକ୍ରି କରୁଥିଲେ। ନିୟମ ଦୃଷ୍ଟିରୁ କିଣା ଦରଠାରୁ ଖୁଚୁରା ବେପାରୀ କେଜି ପ୍ରତି ୧୦ ଟଙ୍କା ଲାଭ ରଖିପାରିବେ। ହେଲେ ଏଠାରେ ବ୍ୟତିକ୍ରମ ଦେଖାଦେଇଛି। ଏ ସମ୍ପର୍କରେ ଯୋଗାଣ ବିଭାଗ ଅଧିକାରୀ ବୀରେନ୍ଦ୍ର ସୁରେନ କହିଛନ୍ତି, ଟମାଟୋ ଦର ପ୍ରତିଦିନ କମ୍‌ବେଶି ହୋଇଥାଏ। ଆଜି କିଣା ଦର ୧୬୦ ଟଙ୍କା ରହିଥିଲା। ବଜାରରେ ଅଧିକ ଦରରେ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ୨ ଜଣ ହୋଲସେଲର ବିଭିନ୍ନ ରାଜ୍ୟରେ ଥିବା ଦର ଅନୁସାରେ ଟମାଟୋ କିଣି ବିକ୍ରି କରନ୍ତି। ସବୁ ଯାଞ୍ଚ କରାଯାଇଥାଏ। ଆଜିର ଖାଉଟିଙ୍କ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri