ଟମାଟୋ କିଣିବାକୁ ଡର, କିଲୋ ୧୦୦ରୁ ଅଧିକ

ପାରଳାଖେମୁଣ୍ଡି,୩୦ା୬(ଗିରିଧାରୀ ପରିଛା): ବଢୁଛି ପରିବା ଦର। ଅତିଷ୍ଠ ହେଉଛନ୍ତି ସାଧାରଣ ଲୋକେ। ନିମ୍ନ ଓ ମଧ୍ୟବିତ୍ତ ପରିବାରର ଲୋକେ ପରିବା କିଣିବା ଆଗରୁ ଦଶ ଥର ଭାବୁଛନ୍ତି। ପାରଳାଖେମୁଣ୍ଡି ସହରରେ ଟମାଟୋ ଦର ୧୦୦ ଟଙ୍କା ପାର କରିଛି। ମାସକ ତଳେ ୩୦ରୁ୪୦ ଟଙ୍କା ଥିଲା ବେଳେ ହଠାତ ଦର ବୃଦ୍ଧି ପାଇଛି। ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ବେଶ ବୃଦ୍ଧି ପାଇଛି । ଝୁଡଙ୍ଗ କିଲୋ ପିଛା ୧୦୦, ବିନ୍ସ ୧୫୦, ଭେଣ୍ଡି ୮୦, ପୋଟଳ ୮୦, କାକୁଡି ୮୦, କଲରା ୮୦, ଗାଜର ୫୦, ଜହ୍ନି ୮୦ ଟଙ୍କାରେ ବିକ୍ରି ହେଉଛି। ବଜାରରେ ଅଧିକାଂଶ ପରିବା ଦର ୮୦ ଟଙ୍କାରୁ ଊଦ୍ଧର୍‌ବ ରହିଛି। ଅନ୍ୟପଟେ ଗଜପତି ଜିଲାର ଚାଷୀ ମାନେ ପରିବା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। କାରଣ ଚାଷୀମାନେ ସରକାରୀ ବିହନ ଠିକ ସମୟରେ ପାଇ ପାରୁନଥିବା ଏବଂ ଓଡିଶା ବିହନରେ ଚାଷ କଲେ ପୋକ ଧରୁଥିବା ଚାଷୀମାନେ କହିଛନ୍ତି। ଫଳରେ ଜିଲାର ଅଧିକାଂଶ ଚାଷୀ ବାହାର ରାଜ୍ୟକୁ ଯାଇ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଗଛରୁ ଫୁଲ, ଫଳ ମଧ୍ୟ ଝଡ଼ି ପଡ଼ିଛି । ବର୍ଷା ଯୋଗୁଁ ପରିବା ବଜାରକୁ ପର୍ଯ୍ୟାପ୍ତ ପରିମାଣର ଆସିପାରିନାହିଁ ବୋଲି ବ୍ୟବସାୟୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଛୋଲେ-ଭଟୁରେ ତିଆରି କଲେ ପ୍ରିୟଙ୍କା ଗାନ୍ଧୀ, ସୋସିଆଲ ମିଡିଆରେ ଫଟୋ ସେୟାର କରି ରାହୁଲ କହିଲେ…

ନୂଆଦିଲ୍ଲୀ,୧୩।୯: କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଛୋଲେ-ଭଟୁରେର ଏକ ଫଟୋ ସେୟାର କରିଛନ୍ତି…

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?