ଟମାଟୋ ପୁଦିନା ଚଟଣି

ଆବଶ୍ୟକ ସାମଗ୍ରୀ: ପିଆଜ- ୧ଟି (କଟା), ହେଙ୍ଗୁ- ଅଳ୍ପ, ଭୁର୍ସୁଙ୍ଗପତ୍ର- ଅଳ୍ପ, ଶୁଖିଲା ଲଙ୍କା- ୪ଟି, ରସୁଣ- ୬ ପାଖୁଡ଼ା, ଛୋଟ ଛୋଟ କଟା ଅଦା- ୧ ଚାମଚ, ଜିରା- ୧ ଚାମଚ, ପୁଦିନାପତ୍ର- ୧ କପ୍‌ (କଟା), ଧନିଆପତ୍ର- ଅଧା କପ୍‌ (କଟା), ମେଥି- ଅଳ୍ପ, ତେନ୍ତୁଳି ରସ- ୧ ଚାମଚ, ସୋରିଷ- ଅଧା ଚାମଚ, ବୁଟ ଡାଲି- ୨ ଚାମଚ, ବିରିଡାଲି- ୧ ଚାମଚ, ସ୍ବାଦ ଅନୁସାରେ ଲୁଣ ଓ ତେଲ।
ପ୍ରଣାଳୀ: ପ୍ରଥମେ ଗ୍ୟାସରେ କଡେଇ ଗରମ କରି ସେଥିରେ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ବୁଟ ଡାଲି, ବିରି ଡାଲି, ମେଥି, ଜିରା ଓ ଲଙ୍କା ପକାଇ ଅଳ୍ପ ଭାଜି ଦିଅନ୍ତୁ। ଏହାପରେ ସେଥିରେ ପିଆଜ ଓ ରସୁଣ ପକାଇ ହାଲକା ଭାଜନ୍ତୁ। ଏଥିରେ ଟମାଟୋ, ତେନ୍ତୁଳି ଓ ଲୁଣ ପକାଇ ଭାଜନ୍ତୁ। ଟମାଟୋ ନରମ ହୋଇଗଲେ ସେଥିରେ ପୁଦିଆ ଓ ଧନିଆପତ୍ର ପକାଇ ଓହ୍ଳାଇ ଦିଅନ୍ତୁ। ମିଶ୍ରଣ ଥଣ୍ଡା ହୋଇଯିବା ପରେ ତାହାକୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାପରେ ମଧ୍ୟମ ଆଞ୍ଚରେ ପୁଣି ଥରେ ତେଲ ଗରମ କରି ସେଥିରେ ସୋରିଷ, ହେଙ୍ଗୁ ଓ ମେଥି ଫୁଟାଇ ବଟା ହୋଇଥିବା ପେଷ୍ଟ ଉପରେ ପକାଇ ମିଶାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଟମାଟୋ ପୁଦିନା ଚଟଣି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ ଏଭଳି ସଜାନ୍ତୁ ଘର…

ଦୀପାବଳିରେ ସମସ୍ତେ ଚାହାନ୍ତି ନିଜ ଘର ସୁନ୍ଦର ଦେଖାଯାଉ। ଆଉ ସବୁ କୋଣ ଝଲସି ଉଠୁ। କିନ୍ତୁ ଦାମୀ ଘରସଜା ସାମଗ୍ରୀ କିଣି ଘର ସଜାଇବା...

ଅଧିକ ପେଷ୍ଟର ବ୍ୟବହାର ଦାନ୍ତ ପାଇଁ ହୋଇପାରେ କ୍ଷତିକାରକ: ଜାଣନ୍ତୁ କେତେ ରହିବ ପେଷ୍ଟର ମାତ୍ରା

ଟୁଥ୍‌ପେଷ୍ଟର ବ୍ୟବହାର ଦାନ୍ତ ଓ ପାଟିକୁ ସୁସ୍ଥ ରଖିବା ସହିତ ମୁଖ ଦୁୁର୍ଗନ୍ଧରୁ ମୁକ୍ତି ଦେଇଥାଏ। ବ୍ରଶ୍‌ କରିବା ସମୟରେ ଯେତେ ଅଧିକ ଟୁଥ୍‌ପେଷ୍ଟର ବ୍ୟବହାର...

ରିଙ୍କିଲ୍ସ ପାଇଁ ଚିନ୍ତିତ କି, ତାହେଲେ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ କେତେକ ଲୋକଙ୍କ କ୍ଷେତ୍ରରେ କମ୍‌ ବୟସରେ ମଧ୍ୟ ମୁହଁରେ ରିଙ୍କିଲ୍ସ ଆସିଯାଇଥାଏ। ଯେପରିକି ଚର୍ମ କୁଞ୍ଚନ, ଚର୍ମ ଢିଲା ହେବା, ଚମକ ହ୍ରାସ ପାଇବା...

ସନ୍ତୁଳିତ ରହିବ କ୍ୟାଲୋରି

ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରୀ। ଏଥିରେ ଅସନ୍ତୁଳିତ ପରିଲକ୍ଷିତ ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ତେବେ କ୍ୟାଲୋରି...

ଉଚ୍ଚ ରକ୍ତଚାପ ଦୂର କରେ ସଙ୍ଗୀତ

ଉଚ୍ଚ ରକ୍ତଚାପ ବା ହାଇପର୍‌ ଟେନସନ୍‌ ଏକ ଗମ୍ଭୀର ରୋଗ। ରକ୍ତଚାପ ବୃଦ୍ଧି ହେଲେ ହୃଦ୍‌ରୋଗ, କିଡ୍‌ନୀ ସମ୍ଯଯା, ଷ୍ଟ୍ରୋକ୍‌ ଏବଂ ଅନେକ ଗମ୍ଭୀର ରୋଗର...

ଶୀତରେ ବି ଲାଗିବେ ସୁନ୍ଦର

ଶୀତରେ ତ୍ୱଚା ଏବଂ କେଶ ରୁକ୍ଷ ହୋଇଯାଏ। ହେଲେ ଏଥିପାଇଁ ବ୍ୟସ୍ତ ନ ହୋଇ କେତୋଟି ଘରୋଇ ଉପାୟ ଆପଣେଇଲେ ତ୍ୱଚା ଓ କେଶ ସୁନ୍ଦର...

ରକ୍ତଚାପ ମାପିବ ସ୍ମାର୍ଟଗ୍ଲାସ୍‌

ମାଇକ୍ରୋସଫ୍ଟ ନିଜ ସ୍ମାର୍ଟ ଗ୍ଲାସ୍‌(ଚଷମା)ର ଆସନ୍ତା ପିଢ଼ି ବିକଶିତ କରିବାରେ ଲାଗିଛି। ଏହା ରକ୍ତଚାପ ମାପିବା ଡିଭାଇସ୍‌ ରୂପେ କାମ କରିବ। ଏହାର ନା ଗ୍ଲୋବେଲା...

କଳାର ପୂଜାରୀ

ସେମାନଙ୍କ ହାତର ଯାଦୁଗରି ସ୍ପର୍ଶ ମାଟି, ପଥରକୁ ଦେଇପାରେ ଏକ ସୁନ୍ଦର ମନଲୋଭା ରୂପ। ଏକ ଅଦରକାରୀ ବସ୍ତୁ ବି ତାଙ୍କ ହାତରେ ଲାଗିଲେ ପାଲଟିଯାଏ...

Play 250+ Trending Games
Archives

Model This Week

Why Dharitri