Posted inଖେଳ

ହାଇ ଜମ୍ପରେ ଦୁଇ ଜଣ ବାଣ୍ଟିନେଲେ ସ୍ବର୍ଣ୍ଣ ପଦକ

ଟୋକିଓ,୪।୮: ଟୋକିଓ ଅଲିମ୍ପିକ୍ସର ହାଇ ଜମ୍ପ ଇଭେଣ୍ଟରେ ଇଟାଲିର ଗିଆନମାର୍କୋ ତାମ୍ବେରି ଓ କାତାରର ମୁତାଜ ଏସା ବାର୍ଶିମ ସ୍ବର୍ଣ୍ଣ ପଦକ ଶେୟାର କରିଛନ୍ତି। ଦୁହେଁ ଫାଇନାଲରେ ୨.୩୭ ମିଟର ଉଚ୍ଚତା ହାସଲ କରିଥିଲେ। କିନ୍ତୁ ଉଭୟ ଆଥ୍‌ଲେଟ ୩ ଉଦ୍ୟମ ପରେ ମଧ୍ୟ ୨.୩୯ ମିଟର ଉଚ୍ଚତା ହାସଲ କରି ପାରି ନ ଥିଲେ। ଏଥି ଯୋଗୁ ଜମ୍ପ ଅଫ୍‌ ନିୟମ ଦ୍ୱାରା ସ୍ବର୍ଣ୍ଣ ପଦକ ବିଜେତା ନିର୍ଣ୍ଣୟ କରିବାକୁ ପ୍ରସ୍ତାବ ଦେଇଥିଲେ ଅଫିସିଆଲ। କିନ୍ତୁ କିଛି ରିପୋର୍ଟ ମୁତାବକ, ବନ୍ଧୁ ଗିଆନମାର୍କୋଙ୍କ ସହ ସ୍ବର୍ଣ୍ଣ ପଦକ ଶେୟାର କରିବାକୁ ଚାହୁଁଥିବା ଅଫିସିଆଲଙ୍କୁ କହିଥିଲେ କାତାରର ମୁତାଜ। ସୋସିଆଲ ମିଡିଆରେ ଏହାକୁ ବନ୍ଧୁତ୍ୱର ଉଦ୍‌ହାରଣ ବୋଲି କୁହାଯାଉଛି। କିନ୍ତୁ ସେଥିରେ ସତ୍ୟତା ନାହିଁ।

ହାଇ ଜମ୍ପ ଅଲିମ୍ପିକ୍‌ ଇଭେଣ୍ଟରେ ଏକ ନିୟମ ଅଛି, ଯାହାକି ସ୍ବର୍ଣ୍ଣ ପଦକ ଶେୟାର କରିବାକୁ ଅନୁମତି ଦେଉଛି। ସର୍ବାଧିକ ଉଚ୍ଚତା ହାସଲକାରୀ ଆଥ୍‌ଲେଟ୍‌ଙ୍କୁ ସ୍ବର୍ଣ୍ଣ ପଦକ ଦିଆଯାଏ। କିନ୍ତୁ ଯଦି ଦୁଇ ଆଥ୍‌ଲେଟଙ୍କ ମଧ୍ୟରେ ଉଚ୍ଚତା ସମାନ ରୁହେ, ତେବେ ଖୁବ୍‌ କମ୍‌ ଉଦ୍ୟମରେ ନିର୍ଦ୍ଧାରିତ ଉଚ୍ଚତା ହାସଲ କରିଥିବା ଆଥ୍‌ଲେଟ୍‌ଙ୍କୁ ପ୍ରଦାନ କରାଯାଏ ସ୍ବର୍ଣ୍ଣ ପଦକ। ମାତ୍ର ସେହି ନିୟମ ଏଠାରେ କାର୍ଯ୍ୟକାରୀ ହୋଇପାରି ନ ଥିଲା। କାରଣ ଦୁହେଁ ସମାନ ସଂଖ୍ୟକ ଉଦ୍ୟମରେ ସମାନ ଉଚ୍ଚତା ହାସଲ କରିଥିଲେ। ଏଣୁ ଏଠାରେ ଜମ୍ପ ଅଫ୍‌ ନିୟମ କାର୍ଯ୍ୟକାରୀ ହେବା କଥା। ମାତ୍ର ଉଭୟ ଆଥ୍‌ଲେଟ୍‌ଙ୍କ ସହମ୍ମତି କ୍ରମେ ସ୍ବର୍ଣ୍ଣ ପଦକ ବଣ୍ଟାଯାଇପାରିବ। ଆଉ ଏହା ହିଁ ଘଟିଥିଲା ହାଇ ଜମ୍ପ ଇଭେଣ୍ଟରେ। ଅନ୍ତିମ ଥର ୧୯୧୨ ଷ୍ଟକହୋମ ଅଲିମ୍ପିକ୍ସରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରୁଛନ୍ତି ଫିଲିପ୍‌, ବାପାଙ୍କୁ ଆସିଲା ଏମିତି କଲ୍‌…

ଗୁଡ଼ାରି,୧୫ା୭(ପ୍ରମୋଦ ପତି): ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ସେଠାରେ ମୃତ୍ୟୁ ବରଣ କରିଛନ୍ତି ଗୁଡ଼ାରି ବ୍ଲକର ଏମ୍‌କେ ରାଇ ପଞ୍ଚାୟତ ଅନ୍ତର୍ଗତ ମକାଗୁଡ଼ା ଗ୍ରାମର ଅବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri