Posted inଖେଳ

ହକିରେ ଭାରତୀୟ ମହିଳାଙ୍କ କ୍ୱାର୍ଟର ଆଶା ଉଜ୍ଜୀବିତ

ଟୋକିଓ,୩୦।୭: ଅଲିମ୍ପିକ୍ସ ହକି ଇଭେଣ୍ଟରେ ଭାରତୀୟ ମହିଳା ଦଳ କ୍ରମାଗତ ୩ଟି ପରାଜୟ ବରଣ କରିବା ପରେ ପ୍ରଥମ ବିଜୟ ହାସଲ କରିଛି। ଶୁକ୍ରବାର ଭାରତ ନବନୀତ କୌରଙ୍କ ବିଳମ୍ବିତ ଗୋଲ ବଳରେ ଆୟର୍ଲାଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି। ଏଥିସହ ଭାରତର କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବିତ ରହିଛି। ଭାରତ ଏବେ ତା’ର ଅନ୍ତିମ ପୁଲ ମାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଶନିବାର ଭେଟିବ ଓ ଏହି ମ୍ୟାଚ୍‌ରେ ବିଜୟ ହାସଲ କରିବା ଅପରିହାର୍ଯ୍ୟ ହୋଇଛି। ଏଥିସହ ଗ୍ରେଟ୍‌ ବ୍ରିଟେନଠାରୁ ଆୟର୍ଲାଣ୍ଡ ହାରିବା ଜରୁରି ହୋଇଛି। ଏହା ହେଲେ ଭାରତ କ୍ୱାର୍ଟର ଫାଇନାକୁ ଉଠିବ। ଉଭୟ ପୁଲର ଶ୍ରେଷ୍ଠ ୪ଟି ଦଳ କ୍ୱାର୍ଟର ଫାଇନାଲକୁ ଉଠିବେ। ଭାରତ ପୁଲ ଏ’ରେ ୪ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ସହ ୩ ପଏଣ୍ଟ ହାସଲ କରି ପଞ୍ଚମ ସ୍ଥାନରେ ରହିଛି। ଆୟର୍ଲାଣ୍ଡ ମଧ୍ୟ ସମାନ ୩ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଗୋଲ ବ୍ୟବଧାନରେ ଭାରତକୁ ପଛରେ ପକାଇ ଚତୁର୍ଥ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ୟାଟିଂ କୋଚ୍‌ ପାଇଁ ରାଠୋରଙ୍କ ଆବେଦନ

ନୂଆଦିଲ୍ଲୀ, ୩।୮ (ପି.ଟି.)- ପୂର୍ବତନ ଜାତୀୟ ଚୟନକର୍ତ୍ତା ବିକ୍ରମ ରାଠୋର ଭାରତୀୟ ସିନିୟର କ୍ରିକେଟ୍‌ ଦଳର ବ୍ୟାଟିଂ କୋଚ୍‌ ପାଇଁ ଆଶାବାଦୀ ରହିଛନ୍ତି। ଏହି ସମ୍ମାନଜନକ...

ବାଂଲାଦେଶକୁ ସହଜ ବିଜୟ ଦେଲେ ଲିଟନ

ସିଲ୍‌ହେଟ୍‌ (ବାଂଲାଦେଶ), ୨ା୩ (ଏଏଫ୍‌ପି)- ଲିଟନ ଦାସଙ୍କ ଶତକ ସହାୟତାରେ ଜିମ୍ବାଓ୍ବେ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶ ୧୬୯ ରନରେ ସହଜ...

ଇରାନିଆନ ଓ୍ବିଙ୍ଗରଙ୍କ ସହିତ ଇଷ୍ଟବେଙ୍ଗଲର ଚୁକ୍ତି

କୋଲକାତା, ୬ା୪ (ପି.ଟି.)- ଇଷ୍ଟ ବେଙ୍ଗଲ ଫୁଟ୍‌ବଲ ଟିମ୍‌ ରବିବାର ଭାରତୀୟ ବଂଶୋଦ୍ଭବ ଇରାନିଆନ ମିଡ୍‌ଫିଲ୍ଡର ଓମିଦ୍‌ ସିଂଙ୍କ ସହିତ ଦୁଇ ବର୍ଷିଆ ଚୁକ୍ତି କରିଛନ୍ତି।...

ଇତିହାସ ଲକ୍ଷ୍ୟରେ ୧୪୦ କେଜି ଓଜନର ବୋଲରଙ୍କୁ ଖେଳାଇଲା ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୨୪।୭: ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ନିର୍ଣ୍ଣାୟକ ୩ୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି...

ଫେଡ୍‌ କପ୍‌: ଉଜବେକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୫।୩ (ପି.ଟି.)- ଫେଡ୍‌ କପ୍‌ ଟେନିସ ପ୍ରତିଯୋଗିତାରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ୨-୦ରେ ଉଜବେକିସ୍ତାନକୁ ପରାସ୍ତ କରିଛି। ଉଭୟ ମହିଳା ସିଙ୍ଗଲ୍ସ...

କରୋନା ସହାୟତା: ରିଜିଜୁ ଦେଲେ ଗୋଟିଏ ମାସର ଦରମା

ନୂଆଦିଲ୍ଲୀ,୨୮।୩(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ତାଙ୍କର ଗୋଟିଏ ମାସର ଦରାମା ଦାନ କରିଛନ୍ତି। ଦେଶର ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ...

ପାକିସ୍ତାନ ବିଶ୍ୱକପରୁ ବିଦା ହେବାପରେ ଏହି ଦଳ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି ସୋଏବ ଅଖତର

ଇସଲମାବାଦ, ୮।୭:ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ଅଖତର ଏଥର ବିଶ୍ୱକପ୍‌ ଉପମହାଦେଶୀୟ ଦଳ ଭାରତ ଜିତୁ ବୋଲି ପ୍ରାର୍ଥନା କରୁଛନ୍ତି। ନିଜ ୟୁଟ୍ୟୁବ...

ବାତିଲ ହୋଇପାରେ ଆଇପିଏଲ୍‌

କରୋନା ଭାଇରସ ସଂକ୍ରମଣ ଯୋଗୁ ଚଳିତ ସିଜନରେ ଅନେକ କ୍ରୀଡ଼ା ସ୍ଥଗିତ ରହିଛି କିମ୍ବା ବାତିଲ ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଚଳିତ ବର୍ଷର ଇଣ୍ଡିଆନ...

Advertisement
Archives

Model This Week