ପାଇଖାନା ଦୁର୍ନୀତି: ଭିଜିଲାନ୍ସ ତଦନ୍ତ ଆରମ୍ଭ

ଗୋପ,୧୩।୧୦(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକର ଅଣ୍ତରା-ଇଚ୍ଛାପୁର ପଞ୍ଚାୟତରେ ପାଇଖାନା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭିତ୍ତି କରି ମଙ୍ଗଳବାର ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଏକ ୩ଜଣିଆ ଟିମ୍‌ ଉକ୍ତ ପଞ୍ଚାୟତରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ପ୍ରଥମ ଦିନରେ ଉକ୍ତ ପଞ୍ଚାୟତର ୩ଟି ଗାଁରେ ଏହି ଭିଜିଲାନ୍ସ ଟିମ୍‌ ୭୩ଜଣ ହିତାଧିକାରୀଙ୍କ ପାଇଖାନା ତଦନ୍ତ କରିଥିବା ବେଳେ ସମସ୍ତଙ୍କ ଠିକ୍‌ ଥିବା ଦେଖିବାକୁ ପାଇଥିଲେ। ଆଉ ଅବଶିଷ୍ଟ ହିତାଧିକାରୀଙ୍କ ପାଇଖାନା ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ବିଭାଗ ଇନ୍ସପେକ୍ଟର ମମିତା ପ୍ରଧାନ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗୋପ ବ୍ଲକର ଅଣ୍ତରା-ଇଚ୍ଛାପୁର ପଞ୍ଚାୟତରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ହେବା ନେଇ ଅଭିଯୋଗ ହୋଇଥିଲା। ପଞ୍ଚାୟତରେ ୭୦୨ଟି ପାଇଖାନା ସ୍ବଚ୍ଛ ଭାରତ ଅଭିଯାନ ଯୋଜନାରେ ହେବାକୁ ଥିବାବେଳେ ବ୍ୟକ୍ତିଗତ ଭାବେ ହିତାଧିକାରୀମାନେ ନିର୍ମାଣ କରିଥିବା ବେଳେ ଆଉ କିଛି କୋଣାର୍କ ଅଞ୍ଚଳର ଏକ ସ୍ବେଚ୍ଛାସେବୀ ସଂଗଠନ ମଧ୍ୟ ପାଇଖାନା ନିର୍ମାଣ କରିଥିଲା। କିନ୍ତୁ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା କେତେଜଣ ଲୋକ ଜାଣିବା ପରେ କିଛିଦିନ ତଳେ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ। ଏହି ଅଭିଯୋଗକୁ ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ମହିଳା ଇନ୍ସପେକ୍ଟର ପ୍ରଧାନଙ୍କ ନେତୃତ୍ୱରେ ଏହି ଟିମ ପ୍ରଥମେ ଅଣ୍ତରା-ଇଚ୍ଛାପୁର ପଞ୍ଚାୟତରେ ପହଞ୍ଚତ୍ ହିତାଧିକାରୀ କେଉଁଠି ଟଙ୍କା ପାଇଲେ, କେତେ ଟଙ୍କା ପାଇଛନ୍ତି ପଚାରିଥିଲେ। ହିତାଧିକାରୀମାନେ ଏହି ଯୋଜନାରେ ୧୨ହଜାର ଟଙ୍କା ପାଇବା ସହ କାହାରିକୁ ହାତଗୁଞ୍ଜା ଦେଇ ନାହାନ୍ତି ବୋଲି କହିବା ସହ ଅଭିଯୋଗ କରିଥିବା ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଭିଜିଲାନ୍ସ ଅଧିକାରୀଙ୍କୁ କହିଥିଲେ। ତଦନ୍ତ ସମୟରେ ବ୍ଲକର କନିଷ୍ଠଯନ୍ତ୍ରୀ ସତ୍ୟନାରାୟଣ ତ୍ରିପାଠୀ, ସାମାଜିକ କର୍ମୀ ନିରୁପମା ସ୍ବାଇଁ, ଅଜୟ ଜେନା, ରମଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ପଦବୀ ପୂରଣ ଦାବିରେ ଛାତ୍ରୀଛାତ୍ର,ଅଭିଭାବକଙ୍କ ଧାରଣା

ଚଣ୍ଡିଖୋଲ(ଡିଏନ୍‌ଏ)/ବାଲିଚନ୍ଦ୍ରପୁର(ସ୍ବ.ପ୍ର.),୧୪।୮- ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ମଙ୍ଗଳବାର ବିଦ୍ୟାଳୟ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣା ଦିଆଯାଇଥିଲା।...

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ, ସବିଶେଷ ଜାଣନ୍ତୁ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଲୋକସେବା ଭବନରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ କରୋନା ମୁକାବିଲା...

ବଡ ଭାଇଙ୍କ ଜୀବନ ନେଲେ ସାନ ଭାଇ

ଟିଟିଲାଗଡ଼,୨୭।୧୦(ଡି.ଏନ୍‌.ଏ.): ଜଣେ ଭାଇ ନିଜ ଭାଇଙ୍କର ଜୀବନ ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦାପଡ଼ା ଗ୍ରାମରେ। ସେହି ମୃତ ଯବକ...

ଦିଲ୍ଲୀରେ ଓଡ଼ିଆ ସମାଜ ପକ୍ଷରୁ ରାଶନ ସାମଗ୍ରୀ ବଣ୍ଟନ

ରୂପ୍‌ସା, ୨୭।୪(ଡି.ଏନ.ଏ.): ସାରା ଦେଶ ଏବେ କରୋନା ପାଇଁ ଲକ୍‌ଡାଉନ୍‌ରେ ରହିଛି। ସମସ୍ତେ ସରକାରଙ୍କ ନିୟମ ମାନି ନିଜ ନିଜ ଘରେ ରହୁଛନ୍ତି। ସହରଠାରୁ ଗ୍ରାମାଞ୍ଚଳ...

ଏନ୍‌ଫୋର୍ସମେଣ୍ଟ ଟିମ୍‌ ସହାୟତାରେ ୫ଜିଲାରେ ବିଦ୍ୟୁତ୍‌ ଚୋରି ହ୍ରାସ

ବାଲେଶ୍ୱର,୭ା୨: ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣର ଏକ ପ୍ରମୁଖ ପ୍ରତିବନ୍ଧକ ହେଉଛି ବିଦ୍ୟୁତ ଚୋରି କାରଣ ତାହା ନେଟ୍‌ୱର୍କ ଉପରେ ଅଧିକ ଚାପ ସୃଷ୍ଟି ସହ ଟ୍ରିପିଂ ହୋଇଥାଏ।...

ଅଣ୍ଡର ବାଇପାସ୍‌ରେ ଆଣ୍ଠୁଏ ପାଣି

ପରଜଙ୍ଗ, ୭।୭(ଡି.ଏନ୍‌.ଏ.) – ରେଳପଥ ପାଇଁ ସମୃଦ୍ଧ ହୁଏ ଅଞ୍ଚଳର ଅର୍ଥନୈତିକ ଅବସ୍ଥା। ଦ୍ରୁତ ଗମନାଗମନ ପାଇଁ ବାଟ ଫିଟେ। ଶିଳ୍ପାୟନ ପାଇଁ ସୃଷ୍ଟି ହୁଏ...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୪୩ ପଜିଟିଭ୍‌

ଭୁବନେଶ୍ୱର,୨୬।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩ ଜଣ ପିଲା ଅଛନ୍ତି। ସେହିପରି...

ଡାକ୍ତର ନିଯୁକ୍ତି ନ ହେଲେ ଅନଶନ ଚେତାବନୀ

ରାଜକନିକା, ୨୪।୧୨ (ଡି.ଏନ୍‌.ଏ.) ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ହେବ ସ୍ଥାୟୀ ଡାକ୍ତର ନାହାନ୍ତି। ଫାର୍ମାସିଷ୍ଟ ଓ ଆୟୁଷ ଡାକ୍ତର ରୋଗୀ ସେବା କରୁଥିବା ବେଳେ...

Advertisement
Archives

Model This Week