Posted inଫୁରସତ

୧୦୦ ଫୁଟ୍‌ ଉପରେ ଟଏଲେଟ୍‌

ଲଣ୍ଡନ: ବର୍ତ୍ତମାନ ଲୋକେ ବହୁ ଆଡ୍‌ଭେଞ୍ଚରରେ ଯିବାକୁ ପସନ୍ଦ କରୁଛନ୍ତି। ଲଣ୍ଡନରେ ଏପରି ଏକ ଆଡ୍‌ଭେଞ୍ଚର ଦେଖିବାକୁ ମିଳୁଛି। ଲୋକମାନେ ଟଏଲେଟ୍‌ ଯିବା ସମୟରେ ମଧ୍ୟ ସେହି ଆଡ୍‌ଭେଞ୍ଚରର ମଜା ଉଠାଇପାରିବେ। ତେବେ ଏକ କାଠବାକ୍ସର ଟଏଲେଟ୍‌ ପ୍ରସ୍ତୁତ ହୋଇଛି। ତା’ ମଧ୍ୟରେ ଜଣେ ବ୍ୟକ୍ତି ପଶିବା ପରେ କାଠବାକ୍ସକୁ ଏକ କ୍ରେନ୍‌ ସାହାଯ୍ୟରେ ମାଟିରୁ ୧୦୦ ଫୁଟ ଉପରକୁ ଉଠାଯିବ। ଏହା ଭିତରେ ଥିବା ସମୟରେ ଲଣ୍ଡନର ବାହାର ଦୁନିଆର ଦୃଶ୍ୟର ମଧ୍ୟ ଆନନ୍ଦ ନେଇହେବ। ଏହି ଆଡ୍‌ଭେଞ୍ଚରର ଆନନ୍ଦ ଉଠାଇଥିବା ଜଣେ ମହିଳା ତାଙ୍କ ଅନୁଭବ ବ୍ୟକ୍ତ କରିଛନ୍ତି। ‘ଦି ଲୋ ୱିଥ୍‌ ଏ ଭ୍ୟୁ’ ଟଏଲେଟ୍‌ ଭିତରକୁ ସେ ଯିବା ପରେ କ୍ରେନ୍‌ ସାହାଯ୍ୟରେ ସେହି ଟଏଲେଟ୍‌କୁ ୧୦୦ ଫୁଟ୍‌ ଉପରକୁ ଉଠାଯାଇଥିଲା। ପ୍ରଥମେ ସେହି କାଠବାକ୍ସ ହଲିବାକୁ ଲାଗିଥିଲା। ପରେ ସେ ତା’ ଭିତରୁ ଲଣ୍ଡନ ଆକାଶ ଦୃଶ୍ୟର ମଜା ଉଠାଇଥିବା କହିଛନ୍ତି। ସେଥିରେ ତାଙ୍କୁ ଟିକେ ଡର ଲାଗିବା ସହ ତାହା ତାଙ୍କ ପାଇଁ ରୋମାଞ୍ଚକର ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri