୬୫ ବର୍ଷ ପୁରୁଣା ବନାରସୀ ଶାଢ଼ିରେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କ ସ୍ବାମୀ ନିକ୍‌ ଜୋନାସଙ୍କ ସହ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଇଭେଣ୍ଟର ଦ୍ୱିତୀୟ ଦିନରେ ପ୍ରିୟଙ୍କା ଏକ ମର୍ଡନ ଟୁଇଟ୍‌ ସହ ଭିଣ୍ଟେଜ୍‌ ଶାଢ଼ି ପିନ୍ଧିଥିଲେ, ଯାହା ତାଙ୍କୁ ଏକ ଭିନ୍ନ ରୂପ ଦେଉଥିଲା। ପ୍ରିୟଙ୍କାଙ୍କ ଆଉଟଫିଟ୍‌କୁ ନେଇ ଚର୍ଚ୍ଚା ହେଉଛି। ତାଙ୍କର ଏହି ସୁନ୍ଦର ଆଉଟଫିଟ୍‌ ସିଲଭର ଥ୍ରେଡ୍‌ସରେ ପ୍ରସ୍ତୁତ ୬୫ ବର୍ଷ ପୁରୁଣା ବନାରସୀ ପଟୋଲା ଶାଢ଼ି ଏବଂ ଖଦି ସିଲ୍କ ଉପରେ ସୁନା ଇଲେକ୍ଟ୍ରୋପ୍ଲେଟିଂରେ ତିଆରି ହୋଇଥିଲା। ସେଥିରେ ୯ଟି ରଙ୍ଗ ପ୍ରତିଫଳିତ ହେଉଥିଲା। ଏକ ହସ୍ତତନ୍ତ ଆଉଟଫିଟ୍‌ ଅମ୍ବାନୀ ପରିବାର ଇଭେଣ୍ଟରେ ଡିଜାଇନର୍‌ ଅମିତ୍‌ ଅଗ୍ରୱାଲ ପ୍ରସ୍ତୁତ କରିଥିଲେ। ଏହି ଶାଢ଼ି ତିଆରି ପାଇଁ ଅମିତ୍‌ଙ୍କୁ ୬ ମାସ ସମୟ ଲାଗିଥିଲା। ବର୍ତ୍ତମାନ ପ୍ରିୟଙ୍କା ତାଙ୍କର ଏହି ଆଉଟଫିଟ୍‌ର ବିଶେଷତା ବିଷୟରେ ଫେସବୁକ୍‌ରେ ପୋଷ୍ଟ କରି ଜଣାଇଛନ୍ତି। ଏଥିସହିତ ସେ ଡିଜାଇନରଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସକଙ୍କ ମନ ଜିତିଲେ ଥଲାଇଭା, ଦାମୀ କାରରେ ନୁହେଁ ବରଂ ଅଟୋରେ ଆସିଲେ ସୁଟିଂସେଟ୍

ନୂଆଦିଲ୍ଲୀ,୩୦।୯: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ପ୍ରଶଂସକ କେତେ ଅଧିକ, ତାହାର ଆଉ ଏକ ଦୃଶ୍ୟ ମୈସୁରରେ ଦେଖିବାକୁ ମିଳିଛି । ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଧର୍ମନ’ର ଶୁଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?