Posted inଫୁରସତ

ଦୁଇ ସ୍କୁଲ ମିଶି ଛାତ୍ରୀଛାତ୍ରଙ୍କ ପାଇଁ ଘର ନିର୍ମାଣ କଲେ

କସାରାଗୋଡ: ମୌସୁମୀ ବର୍ଷାରେ ୨ବର୍ଷ ତଳେ ଘର ଭାଙ୍ଗିଯିବା ପରେ ବାସହୀନ ହୋଇଥିଲେ ଦୁଇ ଛାତ୍ରୀଛାତ୍ର(ଭଉଣୀ-ଭାଇ)। ତେବେ ଦୁଇ ସ୍କୁଲ ଏକାଠି ହୋଇ ସେମାନଙ୍କ ପାଇଁ ଏକ ଘର ତିଆରି କରିଛନ୍ତି। କେରଳର କସାରାଗୋଡ ଜିଲାରୁ ଆସିଛି ଏପରି ଏକ ଭଲ ଖବର। କାୟୁର୍‌-ଚେମେନି ପଞ୍ଚାୟତର ପୋଡାଭୋର୍‌ ଅଞ୍ଚଳର ସୁଜିତ୍‌ ଏମ୍‌. କୋଡାକ୍କଡ଼ସ୍ଥିତ କେ.ଏମ୍‌. ଭୋକେସନାଲ ହାୟର ସେକେଣ୍ଡାରି ସ୍କୁଲରେ ପଢ଼ୁଥିବାବେଳେ ଭଉଣୀ ନିବେଦିୟା ଏମ୍‌ ପୋଡାଭୋର୍‌ ଅନୁଦାନପ୍ରାପ୍ତ ୟୁପି ସ୍କୁଲରେ ପଢ଼ୁଛନ୍ତି। ୨୦୧୮ ଜୁଲାଇରେ ପ୍ରବଳବର୍ଷା ଯୋଗୁ ଏକ ନଡ଼ିଆଗଛ ୨ ଛାତ୍ରୀଛାତ୍ରଙ୍କ ଘର ଉପରେ ପଡ଼ିଥିଲା। ଘର ପୁରୁଣା ହୋଇଥିବାରୁ ଭାଙ୍ଗିଯାଇଥିଲା। ଏହାପରେ ଦୁଇ ଛାତ୍ରୀଛାତ୍ର ଏବଂ ମା’ ଗୀତା ନିରାଶ୍ରୟ ହୋଇଯାଇଥିଲେ। ଗୀତା ସେ ସମୟରେ ଘର ନିର୍ମାଣ ପାଇଁ କାୟୁର ଚେମେନି ପଞ୍ଚାୟତର ସହାୟତା ଲୋଡ଼ିଥିଲେ। କିନ୍ତୁ କୌଣସି ସୁଫଳ ମିଳିପାରି ନ ଥିଲା। ତେବେ ୨୦୧୯ରେ ଓନମ୍‌ ପୂର୍ବରୁ ଝିଅ ନିବେଦିୟାଙ୍କ ସ୍କୁଲର ପ୍ରଧାନ ଶିକ୍ଷକ କେ.ଏମ୍‌. ଅନୀଲ କୁମାର ଘର ପରିଦର୍ଶନରେ ଆସିଥିଲେ। ଏହି ସମୟରେ ଛାତ୍ରୀଙ୍କ ଘର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସମସ୍ତ ବିଷୟ ଜାଣିବା ପରେ ପଞ୍ଚାୟତରୁ କୌଣସି ସାହାଯ୍ୟ ନ ମିଳିଲେ ସ୍କୁଲ କର୍ତ୍ତୃପକ୍ଷ ଏ ନେଇ ପଦକ୍ଷେପ ନେବା ଉଚିତ ବୋଲି ସେ ଚିନ୍ତା କରିଥିଲେ। ଘର ତିଆରି ପାଇଁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ରାଜି ହୋଇଥିଲେ। ଗୀତା ୧.୨୫ ଲକ୍ଷ ଟଙ୍କା ସଞ୍ଚୟ କରିଥିବାବେଳେ ଅଷ୍ଟ୍ରେଲିଆରେ ରହୁଥିବା ପୋଡାଭୋର୍‌ ସ୍କୁଲର ଜଣେ ପୂର୍ବତନ ଛାତ୍ର ୧ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ। ପରେ ନିବେଦିୟା ଏବଂ ସୁଜିତ୍‌ଙ୍କ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରଚେଷ୍ଟାରେ ମୋଟ ୬ଲକ୍ଷ ଟଙ୍କା ବ୍ୟୟରେ ନିବେଦିୟା ଏବଂ ସୁଜିତ୍‌ଙ୍କ ପାଇଁ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୯ ସେପ୍ଟେମ୍ବରରେ ଘର କାମ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି। ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ରାଜ୍ୟ ଶିକ୍ଷାମନ୍ତ୍ରୀ ସି. ରବୀନ୍ଦ୍ରନାଥ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାରକରି ୨ ସ୍କୁଲର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ସେମାନେ କେବଳ ଏକ ଘର ତିଆରି କରିନାହାନ୍ତି ବରଂ ଏକତା ଓ ସ୍ନେହର ପରିଚୟ ଦେଇଛନ୍ତି। ତେଣୁ ପିଲାମାନଙ୍କ ମଧ୍ୟରେ ‘ମୁଁ’ ମନୋଭାବ ଦୂରକରି ‘ଆମେ’ ଚିନ୍ତାଧାରା ସୃଷ୍ଟିକରିବା ପାଇଁ ଆମେ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ପଞ୍ଚାୟତ ସଭାପତି ଶକୁନ୍ତଳା ଏବଂ କେ.ଏମ୍‌. ଭୋକେସନାଲ ହାୟର ସେକେଣ୍ଡାରି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏ. ବିମଳା କୁମାରୀଙ୍କ ଉପସ୍ଥିତିରେ ତ୍ରିକାରିପୁର ବିଧାୟକ ଏମ୍‌. ରାଜଗୋପାଳ ନିବେଦିୟା ଏବଂ ସୁଜିତ୍‌ଙ୍କୁ ନୂତନ ଘରର ଚାବି ହସ୍ତାନ୍ତର କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗୀତା ମଧ୍ୟ ପୋଡାଭୋର୍‌ସ୍ଥିତ ଅନୁଦାନପ୍ରାପ୍ତ ୟୁପି ସ୍କୁଲର ପୂର୍ବତନ ଛାତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri