Posted inଫୁରସତ

ଦୁଇ ସ୍କୁଲ ମିଶି ଛାତ୍ରୀଛାତ୍ରଙ୍କ ପାଇଁ ଘର ନିର୍ମାଣ କଲେ

କସାରାଗୋଡ: ମୌସୁମୀ ବର୍ଷାରେ ୨ବର୍ଷ ତଳେ ଘର ଭାଙ୍ଗିଯିବା ପରେ ବାସହୀନ ହୋଇଥିଲେ ଦୁଇ ଛାତ୍ରୀଛାତ୍ର(ଭଉଣୀ-ଭାଇ)। ତେବେ ଦୁଇ ସ୍କୁଲ ଏକାଠି ହୋଇ ସେମାନଙ୍କ ପାଇଁ ଏକ ଘର ତିଆରି କରିଛନ୍ତି। କେରଳର କସାରାଗୋଡ ଜିଲାରୁ ଆସିଛି ଏପରି ଏକ ଭଲ ଖବର। କାୟୁର୍‌-ଚେମେନି ପଞ୍ଚାୟତର ପୋଡାଭୋର୍‌ ଅଞ୍ଚଳର ସୁଜିତ୍‌ ଏମ୍‌. କୋଡାକ୍କଡ଼ସ୍ଥିତ କେ.ଏମ୍‌. ଭୋକେସନାଲ ହାୟର ସେକେଣ୍ଡାରି ସ୍କୁଲରେ ପଢ଼ୁଥିବାବେଳେ ଭଉଣୀ ନିବେଦିୟା ଏମ୍‌ ପୋଡାଭୋର୍‌ ଅନୁଦାନପ୍ରାପ୍ତ ୟୁପି ସ୍କୁଲରେ ପଢ଼ୁଛନ୍ତି। ୨୦୧୮ ଜୁଲାଇରେ ପ୍ରବଳବର୍ଷା ଯୋଗୁ ଏକ ନଡ଼ିଆଗଛ ୨ ଛାତ୍ରୀଛାତ୍ରଙ୍କ ଘର ଉପରେ ପଡ଼ିଥିଲା। ଘର ପୁରୁଣା ହୋଇଥିବାରୁ ଭାଙ୍ଗିଯାଇଥିଲା। ଏହାପରେ ଦୁଇ ଛାତ୍ରୀଛାତ୍ର ଏବଂ ମା’ ଗୀତା ନିରାଶ୍ରୟ ହୋଇଯାଇଥିଲେ। ଗୀତା ସେ ସମୟରେ ଘର ନିର୍ମାଣ ପାଇଁ କାୟୁର ଚେମେନି ପଞ୍ଚାୟତର ସହାୟତା ଲୋଡ଼ିଥିଲେ। କିନ୍ତୁ କୌଣସି ସୁଫଳ ମିଳିପାରି ନ ଥିଲା। ତେବେ ୨୦୧୯ରେ ଓନମ୍‌ ପୂର୍ବରୁ ଝିଅ ନିବେଦିୟାଙ୍କ ସ୍କୁଲର ପ୍ରଧାନ ଶିକ୍ଷକ କେ.ଏମ୍‌. ଅନୀଲ କୁମାର ଘର ପରିଦର୍ଶନରେ ଆସିଥିଲେ। ଏହି ସମୟରେ ଛାତ୍ରୀଙ୍କ ଘର ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସମସ୍ତ ବିଷୟ ଜାଣିବା ପରେ ପଞ୍ଚାୟତରୁ କୌଣସି ସାହାଯ୍ୟ ନ ମିଳିଲେ ସ୍କୁଲ କର୍ତ୍ତୃପକ୍ଷ ଏ ନେଇ ପଦକ୍ଷେପ ନେବା ଉଚିତ ବୋଲି ସେ ଚିନ୍ତା କରିଥିଲେ। ଘର ତିଆରି ପାଇଁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ରାଜି ହୋଇଥିଲେ। ଗୀତା ୧.୨୫ ଲକ୍ଷ ଟଙ୍କା ସଞ୍ଚୟ କରିଥିବାବେଳେ ଅଷ୍ଟ୍ରେଲିଆରେ ରହୁଥିବା ପୋଡାଭୋର୍‌ ସ୍କୁଲର ଜଣେ ପୂର୍ବତନ ଛାତ୍ର ୧ଲକ୍ଷ ଟଙ୍କା ସାହାଯ୍ୟ କରିଥିଲେ। ପରେ ନିବେଦିୟା ଏବଂ ସୁଜିତ୍‌ଙ୍କ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରଚେଷ୍ଟାରେ ମୋଟ ୬ଲକ୍ଷ ଟଙ୍କା ବ୍ୟୟରେ ନିବେଦିୟା ଏବଂ ସୁଜିତ୍‌ଙ୍କ ପାଇଁ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୯ ସେପ୍ଟେମ୍ବରରେ ଘର କାମ ଆରମ୍ଭ ହୋଇଥିବାବେଳେ ଇତିମଧ୍ୟରେ ସମ୍ପୂର୍ଣ୍ଣ ହୋଇଛି। ନିର୍ମାଣ କାର୍ଯ୍ୟ ଚାଲିଥିବା ସମୟରେ ରାଜ୍ୟ ଶିକ୍ଷାମନ୍ତ୍ରୀ ସି. ରବୀନ୍ଦ୍ରନାଥ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାରକରି ୨ ସ୍କୁଲର ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ସେମାନେ କେବଳ ଏକ ଘର ତିଆରି କରିନାହାନ୍ତି ବରଂ ଏକତା ଓ ସ୍ନେହର ପରିଚୟ ଦେଇଛନ୍ତି। ତେଣୁ ପିଲାମାନଙ୍କ ମଧ୍ୟରେ ‘ମୁଁ’ ମନୋଭାବ ଦୂରକରି ‘ଆମେ’ ଚିନ୍ତାଧାରା ସୃଷ୍ଟିକରିବା ପାଇଁ ଆମେ ପ୍ରଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ପଞ୍ଚାୟତ ସଭାପତି ଶକୁନ୍ତଳା ଏବଂ କେ.ଏମ୍‌. ଭୋକେସନାଲ ହାୟର ସେକେଣ୍ଡାରି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏ. ବିମଳା କୁମାରୀଙ୍କ ଉପସ୍ଥିତିରେ ତ୍ରିକାରିପୁର ବିଧାୟକ ଏମ୍‌. ରାଜଗୋପାଳ ନିବେଦିୟା ଏବଂ ସୁଜିତ୍‌ଙ୍କୁ ନୂତନ ଘରର ଚାବି ହସ୍ତାନ୍ତର କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗୀତା ମଧ୍ୟ ପୋଡାଭୋର୍‌ସ୍ଥିତ ଅନୁଦାନପ୍ରାପ୍ତ ୟୁପି ସ୍କୁଲର ପୂର୍ବତନ ଛାତ୍ରୀ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?