Posted inଜାତୀୟ

ପାଇଲଟଙ୍କୁ ୪ ଦିନିଆ ଆଶ୍ୱସ୍ତି

ଜୟପୁର,୧୮ା୭: ରାଜସ୍ଥାନରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ କଂଗ୍ରେସର ୧୯ ବିଦ୍ରୋହୀ ବିଧାୟକଙ୍କୁ ୪ ଦିନିଆ ଆଶ୍ୱସ୍ତି ମିଳିଛି। ବିଧାନସଭା ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ସକାଶେ ପଠାଇଥିବା ନୋଟିସର ଜବାବ ଶୁକ୍ରବାର ସୁଦ୍ଧା ଦାଖଲ ପାଇଁ ଧାର୍ଯ୍ୟ କରିଥିବାବେଳେ ରାଜସ୍ଥାନ ହାଇକୋର୍ଟ ଏସମ୍ପର୍କିତ ଶୁଣାଣିକୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି।
ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ ଦାଏର ପିଟିଶନର ଶୁଣାଣି କରି ଦୁଇଜଣିଆ ଡିଭିଜନ ବେଞ୍ଚ୍‌ ଶୁକ୍ରବାର ସନ୍ଧ୍ୟାରେ ବାଚସ୍ପତି ସି.ପି. ଜୋଷୀଙ୍କ ନୋଟିସକୁ ସ୍ଥଗିତ ରଖିଛନ୍ତି। ଉକ୍ତ ଆବେଦନର ଶୁଣାଣି ସୋମବାର ପୂର୍ବାହ୍ନ ୧୦ଟାରେ ହେବ। ମଙ୍ଗଳବାର ୨୧ ତାରିଖ ସନ୍ଧ୍ୟା ୫ଟା ୩୦ ପର୍ଯ୍ୟନ୍ତ ବାଚସ୍ପତି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ୍‌ ପ୍ରକାଶ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ପାଇଲଟ ଓ ଅନ୍ୟ ୧୮ ଅସନ୍ତୁଷ୍ଟ ବିଧାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲ୍‌ଭେ ଏବଂ ମୁକୁଲ ରୋହତଗୀ ଭିଡିଓ କନ୍‌ଫରେନ୍ସ ଜରିଆରେ ମାମଲା ପରିଚାଳନା କରିଥିବାବେଳେ ବାଚସ୍ପତିଙ୍କ ସପକ୍ଷରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ବାଢ଼ିଥିଲେ। ସାଲ୍‌ଭେ କହିଥିଲେ, ବିଧାନସଭା ଅଧିବେଶନ ଚାଲୁ ନ ଥିବାବେଳେ ଗୃହ ବାହାରେ ହୁଇପ୍‌ଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ସମ୍ବିଧାନର ଦଶମ ପରିଚ୍ଛେଦ ଅନୁସାରେ ଦଳବଦଳ ଆଇନ ପରିସରରେ ଆସୁନାହିଁ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକଚ୍ଛତ୍ରବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଅସହମତି ପ୍ରକାଶ କରିବା ଆଭ୍ୟନ୍ତରୀଣ ମାମଲା। ଏଥିରେ କିଛି ଦୋଷ ନାହିଁ। ଅଯୋଗ୍ୟତା ନୋଟିସ ‘ଅଭିବ୍ୟକ୍ତିର ସ୍ବାଧୀନତା’ ଏବଂ ଆଭ୍ୟନ୍ତରୀଣ ଆଲୋଚନାକୁ ରୋକିବା ପାଇଁ ଏକ ପ୍ରୟାସ। ସାଲ୍‌ଭେ ଆହୁରି କହିଥିଲେ, ଆବେଦନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଏକଚ୍ଛତ୍ରବାଦ ବିରୋଧରେ କଂଗ୍ରେସ ହାଇକମାଣ୍ଡଙ୍କୁ ଅବଗତ କରାଇପାରିବେ। ଏହା ଦଳବଦଳର ପର୍ଯ୍ୟାୟଭୁକ୍ତ ନୁହେଁ। ହୋଟେଲରେ ବୈଠକ ପାଇଁ ହୁଇପ୍‌ ଲାଗୁ ହୋଇପାରିବ ନାହିଁ। ହୁଇପ୍‌ କେବଳ ବିଧାନସଭା ଅଧିବେଶନ ବେଳେ ହିଁ ଜାରି କରାଯାଇ ପାରିବ। ରୋହତଗୀ ମଧ୍ୟ ସାଲ୍‌ଭେଙ୍କ ଯୁକ୍ତିକୁ ଦୋହରାଇଥିଲେ। ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ସିଂଘଭି କହିଥିଲେ, ବାଚସ୍ପତିଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ଦାଏର କରାଯାଇଥିବା ପିଟିଶନ ‘ପ୍ରିମାଚ୍ୟୁର’। ବିଧାନସଭା ଅଧ୍ୟକ୍ଷ ନିଜ ପକ୍ଷ ରଖିପାରିବେ। ତାଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ ଉପରେ ଅଦାଲତ ହସ୍ତକ୍ଷେପ କରିପାରିବେ ନାହିଁ।
ପ୍ରକାଶ ଯେ, ସଚିନଙ୍କ ସମେତ ୧୯ ବିଧାୟକ କଂଗ୍ରେସ ବିଧାୟକ ଦଳ ବୈଠକରେ ଦୁଇଥର ଅନୁପସ୍ଥିତ ରହିବା କାରଣରୁ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ମହେଶ ଜୋଷୀ ବାଚସ୍ପତିଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ। ବାଚସ୍ପତି ସମ୍ବିଧାନର ଦଶମ ପରିଚ୍ଛେଦ ପାରା ୨ (୧) (ଏ) ଅନୁସାରେ ବିଧାନସଭାରେ ସେମାନଙ୍କ ଯୋଗ୍ୟତା କାହିଁକି ରଦ୍ଦ କରାଯିବ ନାହିଁ ସେନେଇ ଶୁକ୍ରବାର ସୁଦ୍ଧା ଜବାବ ଦାଖଲ କରିବାକୁ ୧୯ ଜଣଙ୍କୁ ନୋଟିସ ଦେଇଥିଲେ। ପାଇଲଟ ଗୋଷ୍ଠୀ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରି ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଦ୍ରୋହୀ ବିଧାୟକମାନେ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ ସେମାନେ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିବାରୁ ଦଳ ପ୍ରତି ସେମାନଙ୍କ ନିଷ୍ଠା ଓ ଆନୁଗତ୍ୟ ରହିଛି। ସେମାନେ କଂଗ୍ରେସ ଛାଡ଼ି ଦଳବଦଳ କରିବାକୁ ଚାହୁଁନାହାନ୍ତି। ଗୁରୁବାର ଜଷ୍ଟିସ୍‌ ସତୀଶ କୁମାର ଶର୍ମାଙ୍କ ଖଣ୍ଡପୀଠ ଏହି ମାମଲାକୁ ଡିଭିଜନ ବେଞ୍ଚ ପାଖକୁ ଶୁଣାଣି ପାଇଁ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ,୨୩।୪: ତେଲୁଗୁ ଦେଶମ ପାର୍ଟିର ଡାକ୍ତର ଚନ୍ଦ୍ର ଶେଖର ପେମାସାନୀ ଗୁଣ୍ଟୁର ଲୋକ ସଭା ଆସନରୁ ଆଜି ପର୍ଯ୍ୟନ୍ତ ଦାଖଲ କରାଯାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ପରିବାରକୁ ଶେଷ କରିବାକୁ ସୁପାରି ଦେଇଥିଲେ ପୁଅ, ହେଲେ ଭୁଲରେ ଅତିଥିଙ୍କୁ ମାରିଲେ କିଲର, ଜାଣନ୍ତୁ ମର୍ଡର ମିଷ୍ଟ୍ରି

ବେଙ୍ଗାଲୁରୁ,୨୩।୪: କର୍ନାଟକର ଜଣେ କାଳିଯୁଗ ପୁଅର ହୃଦୟ ବିଦାରକ କାର୍ଯ୍ୟ ସାମ୍ନାକୁ ଆସିଛି। ତାଙ୍କ ମାତାପିତା ଏବଂ ସାବତ ଭାଇଙ୍କ ହତ୍ୟା ପାଇଁ ସେ ୬୫...

ମୁର୍ଖ ନ ଥିଲେ ନେହେରୁ-ଇନ୍ଦିରା, କାହିଁକି ଏମିତି କହିଲେ ଶାନ୍ତିଶ୍ରୀ ପଣ୍ଡିତ

ନୂଆଦିଲ୍ଲୀ,୨୩।୪: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କୁଳପତି ପ୍ରଫେସର ଶାନ୍ତିଶ୍ରୀ ପଣ୍ଡିତ କହିଛନ୍ତି ଯେ ଧର୍ମ, ଭାଷା ଏବଂ ‘ଡ୍ରେସ କୋଡ’ରେ ସମାନତା ଦେଶରେ କାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri