Posted inଫୁରସତ

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ବିପଦରେ ମହାବଳ

ଆଗାମୀ ପିଢ଼ି ମହାବଳ ହେଣ୍ଟାଳ ଶୁଣିପାରିବେ ତ? ପୃଥିବୀର ସୁନ୍ଦରତମ ହିଂସ୍ରପ୍ରାଣୀ ତାଲିକାଭୁକ୍ତ ଏହି ବନ୍ୟଜୀବର ରାଜକୀୟ ଠାଣି ଦୂରରୁ ଦେଖିବାକୁ ମିଳିବ ତ? ନା କେଇ ଦଶନ୍ଧି ମଧ୍ୟରେ ଇତିହାସ ପାଲଟିଯିବ ଭାରତର ଜାତୀୟ ପଶୁ? ଧ୍ୱଂସାଭିମୁଖୀ ଜଙ୍ଗଲ ସମ୍ପଦ, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱତାପନର ପ୍ରତିକୂଳ ପ୍ରଭାବ ସିଧାସଳଖ ବନ୍ୟଜୀବନ ଉପରେ ପଡୁଥିବାବେଳେ ମହାବଳ ବଂଶର ଅସ୍ତିତ୍ୱକୁ ନେଇ ସୃଷ୍ଟି ହୋଇଛି ଏଭଳି ଅନେକ ପ୍ରଶ୍ନ…

ସହରୀକରଣ ପାଇଁ ଅବାଧ ଗଛକଟା, ଶିଳ୍ପାୟନରେ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ, ଅବାଧ ଶିକାର ସର୍ବୋପରି ବ୍ୟକ୍ତିଗତ ସୁଖ ପାଇଁ ପ୍ରାକୃତିକ ଆବାସସ୍ଥଳୀକୁ ଧ୍ୱଂସ କରିଦେବାର ଆଭିମୁଖ୍ୟ ବାଘବଂଶକୁ ବିପଦ ମୁହଁକୁ ଠେଲି ଦେଇଛି। ଜାତୀୟ ପଶୁର ମାନ୍ୟତା ପ୍ରଦାନ, ଏହାର ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ସତ୍ତ୍ୱେ ମହାବଳ ବାଘ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ଘଟିବାରେ ଲାଗିଛି। ଏଭଳି ଧାରା ଜାରି ରହିଲେ ଆଗାମୀ କିଛି ବର୍ଷ ଭିତରେ ମହାବଳ ଇତିହାସ ପାଲଟିଯିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ୍‌ ଫର୍‌ ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ ସାରା ପୃଥିବୀରେ ଏବେ ମାତ୍ର ୩ ହଜାର ୮୯୦ ମହାବଳ ବାଘ ଜୀବିତ ରହିଛନ୍ତି। ଗ୍ଲୋବାଲ ଟାଇଗର ଫୋରମ୍‌ (ଜିଟିଏଫ୍‌)ର ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ୩ ହଜାର ୯୦୦। ତନ୍ମଧ୍ୟରେ କେବଳ ଭାରତରେ ମହାବଳ ସଂଖ୍ୟା ୨ ହଜାର ୯୬୭। ୨୦୧୮-୧୯ ବର୍ଷରେ ଦେଶର ୨୦ ରାଜ୍ୟରେ ହୋଇଥିବା ବାଘଗଣନାରୁ ଏହି ତଥ୍ୟ ପଦାକୁ ଆସିଥିଲା। ସଂଖ୍ୟାତ୍ମକ ଅନୁପାତ ଦେଖିଲେ ପୃଥିବୀର ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ବାଘ ଭାରତର ଅଭୟାରଣ୍ୟ, ସୁନ୍ଦରବନରେ ବାସ କରୁଛନ୍ତି। ୨୦୧୬ରେ ଦେଶରେ ୧୪୧୧ ମହାବଳ ଥିବାବେଳେ ୨୦୧୮ରେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ୨ ହଜାର ୯୬୭ରେ ପହଞ୍ଚତ୍ଛି, ଯାହା ଶୁଭସଙ୍କେତ ବୋଲି କୁହାଯାଉଛି। ତଥାପି ଅଭୟାରଣ୍ୟରେ ଶିକାରୀଙ୍କ ଦୌରାତ୍ମ୍ୟ ମହାବଳଙ୍କ ଜୀବନକୁ ସଙ୍କଟରେ ପକାଇଛି। ଜିଇଁଥିବାବେଳେ ବାଘ ଯେତିକି ଦୁର୍ମୂଲ୍ୟ, ମରିବା ପରେ ମଧ୍ୟ ସେତିକି ଦରରେ ବିକ୍ରି ହୁଏ ଏହାର ଅଙ୍ଗପ୍ରତ୍ୟଙ୍ଗ। ତେଣୁ ପୂର୍ବରୁ ଆଭିଜାତ୍ୟ ପାଇଁ ହେଉଥିବା ବାଘ ଶିକାର ଏବେ ତସ୍କରିରେ ପରିଣତ ହୋଇଛି। ଦେଶୀୟ ବଜାରରେ ବାଘ ଅଙ୍ଗପ୍ରତ୍ୟଙ୍ଗ ଲକ୍ଷାଧିକ ଟଙ୍କା ଥିବାରୁ ଶିକାରୀମାନେ ବିଭିନ୍ନ ଉପାୟରେ ଶିକାର କରୁଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ବାଘ ଅଙ୍ଗପ୍ରତ୍ୟଙ୍ଗ ପହଞ୍ଚତ୍ବା ପରେ ଏହାର ଦର ଆକାଶଛୁଅଁା ହେଉଛି। ଏଥିରେ ବିଧିବଦ୍ଧ ଭାବେ ଏକ ଅନ୍ତର୍ଜାତୀୟ ର଼୍ୟାକେଟ କାମ କରୁଛି।
ସେହିପରି ମହାବଳ ମୁକ୍ତ ଭାବେ ବିଚରଣ କରିବାକୁ ଭଲ ପାଉଥିବା ଏକ ବନ୍ୟପ୍ରାଣୀ। ଏଥିଲାଗି ସେ ଆବଶ୍ୟକ କରେ ବିଶାଳ ଘଞ୍ଚ ଜଙ୍ଗଲ। ହେଲେ ବର୍ଦ୍ଧିତ ଜନସଂଖ୍ୟାର ଆବଶ୍ୟକତା ପୂରଣ ଲାଗି ଗତ କିଛି ଦଶନ୍ଧି ମଧ୍ୟରେ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଛି। ଦେଶର ମୋଟ ଭୂଭାଗର ୩୩%ରେ ଜଙ୍ଗଲ ରହିବା ଆବଶ୍ୟକ ଥିବାବେଳେ ୨୦୧୯ ସୁଦ୍ଧା ଏହା ୨୧%କୁ ହ୍ରାସ ପାଇଲାଣି, ଯାହାର ପ୍ରଭାବ ବାଘ ସମେତ ଅନ୍ୟ ବନ୍ୟଜୀବନ ଉପରେ ପଡ଼ୁଛି। ଅନୁରୂପ ଭାବେ ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର ଜଳପତ୍ତନ ବୃଦ୍ଧି ଘଟିବା ଏବଂ ଏଥିରେ ବାଘଙ୍କ ଭୂସ୍ବର୍ଗ କୁହାଯାଉଥିବା ସୁନ୍ଦରବନ ଅବକ୍ଷୟ ହେବା ମହାବଳ ବଂଶ ବୃଦ୍ଧିରେ ବାଧକ ସାଜିଛି। ସଙ୍କୁଚିତ ହୋଇପଡୁଥିବା ପ୍ରାକୃତିକ ଆବାସସ୍ଥଳୀ ଖାଦ୍ୟଶୃଙ୍ଖଳକୁ ପ୍ରଭାବିତ କରୁଥିବାବେଳେ ମହାବଳ ଖାଦ୍ୟାଭାବର ଶିକାର ମଧ୍ୟ ହେଉଛନ୍ତି।

‘ସେମାନଙ୍କ ଅସ୍ତିତ୍ୱ ଆମ ହାତରେ’

ଊନବିଂଶ ଶତାବ୍ଦୀର ସତୁରି ଦଶକରେ ବହୁବିଧ ପଦକ୍ଷେପ ସତ୍ତ୍ୱେ ବାଘ ସଂଖ୍ୟାରେ ଦ୍ରୁତହ୍ରାସ ବିଶ୍ୱବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଫଳରେ ଏହି ବିଲୁପ୍ତପ୍ରାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ୨୦୧୦ରେ ରୁଷିଆର ବନ୍ଦରନଗରୀ ସେଣ୍ଟପିଟର୍ସବର୍ଗରେ ଆୟୋଜିତ ବ୍ୟାଘ୍ର ସମ୍ମେଳନରେ ବାଘ ବଂଶର ସୁରକ୍ଷା ଲାଗି ନୀତିଗତ ନିଷ୍ପତ୍ତି ହୋଇଥିଲା। ୨୦୨୨ ସୁଦ୍ଧା ବାଘବହୁଳ ରାଷ୍ଟ୍ରରେ ବ୍ୟାଘ୍ରସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଏଠାରେ ସହମତି ପ୍ରକାଶ ପାଇଥିଲା। ଏଥିସହ ପ୍ରତିବର୍ଷ ଜୁଲାଇ ୨୯କୁ ବାଘଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ବାଘବଂଶର ସୁରକ୍ଷା, ସଂରକ୍ଷଣ ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ଚଳିତବର୍ଷ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସର ଥିମ୍‌ ରହିଛି ‘ଦେୟାର ସର୍ଭାଇଭାଲ୍‌ ଇଜ୍‌ ଇନ୍‌ ଆଓ୍ବାର ହ୍ୟାଣ୍ଡ’ ବା ‘ସେମାନଙ୍କ ଅସ୍ତିତ୍ୱ ଆମ ହାତରେ’।
ସବୁବର୍ଷ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସକୁ ପୃଥିବୀର ବିଭିନ୍ନ ଦେଶ ଆଡମ୍ବର ସହକାରେ ପାଳନ କରିଥାଆନ୍ତି। ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୋଭାଯାତ୍ରା, ପ୍ରତିଯୋଗିତା ଆୟୋଜନ କରାଯାଏ। ତେବେ ଦୁଇବର୍ଷ ହେଲା କରୋନା କଟକଣା ଲାଗି ଭର୍ଚୁଆଲ ମୋଡରେ ଏହାକୁ ପାଳନ କରାଯାଉଛି। ଚଳିତବର୍ଷ ମଧ୍ୟ ବିଭିନ୍ନ ସଙ୍ଗଠନ, ବନ ବିଭାଗ ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ବ୍ୟାଘ୍ର ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ନିଆରା ଢଙ୍ଗରେ ଦେବଶିଳ୍ପୀଙ୍କ ପୂଜା, ଲୋକଙ୍କୁ ସୌର ଆଲୋକ ଓ ଯୋଜନା ସମ୍ପର୍କରେ…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଏକାଧିକ ସ୍ଥାନରେ ବିଶ୍ୱକର୍ମା ପୂଜା ବଡ଼ ଧୂମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ଦାରିଙ୍ଗବାଡ଼ିର ସରକାରୀ ଆଇଟିଆଇ ପରିସରରେ ଅଧ୍ୟକ୍ଷ ସୁଶାନ୍ତ କୁମାର…

ମା’ ପାଟ୍ଟଖଣ୍ଡା ମନ୍ଦିରରେ ଦୀପ ଜାଳିଲେ ଶତାଧିକ ମହିଳା, ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି…

ଦାରିଙ୍ଗବାଡ଼ି,୧୮ା୯(ଅରୁଣ ସାହୁ): ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିବସ ପାଳନ ଅବସରରେ ଆଶୀର୍ବାଦ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଆଶୀର୍ବାଦର ଦୀପଟିଏ କାର୍ଯ୍ୟକ୍ରମ ବ୍ଲକ ନୋଡାଲ…

ଭାରତରେ iPhone 18 Pro, 18 Pro Max ବିକ୍ରି ଆରମ୍ଭ, ଅଧରାତିରୁ ଷ୍ଟୋର୍‌ ବାହାରେ ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧୮ା୯: ଭାରତରେ ଆପଲ୍‌ iPhone 18 Pro ଓ iPhone 18 Pro Maxର ଅଫିସିଆଲ୍‌ ବିକ୍ରି ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ନୂଆ iPhone କିଣିବା…

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?