‘ମାମଲା ଦୁର୍ବଳ କରିବାକୁ ସମୟ ଗଡ଼ାଅ’

କେନ୍ଦୁଝର,୨୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ)ବିଚାରପତି ବଦଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କେସ୍‌କୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବା ଏବଂ ପିପିଙ୍କୁ କିଛି ଦେଇ ସମୟ ବଢାଇବାକୁ ପଡ଼ିବ। ଏହି ବାର୍ତ୍ତାଳପ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଓ ବିଭାଗ ହାତରେ ଧରାପଡ଼ିଥିବା ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଛି। ଯାହାର ଅଡିଓ କ୍ଲିପ୍‌ ଏବେ ଭାଇରାଲ ହେବାରେ ଲାଗିଛି। ମହିଳା କର୍ମଚାରୀ କେସ୍‌କୁ କୋହଳ କରିବା ପାଇଁ ତଥ୍ୟ ଯୋଗାଇବା ଏବଂ ସେ ବାବଦକୁ ଲାଞ୍ଚ ମାଗୁଥିବା ଭାଇରାଲ ଅଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି। ଅଡିଓ କେବେ ରେକର୍ଡ ହୋଇଛି, ଅଭିଯୁକ୍ତ କିଏ ଏବଂ କିପରି ଅଡିଓ ଭାଇରାଲ ହେଲା ସେ ନେଇ ଠିକ୍‌ ଭାବେ ଜଣାପଡ଼ି ନ ଥିଲେ ହେଁ ମହିଳା କର୍ମଚାରୀଙ୍କ ଜଣଙ୍କ ଭିଜିଲାନ୍ସ ମହିଳା କନଷ୍ଟେବଳ ସାଗରିକା ବାରିକ। ଘଟଣା ପରେ ତାଙ୍କୁ ବାଲେଶ୍ୱର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
ପ୍ରକାଶ ଯେ, ମହିଳା କର୍ମଚାରୀ ସାଗରିକାଙ୍କ ସହ ଅଭିଯୁକ୍ତଙ୍କ ବିଭିନ୍ନ ସମୟର କଥାବର୍ତ୍ତାର ଅନେକ ଅଡିଓ ଭାଇରାଲ ହୋଇଛି। ସବୁଥିରେ କର୍ମଚାରୀ ଜଣଙ୍କ କିପରି ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ସେନେଇ ଅଭଯୁକ୍ତଙ୍କୁ ଉପାୟ ବତାଇଛନ୍ତି। ଅନ୍ୟ ଏକ କ୍ଲିପ୍‌ରେ ସେ କହିଛନ୍ତି ଯେ, ପିପି ରାଗି କି ସାକ୍ଷୀ ପକାଇବାକୁ କହୁଛନ୍ତି। ଏଣୁ ପିପିଙ୍କୁ କିଛି ଦେବାକୁ ପଡ଼ିବ। ଅନ୍ୟ ଏକ ଅଡିଓରେ ହାତୁଡ଼ିରେ ପିଟିବା ଅପେକ୍ଷା ବାଡିରେ ପିଟିବା ଭଲ ଭଳି କେସ୍‌କୁ ଧୀରେ ଧୀରେ ଆଗକୁ ଗଡ଼ାଇଲେ ଦୁର୍ବଳ ହୋଇଯିବ ବୋଲି କହୁଛନ୍ତି। ଏ ନେଇ କେନ୍ଦୁଝର ଭିଜିଲାନ୍ସ ଏସ୍‌ପି ନରହରି ନାଏକ କହିଛନ୍ତି, ଘଟଣାରେ ମହିଳା କନଷ୍ଟେବଳଙ୍କୁ ବାଲେଶ୍ୱର ଭିଜିଲାନ୍ସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିଜିଲାନ୍ସ କୋର୍ଟର ପିପି ଦେବଦତ୍ତ ବିଶ୍ୱାଳ କହିଛନ୍ତି, ସେ ଏ ସମ୍ପର୍କରେ ଅବଗତ ନୁହନ୍ତି। ଯଦି କେହି ତାଙ୍କ ନାମ ଧରିଥିବେ, ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣା ପରେ ଲାଞ୍ଚ କାରବାର ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଥିବା ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଘଟଣାର ଠିକ୍‌ ତଦନ୍ତ ହେଲେ ସବୁ କିଛି ଜଣାପଡ଼ିବ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?