Posted inଖେଳ

ଭୁବିଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଲେ ଗାଭାସ୍କର

ନୂଆଦିଲ୍ଲୀ,୨୪।୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ଭାରତୀୟ ପେସର ଭୁବନେଶ୍ୱର କୁମାର (ଭୁବି)। ଭେଟେରାନ ପେସର ଓଭରରେ ଅଧିକ ହାରରେ ରନ ଦେବା ସହ ପୂରା ସିରିଜ୍‌ରେ ଗୋଟିଏ ହେଲେ ଉଇକେଟ ନେଇ ପାରି ନ ଥିଲେ। ଏପରିକି ତାଙ୍କୁ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଥିଲା।
ଏଥିଲାଗି ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ଭୁବିଙ୍କ ସ୍ଥାନରେ ଧଳା ବଲ କ୍ରିକେଟରେ ଦୀପକ ଚହରଙ୍କୁ ସୁଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି।

“ମୋ ମତରେ ଦୀପକଙ୍କ ସମୟ ଆସିଗଲାଣି। ଭୁବିଙ୍କ ଭଳି ତାଙ୍କ ପାଖରେ ଉଭୟ ଦିଗରେ ବଲକୁ ସୁଇଙ୍ଗ କରିବାର ଦକ୍ଷତା ଅଛି। ଆଉ ନିମ୍ନ କ୍ରମରେ ସେ ଜଣେ ଉପଯୋଗୀ ବ୍ୟାଟର” ବୋଲି ଗାଭାସ୍କର କହିଛନ୍ତି।

କୌତୁହଳର କଥା ହେଲା, ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭୁବିଙ୍କ ସ୍ଥାନରେ ଦୀପକଙ୍କୁ ଦଳରେ ଯାଗା ମିଳିଥିଲା। ବିସ୍ଫୋରକ ଅର୍ଦ୍ଧଶତକ ବଳରେ ସେ ଭାରତୀୟ ଦଳକୁ ବିଜୟ ନିକଟକୁ ନେଇ ଯାଇଥିଲେ। ଏହାବାଦ୍‌ ନୂଆ ବଲରେ ସେ ଦୁଇ ମଧ୍ୟ ଉଇକେଟ ନେଇଥିଲେ।

“ଭାରତୀୟ କ୍ରିକେଟ ପ୍ରତି ଭୁବିଙ୍କ ସେବା ଅତୁଳନୀୟ। କିନ୍ତୁ ଗତ କିଛି ବର୍ଷ ହେଲା ଏପରିକି ଫ୍ରାଞ୍ଚାଇଜ କ୍ରିକେଟରେ ସେ ଖୁବ୍‌ ରନ୍‌ ଖର୍ଚ୍ଚ କରୁ୍‌ଛନ୍ତି। ତାଙ୍କର ଲକ୍ଷ୍ୟପୂର୍ଣ୍ଣ ୟର୍କର ଓ ସ୍ଲୋ ବଲ ଆଉ କାମ ଦେଉ ନାହିଁ। କାରଣ ପ୍ରତିପକ୍ଷ ଦଳ ବୋଲରଙ୍କ ଦକ୍ଷତାକୁ ଅଧ୍ୟୟନ କରି ସେଥିଲାଗି ପ୍ରସ୍ତୁତ ହେଉଛନ୍ତି। ବୋଧହୁଏ ସେଥି ଲାଗି ଅନ୍ୟକୁ ଦେଖିବାର ସମୟ ଆସିଗଲାଣି” ବୋଲି ଗାଭାସ୍କର କହିଛନ୍ତି। ଉଲ୍ଲେଖଯୋଗ୍ୟ, ୩୧ ବର୍ଷୀୟ ଭୁବି ଏପର୍ଯ୍ୟନ୍ତ ଭାରତ ପାଇଁ ୨୧ ଟେଷ୍ଟ, ୧୧୯ ଦିନିକିଆ ଓ ୫୫ ଟି୨୦ ମ୍ୟାଚ୍‌ ଖେଳି ମୋଟ ୨୫୭ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଆଗରେ ୨୯୬ ରନ୍‌ର ବିଜୟ ଲକ୍ଷ୍ୟ

ହେଡିଂଲେ,୨୬।୬: ସ୍ଥାନୀୟ ଲିଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୨୯...

ପ୍ରଥମ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ଦ୍ୱିଶତକ ହାସଲ କରିଥିବା କ୍ରିକେଟର୍‌ କିଏ ଜାଣନ୍ତି

ଆଜି ହେଉଛି ଭାରତର ଅନ୍ୟତମ ସଫଳ ଟେଷ୍ଟ କ୍ରିକେଟର ପଲି ଉମ୍ରିଗରଙ୍କ ଜୟନ୍ତୀ। ୯୬ ବର୍ଷ ପୂର୍ବେ ସେ ମାର୍ଚ୍ଚ ୨୮ ୧୯୨୬ରେ ମହାରାଷ୍ଟ୍ରର ସୋଲାପୁରରେ...

ଆର୍‌ସିବିର ସ୍ଥିତି ଗୁରୁତର

ଦୁବାଇ,୮।୧୦: ପ୍ଲେ-ଅପ୍‌କୁ କ୍ୱାଲିଫାଏ କରିସାରିଥିବା ଦୁଇ ଦଳ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସ୍ଥିତି ସମ୍ପୂର୍ଣ୍ଣ ଗମ୍ଭୀର। ପ୍ରଥମେ ବ୍ୟାଟିଂ କରିଥିବା...

ସିରିଜ୍‌ ଜିତିଲା ଇଂଲଣ୍ଡ

ନଟିଂହାମ,୧୮।୫- ଏଠାରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ୪ର୍ଥ ମ୍ୟାଚ୍‌ରେ ଇଂଲଣ୍ଡ ଦଳ ୩ ଉଇକେଟରେ ବିଜୟ ହାସଲ କରିଛି। ଏଥିସହ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ...

ରିଜର୍ଭ ଡେରେ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୦ା୯: କଲମ୍ବୋ ସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଏସିଆ କପ୍‌ ସୁପର-୪ ଭାରତ-ପାକିସ୍ତାନ ମ୍ୟାଚ୍‌ ବର୍ଷା କାରଣରୁ ବାଧାପ୍ରାପ୍ତ ହୋଇଛି। ଫଳରେ ରିଜର୍ଭ...

ସ୍ବସ୍ତିକ, ଜ୍ୟୋତିକା ଚାମ୍ପିୟନ

କଟକ ଅଫିସ,୨୯ା୪- ମାଷ୍ଟର ଚେସ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ରାଜ୍ୟ ୭ବର୍ଷରୁ କମ୍‌ ଓପନ ଓ ବାଳିକା ଚେସ୍‌ ଚାମ୍ପିୟନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି...

ଦ୍ରାଭିଡଙ୍କ ଏହି ଟିପ୍ସ ମାନିଲେ ଭାରତ ଗସ୍ତରେ ସଫଳ ହେବ ଇଂଲଣ୍ଡ

ଇଂଲଣ୍ଡର ପୂର୍ବତନ କେଭିନ ପିଟରସନ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଛନ୍ତି। ଆଗାମୀ ଭାରତ ଏବଂ ଇଂଲଣ୍ଡ ସିରିଜ୍‌ ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି...

ଏହି ଦିନ ହୋଇପାରେ ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୭।୮: ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ନିଜ ଦଳ ଘୋଷଣା କରିନାହିଁ। ଏସିଆ...

Advertisement
Archives

Model This Week