Posted inଖେଳ

‘କୁମିନ୍ସଙ୍କୁ ନେତୃତ୍ୱ ଦେବାର ସମୟ ଆସିଯାଇଛି’

ମେଲବୋର୍ନ,୨୧।୧୧: ପେସର ପାଟ କୁମିନ୍ସଙ୍କୁ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ନେତୃତ୍ୱ ଦେବାର ସମୟ ଆସିଯାଇଛି। ଏଭଳି କହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ ଓ୍ବର୍ନ।

ଶୁକ୍ରବାର ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଉଇକେଟକିପର ଟିମ୍‌ ପେନ। ୪ ବର୍ଷ ତଳେ ସେ ଜଣେ ମହିଳାଙ୍କୁ ଅଶ୍ଳୀଳ ଫଟୋ ପଠାଇଥିଲେ। ଏହି ମାମଲାରେ ପୂର୍ବରୁ ତାଙ୍କୁ ଦୋଷମୁକ୍ତ କରାଯାଇଥିଲା। କିନ୍ତୁ ଉକ୍ତ ଫଟୋ ପୁଣି ଥରେ ସର୍ବସମ୍ମୁଖକୁ ଆସିବାରୁ ଗଣମାଧ୍ୟମ ଆଗରେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ପାଇନ। ନେତୃତ୍ୱରେ ତାଙ୍କୁ ଉପ ଅଧିନାୟକ ଭାବେ ସାହାଯ୍ୟ କରିଥିଲେ କୁମିନ୍ସ। ୨୦୧୧ରେ ପଦାର୍ପଣ କରିଥିବା ୨୮ ବର୍ଷୀୟ ପେସର ଏପର୍ଯ୍ୟନ୍ତ ୩୨ ଟେଷ୍ଟରେ ୧୬୪ ଉଇକେଟ ନେଇଛନ୍ତି।

”ମୋ ମତରେ କୁମିନ୍ସଙ୍କୁ ନେତୃତ୍ୱ ଦାୟିତ୍ୱ ଦେବା ଲାଗି ଏହା ଉଚିତ ସମୟ। ଏ ସମ୍ପର୍କରେ ମୁଁ ଶୁକ୍ରବାର ପୂର୍ବରୁ ଚିନ୍ତା କରିଥିଲି। ପାଇନଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆର ପୋଷ୍ଟର ବୟ କୁମିନ୍ସଙ୍କୁ ଅଧିନାୟକ ପଦ ଦିଆଯିବା ଉଚିତ ହେବ। ଉଇକେଟକିପର ଭାବେ ମାଥ୍ୟୁ ଓ୍ବେଡ, ଜୋଶ ଇଙ୍ଗଲିସ କିମ୍ବା ଆଲେକ୍ସ କ୍ୟାରିଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ଦିଆଯିବା ଦରକାର। ମୁଁ ଇଙ୍ଗଲିସ ସମର୍ଥନ କରିବି। ଉଇକେଟ ପଛରେ ତାଙ୍କର ଭଲ ଦକ୍ଷତା ରହିଛି। ଏହା ସହିତ ସେ ଜଣେ ୩୬୦ ଡିଗ୍ରୀ ବ୍ୟାଟର। ଗତ ସିଜନରେ ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ପାଇଁ ସେ ୩ ଶତକ ଲଗାଇଥିଲେ। ଏଣୁ ତାଙ୍କୁ ଦଳରେ ସାମିଲ କରାଯାଉ“ ବୋଲି ଓ୍ବର୍ନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri