Posted inଫୁରସତ

ବାଘ ସହ ଲଢ଼େଇ, କିଏ ଜିତିଲା ଭିଡିଓ ଦେଖିଲେ ଜାଣିବେ…

ବାଘ ସହ ଲଢ଼େଇ କରିବାକୁ କେବେ ଚିନ୍ତା କରିଛନ୍ତି କି? ଯଦି ନା ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଭିଡିଓଟି ପ୍ରାଣୀ ଉଦ୍ୟାନର। ଯେଉଁଠାରେ ଜଣେ ପର୍ଯ୍ୟଟକଙ୍କୁ ଏକ ବାଘ ସହିତ ବଳ କଷିବା ଖେଳ ଖେଳିବାକୁ ସୁଯୋଗ ଦିଆଯାଏ। ଏଥିରେ କାଚର ଗୋଟିଏ ପାର୍ଶ୍ୱରେ ବାଘ ଏବଂ ଅନ୍ୟ ପଟେ ଜଣେ ବ୍ୟକ୍ତିଙ୍କୁ କଠିନ କରିଶ୍ରମ କରିବାକୁ ପଡ଼ିଥାଏ। ମଝିରେ ରହିଥାଏ ଗୋଟିଏ ମୋଟା ଦଉଡ଼ି।

ଭିଡିଓରେ ଦେଖାଯାଉଛି, ବାଘଟି ଦଉଡ଼ିର ଗୋଟିଏ ମୁଣ୍ଡ ଧରିଛି ଏବଂ ବ୍ୟକ୍ତିଜଣକ ଅନ୍ୟ ପଟରେ ରହିଛନ୍ତି। ବ୍ୟକ୍ତି ଜଣକ ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି କିନ୍ତୁ ବାଘ ତାଙ୍କୁ ତା’ ଆଡକୁ ଟାଣୁଛି। ଏହା ପରେ ବାଘଟି ଦଉଡ଼ି ଛାଡିଦିଏ। ପରେ ସେହି ବ୍ୟକ୍ତି ଦଉଡ଼ି ମଧ୍ୟ ଛାଡ଼ି ଦେଉଛନ୍ତି। କିନ୍ତୁ ବାଘଟି ବୁଲି ବୁଲି ଦଉଡ଼ିର ଶେଷ ଭାଗକୁ ଧରୁଥାଏ। ଯେତେବେଳେ ବାଘ ଏହା କରେ, ସେହି ବ୍ୟକ୍ତି ଜଣକ ମଧ୍ୟ ତାଙ୍କ ପାର୍ଶ୍ୱର ଧାର ଧରନ୍ତି ଏବଂ ଏଥର ସେ ବାଘକୁ ନିଜ ଆଡକୁ ଟାଣିବାରେ ଅଟକାଇ ଦେଇଛନ୍ତି। ଅଳ୍ପ ସମୟ ପରେ ବାଘଟି ଦଉଡି ଛାଡ଼ିଦିଏ। ତେଣୁ ବ୍ୟକ୍ତି କହିଛନ୍ତି, ମୁଁ ଜିତିଛି। କିଛି ଲୋକ ଏହି ପୂରା ଖେଳର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି।

ଏହି ଭିଡିଓରେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି ଏହା ପ୍ରକୃତ ବାଘ ନୁହେଁ, ବାଘର ମିଶ୍ରିତ ପ୍ରଜାତି। ସେହିପରି ଆଉ ଜଣେ ୟୁଜର କହିଛନ୍ତି, କାଚ କାଢ଼ି ଦିଅ, ତା’ ପରେ କିଏ ଜିତୁଛି ଦେଖିବା। ଏହି କମେଣ୍ଟ ବେଶ୍‌ ହାସ୍ୟରୋଳ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଣସ ଦ୍ୱାରା ଚାର୍ଜ ହେବ ମୋବାଇଲ ବ୍ୟାଟେରୀ

ସିଡ୍‌ନୀ,୯।୩: ୟୁନିଭର୍ସିଟି ଅଫ୍‌ ସିଡ୍‌ନୀର ବିଶେଷଜ୍ଞଙ୍କ ଦ୍ୱାରା ଜର୍ନାଲ ଅଫ୍‌ ଏନର୍ଜି ଷ୍ଟୋରେଜରେ ପ୍ରକାଶିତ ଏକ ତଥ୍ୟରୁ ଜଣାପଡିଛି ଯେ ଏବେ ପଣସ ଓ ଦୁରିଆନ...

ମାଆଙ୍କ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏମିତି କଲେ ପୁଅ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରାଜିଲ୍‌: ସାଧାରଣତଃ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ହେଲେ ଟେଷ୍ଟରେ ଗାଡ଼ି ଚଳାଇ ଦେଖାଇବାକୁ ପଡ଼ିଥାଏ। କିନ୍ତୁ ବ୍ରାଜିଲ୍‌ର ଜଣେ ମହିଳାଙ୍କ ନିକଟରେ ଡ୍ରାଇଭିଂ ଲାଇସେନ୍ସ ନ...

ଗରିବର ଶୋଷ ମେଣ୍ଟାଉଛନ୍ତି ମଟ୍‌କା ମ୍ୟାନ

ଦିିଲ୍ଲୀର ୬୯ ବର୍ଷୀୟ ଅଲଗ୍‌ ନଟରାଜନ୍‌ ଓରଫ୍‌ ମଟ୍‌କା ମ୍ୟାନ୍‌ ଗରିବଙ୍କ ଶୋଷ ମେଣ୍ଟାଇବାର ନେଇଛନ୍ତି ଗୁରୁ ଦାୟିତ୍ୱ। ଅସହ୍ୟ ଗରମରେ ଦିଲ୍ଲୀ ସହରବାସୀ ପାଣି...

୮୩ ବର୍ଷରେ ଫିଟ୍‌ ଅଛନ୍ତି ଏହି ମହିଳା: ଶାଢି ପିନ୍ଧି କଲେ ଏମିତି କାମ

ଆଜିକାଲି ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହେଉଛନ୍ତି ୮୩ ବର୍ଷିୟା ଭାରୋତ୍ତୋଳନକାରୀ କିରଣ ବାଇ। କିରଣ...

ଏଠାରେ କାର୍‌, ଜିପ, ହାତୀ ପ୍ରତିମୂର୍ତ୍ତିିର ତିଆରି ହୁଏ ସମାଧି, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥାଏ, ସମାଧି ଦିଆଯିବା ସ୍ଥାନରେ ତାଙ୍କ ପସନ୍ଦର ପ୍ରତିମୂର୍ତ୍ତି ତିଆରି କରାଯାଇଥାଏ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ।...

ଝିଅ ପାଇଁ ଯେଉଁ ବରପାତ୍ର ଠିକ୍‌ କରିଥିଲେ ବାପା, ତାଙ୍କୁ ଚାକିରି ଅଫର ଦେଲେ ଝିଅ, ଦରମା ଜାଣିଲେ…

ବେଙ୍ଗାଲୁରୁ,୨ା୫: ପ୍ରତ୍ୟେକ ମା’-ବାପା ନିଜ ପିଲାମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିଥାନ୍ତି। ଆଜିର ସମୟରେ ଅଧିକାଂଶ ପିଲା ନିଜ ପସନ୍ଦର ଜୀବନସାଥୀ ବାଛୁଛନ୍ତି। ଏମିତି କ୍ଷେତ୍ରରେ...

କେବେ ଆରମ୍ଭ ହୋଇଥିଲା ଦୀପାବଳି

ଆଲୋକର ପର୍ବ ଦୀପାବଳି। ଦୀପାବଳି ଆସିଲେ ଘରେ ଘରେ ଖୁସିର ମାହୋଲ ଦେଖାଯାଇଥିବା ବେଳେ ଭିନ୍ନ ଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ତିଆରି କରାଯାଇଥାଏ। ଲୋକେ...

ପଥର ଦେଉଛି ଅଣ୍ଡା

ଏଇ ପୃଥିବୀ ସତରେ ଏମିତି ସବୁ ବିସ୍ମୟରେ ଭରି ରହିଛି, ଯାହାକୁ ସ୍ବଚକ୍ଷୁରେ ନ ଦେଖିଲେ ବିଶ୍ୱାସ କରିହେବନି। ଯେମିତି କି ଚାଇନାର ଗିଝୋଉ ପ୍ରାନ୍ତରେ...

Advertisement
Archives

Model This Week