Odisha Elections 2024

ଆଜିଠୁ ବାଘ ଗଣନା: ଘୁମୁସର ବନଖଣ୍ଡରେ ୧୫୫ ଟିମ୍‌ ସାମିଲ

ଭଞ୍ଜନଗର,୧୫।୧୦(ବାବୁଲା ପ୍ରଧାନ)କେନ୍ଦ୍ର ସରକାରଙ୍କ ଘୋଷଣା ପ୍ରକାରେ ରାଜ୍ୟରେ ୨୦ ମହାବଳ ବାଘ ଥିବାବେଳେ ୭୬୦ କଲରାପତରିଆ ବାଘ ବିଭିନ୍ନ ଜଙ୍ଗଲରେ ଅଛନ୍ତି। ୨୦୦୬ରେ ୪୫ଟି ମହାବଳ ବାଘ ଥିବାବେଳେ ତାହା ୨୦କୁ ଖସି ଆସିଥିବା ନେଇ ପରିବେଶବିତ୍‌ମାନେ ଚିନ୍ତିତ ଅଛନ୍ତି। କିନ୍ତୁ ରାଜ୍ୟ ସରକାର ଉକ୍ତ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନ ଥିବା ଜଣାପଡ଼ିଛି। ତେଣୁ ରାଜ୍ୟ ସରକାର ନିଜଆଡୁ ରବିବାରଠାରୁ ରାଜ୍ୟର ୪୨ ଡିଭିଜନରେ ବାଘ ଗଣନା ଆରମ୍ଭ କରୁଛନ୍ତି। ଆଉ କେତୋଟି ଡିଭିଜନରେ ବାଘ ନାହିଁ। ତେଣୁ ତାହାକୁ ଗଣତିରୁ ବାଦ୍‌ ଦିଆଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡରେ ରବିବାରଠାରୁ ବାଘ ଗଣନା ହେବ। ଏଥିପାଇଁ ଶନିବାର ପ୍ରସ୍ତୁତି ସରିଛି। ଏହି ଦୁଇ ବନଖଣ୍ଡରେ ୧୫୫ଟି ଟିମ୍‌ ବାଘ ଗଣନାରେ ନିୟୋଜିତ ହେବେ। ପ୍ରତ୍ୟେକ ଟିମ୍‌ରେ ଦୁଇ କର୍ମଚାରୀ ଅଛନ୍ତି। ଅକ୍ଟୋବର ୧୫ରୁ ୩୧ ତାରିଖ ଯାଏ ବାଘ ଗଣନା ହେବ। ଏହି ସମୟରେ ବାଘର ପାଦଚିହ୍ନ, ମଳ, ନିଶ ଇତ୍ୟାଦି ପ୍ରତ୍ୟକ୍ଷ ଭାବେ କର୍ମଚାରୀମାନେ ଚିହ୍ନଟ କରିବେ। ଯେଉଁଠି ପାଦଚିହ୍ନ ମିଳିବ ସେଠି ପ୍ଲାଷ୍ଟର ପ୍ୟାରିସ୍‌ ମାଧ୍ୟମରେ ଚିହ୍ନକୁ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ। ଯେଉଁ ଅଞ୍ଚଳରେ ବାଘ ଥିବାର ପ୍ରମାଣ ମିଳିବ ସେଠାରେ ନଭେମ୍ବର ୧ରୁ ଜାନୁୟାରୀ ୧୫ ତାରିଖ ଯାଏ ଟ୍ରାପ୍‌ କ୍ୟାମେରା ଲଗାଯିବ। କିନ୍ତୁ ଦୁଇ ବନଖଣ୍ଡର ଏକାଧିକ ଟ୍ରାପ୍‌ କ୍ୟାମେରା ଭଗ୍ନ ଅବସ୍ଥାରେ ଅଛି । ତାହାକୁ ନଭେମ୍ବର ୧ ପୂର୍ବରୁ ସଜଡ଼ା ଯିବ। ନଚେତ ନୂତନ କିଣିବା ପାଇଁ ପଦକ୍ଷେପ ନିଆଯିବ। ୧୬ରୁ ୩୧ ଜାନୁୟାରୀ ମଧ୍ୟରେ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ବିଭିନ୍ନ ବିଶେଷଜ୍ଞଙ୍କ ମାଧ୍ୟମରେ ଯାଞ୍ଚ କରାଯିବ। ଏହାପରେ ବାଘସଂଖ୍ୟା ଘୋଷଣା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀମାନେ ଦୈନିକ ୬ରୁ ୧୦ କିମି ଜଙ୍ଗଲରେ ସକାଳ ୬ଟାରୁ ୧୦ଟା ଯାଏ ବୁଲି ବାଘର ଚଲାପଥକୁ ଚିହ୍ନଟ କରିବେ। ଚଲାପଥ ଅଞ୍ଚଳରେ ପଗ୍‌ମାର୍କ ଇମ୍ପ୍ରେଶନ ପ୍ୟାଡ୍ସ୍‌ (ପିଆଇପି) କରାଯିବ। ଉକ୍ତ ପିଆଇପି ରାସ୍ତା ଦେଇ ବାଘ ଗଲେ ତାହାର ପାଦଚିହ୍ନ ରହିବ। ଏହି ସମୟରେ ସେମାନେ ଅନ୍ୟ ମାଂସାଶୀ ପ୍ରାଣୀ ଯଥା ହେଟାବାଘ, ବିଲୁଆ, ଭାଲୁ, ଗଧିଆଙ୍କ ସ୍ଥିତି ମଧ୍ୟ ଅନୁଧ୍ୟାନ କରିବେ। ଏନେଇ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କୁ ପଚାରିବାରୁ ବାଘ ଗଣନା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ଡିଭିଜନରେ ୭୫ଟି ଟିମ୍‌ ଗଠନ କରାଯାଇଛି ବୋଲି ସେ କହିଛନ୍ତି। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ କହିଛନ୍ତି, କର୍ମଚାରୀମାନେ ନିଜ ଦାୟିତ୍ୱ କିଭଳି ସୁଚାରୁରୂପେ ତୁଲାଇବେ ସେଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ବଳରେ ଲଢୁଛନ୍ତି ଢେଙ୍କାନାଳ କଂଗ୍ରେସ ପ୍ରାର୍ଥୀ

ଢେଙ୍କାନାଳ,୨୦ା୫(ରତନ ନାୟାର): ଢେଙ୍କାନାଳ ଜିଲାରେ ଆସନ୍ତା ୨୫ ତାରିଖରେ ଭୋଟ ଗ୍ରହଣ ହେବ। ତେବେ ୨୩ ତାରିଖରେ ପ୍ରଚାର ପର୍ବ ଶେଷ ହେବ। ତେଣୁ ପ୍ରାର୍ଥୀମାନଙ୍କ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି...

ଅତାବିରାରେ ସର୍ବାଧିକ ମତଦାନ, ପଦ୍ମପୁରରେ ସର୍ବନିମ୍ନ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା...

ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧% ମତଦାନ

ଛତ୍ରପୁର,୨୦ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଆସିକା ଲୋକ ସଭା ଓ ଏହା ଅଧୀନ ୭ ବିଧାନସଭା ଆସନ ଏବଂ କନ୍ଧମାଳ ଲୋକ ସଭା ଅଧୀନ ତଥା...

ମାଓବାଦୀ-ଯବାନ ଗୁଳିବିନିମୟ: ଯବାନ ଗୁରୁତର

ନୂଆପଡ଼ା,୨୦।୫,(ମକାରୁ ବେମାଲ): ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ...

ପୁଣି ଦୋହରାଇଲେ ମୋଦି, କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୫: ଅନୁଗୋଳ ସଭାରେ ସମ୍ବୋଧିତ କରି ଓଡ଼ିଶାରେ ପ୍ରଥମଥର ଡବଲ ଇଞ୍ଜିନ ସରକାର ଗଠନ କରିବାକୁ ଯାଉଥିବା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ବିଜେଡି ସରକାରରେ ଓଡ଼ିଶା...

ମା’ଙ୍କ ସହିତ ଯାଇ ଭୋଟ ଦେଲେ ଦେବେଶ

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମତଦାନ କେନ୍ଦ୍ର ଗୁଡିକରେ ମତଦାତାଙ୍କ ଲମ୍ବା ଧାଡ଼ି...

ମତଦାନ କଲେ ମନ୍ତ୍ରୀ ରୀତା ସାହୁ

ବରପାଲି,୨୦ା୫(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ୭ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାନ କେନ୍ଦ୍ରଗୁଡିକରେ ମତଦାତାଙ୍କ ଲମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri