ଚାଷୀ ଚଢ଼ା ଦରରେ କିଣୁଛି ସାର

ଛତ୍ରପୁର,୧୫ା୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସାରର କଳାବଜାର ହେଉଥିବା ଋଷିକୁଲ୍ୟା ରୟତ ମହାସଭା ଅଭିଯୋଗ କରିଛି। ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ପଟାସ ସାରର ଆବଶ୍ୟକତା ହେଉଛି। ଜିଲାକୁ ସୋସାଇଟିମାନଙ୍କ ଅପେକ୍ଷା ଘରୋଇ ସାର କମ୍ପାନୀ ଡିଲରମାନଙ୍କୁ ଅଧିକ ପରିମାଣର ସାର ଆସିଥାଏ। କେତେକ ସମବାୟ ସମିତି ମଧ୍ୟ ସାର ଆଣିନଥାନ୍ତି। ଫଳରେ ଚାଷୀମାନେ ବାଧ୍ୟ ହୋଇ ଘରୋଇ ସାର ଡିଲରମାନଙ୍କଠାରୁ ଚଢା ଦରରେ ସାର କିଣି କ୍ଷତିଗ୍ରସ୍ତ ହେଉଥିବା ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଆବଶ୍ୟକ ସମୟରେ ସୋସାଇଟିକୁ ସାର ଯୋଗାଣ ହୋଇନଥାଏ। ବର୍ତ୍ତମାନ ଅଧିକାଂଶ ସୋସାଇଟିରେ ସାର ସରିଗଲାଣି। ସେମାନେ ମଧ୍ୟ ରିସ୍କ ନେଇ ଆଉ ସାର ଆଣିବା ପାଇଁ ଆଗ୍ରହ ହେଉନାହାନ୍ତି। ଏପରି ସ୍ଥଳେ ୟୁରିଆ ସାରର ମୂଲ୍ୟ ୨୬୬.୫୦ ଟଙ୍କା ଧାର୍ଯ୍ୟ ଥିବାବେଳେ ୩୫୦ ଟଙ୍କାରେ ଘରୋଇ ଡିଲରମାନେ ବିକ୍ରି କରୁଥିବା ମହାସଭା ପକ୍ଷରୁ ଅଭିଯୋଗ ହୋଇଛି। ସେହିପରି ଗ୍ରୋମର ସାର ୧୫୫୦ ଏବଂ ପଟାସ ସାର ୧୮୫୦ ଟଙ୍କାରେ ଘରୋଇ ଡିଲରମାନେ ବିକି ଚାଷୀଙ୍କୁ ଠକୁଛନ୍ତି। ଏପରିକି ଭାଗଚାଷୀମାନେ ସୋସାଇଟିର ସଭ୍ୟ ନଥିବାରୁ ସେମାନଙ୍କୁ ସୋସାଇଟିରୁ ସାର ମିଳୁନି। ଏଣୁ ସେମାନେ ବାଧ୍ୟ ହୋଇ ଘରୋଇ ସାର ଡିଲରମାନଙ୍କ ଠାରୁ ସାର କିଣି କ୍ଷତି ସହୁଛନ୍ତି। ଏଣୁ ସମସ୍ତ ଭାଗଚାଷୀ, ଚାଷୀଙ୍କୁ ସରକାରୀ ଦରରେ ସାର ଯୋଗାଇବା ସହ ଏହାର କଳାବଜାର ରୋକିବାକୁ ଦାବି ହୋଇଛି। ଏନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri