ସୁରକ୍ଷା ବନ୍ଧରେ ଜୁଆର ମାଡ: କୂଳବାସୀ ଭୟଭୀତ

ଭୋଗରାଇ, ୨୪ l ୧୦( ପ୍ରଦୀପ ଦାସ ): ସାମୁଦ୍ରିକ ଝଡ଼ ଦାନା କୂଳଆଡକୁ ମାଡି ଆସିଛି। ଗୁରୁବାର ସକାଳେ ଝିପିଝିପି ବର୍ଷା ହେଉଥିବାବେଳେ ଅପରାହ୍ନରେ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଛି l ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ବତାସର ବେଗ ବଢ଼ିବାରେ ଲାଗିଛି l ବାତ୍ୟା ପ୍ରଭାବରେ ବାଲେଶ୍ୱର ଉପକୂଳ ସମୁଦ୍ର ଅଶାନ୍ତ ହୋଇ ଉତ୍ତାଳ ଢେଉ କୂଳ ଆଡକୁ ମାଡିଆସି କୂଳ ତଟସୁରକ୍ଷା ଉଚ୍ଚ ପଥର ବନ୍ଧରେ ମାଡ କରୁଛି l ସମୁଦ୍ରର ଏପରି ଭୟଙ୍କର ରୂପ ଦେଖି କୂଳବାସୀ ଭୟଭୀତ ହୋଇଥିବାବେଳେ ହଜାର ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟାଶ୍ରୟ ସ୍ଥଳକୁ ଜିଲା ପ୍ରଶାସନ ଉଠାଇ ନେଇ ସୁରକ୍ଷିତ ସ୍ଥାନରେ ରଖିଛନ୍ତି l

ଭୋଗରାଇ ବ୍ଲକ ସମୁଦ୍ର କୂଳିଆ ଗାଁର ୧୦ ହଜାର ଲୋକଙ୍କୁ ପ୍ରଶାସନ ଉଠାଇ ନେଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛନ୍ତି। ଗୁରୁବାର ରାତି ସମସ୍ତଙ୍କ ପାଇଁ ସତର୍କ ରାତି ହୋଇଥିବାବେଳେ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନର ବେଗ ବଢ଼ିବାରେ ଲାଗିଛି l ରାସ୍ତା ଘାଟରେ ଲୋକଙ୍କ ଗମନାଗମନ ଏକ ପ୍ରକାର ଠପ ହୋଇଛି।

ବାଲେଶର ଉପକୂଳ ଉଦୟପୁର, ତାଳସାରୀ, ବିଚିତ୍ରପୁର କୀର୍ତ୍ତିନିଆ, ଚୌମୁଖ, ଡଗରା, ହଁସକରା, ବଳାରାମଗଡ଼ି, କଷାଫଳ, ଚାନ୍ଦିପୁର, ଗୋପାଳପୁର ପ୍ରଭୃତି ସମୁଦ୍ରକୂଳରେ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ରଖାଯାଇଥିବାବେଳେ ଡାକବାଜି ଯନ୍ତ୍ରରେ ବାତ୍ୟା ସମ୍ପର୍କିତ ସତର୍କ ଓ ସୁରକ୍ଷିତ ରହିବା ଲାଗି ପ୍ରଚାର କରାଯାଉଛି l ଆଜି ରାଜ୍ୟ ପଞ୍ଚାୟତ ଓ ଗ୍ରାମଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ସହ ଜିଲା ପ୍ରକଳ୍ପ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ହିମାଂଶୁ ଶେଖର ଗିରି ବାତ୍ୟାଶ୍ରୟସ୍ଥଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

ଥୁଆମୂଳ ରାମପୁରରେ ରଜ ଉତ୍ସବ, ଦୋଳି ଖେଳିଲେ ଲାଞ୍ଜିଗଡ଼ ବିଧାୟକ; ଦଳୀୟ ଆଭିମୁଖ୍ୟ ଭୁଲି…

ଥୁଆମୂଳ ରାମପୁର, ୧୬।୬(ଦୁର୍ଗା କୀର୍ତ୍ତି): ଓଡ଼ିଶାର ଗଣପର୍ବ ‘ରଜ’ ଏବେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ମଧ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। କଳାହାଣ୍ଡି ଜିଲା ଥୁଆମୂଳ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରକ୍ତଦାନରେ ଉଲ୍ଲେଖନୀୟ ଅବଦାନ: ଜାତୀୟ ସ୍ତରରେ ସମ୍ମାନିତ ହେଲା ବରଗଡ଼ର ‘ନିଷ୍ଠା ପରିବାର’

ବରଗଡ଼, ୧୬ ଜୁନ୍ (ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ନିଷ୍ଠା ପରିବାର’ ପାଇଁ ଏକ ଗର୍ବର ବିଷୟ । ମଙ୍ଗଳବାର ଦିନ ଗୁଜରାଟର ଅହମଦାବାଦଠାରେ…

ଜୁନ୍ ୧୯ରୁ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ପ୍ରସିଦ୍ଧ ଯାତ୍ରା: ଖଣି ଖନନ ବିରୋଧରେ ବଜ୍ର ଶପଥ ନେବେ ହଜାର ହଜାର…

ଥୁଆମୂଳ ରାମପୁର,  ୧୬।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟ ପାର୍ଶ୍ୱ ଖଣ୍ଡୁଆଳ ମାଳି ପାହାଡ଼ ଉପରେ ଆସନ୍ତା ଜୁନ୍ ୧୯…

ମହେନ୍ଦ୍ରତନୟାରେ ବୁଡ଼ି ଚାଲିଗଲା ଜୀବନ, ଶବାଗାରର ଅଚଳ ଆଇସ୍ ବକ୍ସକୁ ନେଇ ପ୍ରବଳ ଅସନ୍ତୋଷ

ପାରଳାଖେମୁଣ୍ଡି,  ୧୬।୬(ଗିରିଧାରୀ ପରିଛା): ଗଜପତି ଜିଲା କେରାଣ୍ଡି ଗ୍ରାମର ମହେନ୍ଦ୍ରତନୟା ନଦୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି କେରାଣ୍ଡି ଗ୍ରାମର ସୁବାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri