ପ୍ରଶାନ୍ତଙ୍କୁ ଟିକେଟ, ଚିରଞ୍ଜୀବଙ୍କ ସମର୍ଥକ ନିରାଶ

ଜଗତ୍‌ସିଂହପୁର, ୪।୪(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ବୁଧବାର ବିଜେଡି ପୁଣି ଭରସା କରିଛି। ତାଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିବା ପରେ ନିର୍ବାଚନମଣ୍ଡଳୀରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡିର ଗୋଟିଏ ଗୋଷ୍ଠୀ ଅର୍ଥାତ୍‌ ପ୍ରଶାନ୍ତଙ୍କ ସମର୍ଥକମାନେ ଖୁସିବ୍ୟକ୍ତ କରିଥିବାବେଳେ ଅମରେନ୍ଦ୍ର ଦାସଙ୍କ ଗୋଷ୍ଠୀ ନିରାଶ ହୋଇ ପଡ଼ିଛନ୍ତି। ଏ ପରିସ୍ଥିତିରେ ଅମରେନ୍ଦ୍ରଙ୍କ ସମର୍ଥକମାନେ ତାଙ୍କ ଗୋପାଳସାଗରସ୍ଥିତ ଶିବିରରେ ଏକାଠି ହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟ ଦଳ ହେଉ ଅବା ସ୍ବାଧୀନ ଭାବେ ଅମରେନ୍ଦ୍ର ପ୍ରତିଦ୍ୱନ୍ଦିତା କରିବାକୁ ସେମାନେ
ମତ ଦେଇଛନ୍ତି। ଅନ୍ୟପକ୍ଷେ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ପୂର୍ବତନ ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଗୋଷ୍ଠୀ ସର୍ବାଧିକ ନିରାଶ ହୋଇଥିବା ବାରି ହୋଇପଡ଼ିଛି। କାରଣ ଚିରଞ୍ଜୀବ ବିଜେଡିରେ ମିଶିଲା ପରେ ସେ ଏହି ଆସନରୁ ଟିକେଟ ପାଇବେ ବୋଲି ତାଙ୍କ ସମର୍ଥକମାନେ ଭାବୁଥିଲେ। ଚିରଞ୍ଜୀବଙ୍କୁ ଟିକେଟ ନ ମିଳିବାରୁ ଏବେ ଏହି ଗୋଷ୍ଠୀ କ’ଣ କରିବେ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି।
ବିଧାୟକ ପ୍ରଶାନ୍ତ ମୁଦୁଲି ୨୦୦୯, ୨୦୧୪ରେ ବାଲିକୁଦା-ଏରସମା ବିଧାନସଭା ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ୨୦୧୯ରେ ପ୍ରଥମ ଥର ପାଇଁ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେଡି ଟିକେଟରେ ବିଧାୟକ ହୋଇ ଆଲୋଚନାର ପରିସରକୁ ଆସିଥିଲେ। ବଡ଼ କଥା ହେଲା ଖୁବ୍‌ କମଦିନ ଭିତରେ ସେ ଟିକେଟ ପାଇ ସେତେବେଳର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ପରାସ୍ତ କରିଥିଲେ। ପ୍ରଶାନ୍ତଙ୍କୁ ଯେତେବେଳେ ଟିକେଟ ମିଳିଥିଲା ,ସେତେବେଳେ ଯୁବ ନେତା ଅମରେନ୍ଦ୍ର ଦାସଙ୍କ ଗୋଷ୍ଠୀ ପୋଡ଼ାଜଳା କରି ତୀବ୍ର ପ୍ରତିବାଦ କରିଥିଲେ। ଏପରି କି କଥା ନବୀନ ନିବାସ ପର୍ଯ୍ୟନ୍ତ ଯାଇଥିଲା। ଅମରେନ୍ଦ୍ର ଗୋଷ୍ଠୀ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରି ବୁଝାଶୁଝା କଲା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଅମରେନ୍ଦ୍ରଙ୍କୁ ଦଳ ଜିଲା ସଭାପତି ଘୋଷଣା କରାଯାଇଥିଲା। ଏହି ନିର୍ବାଚନରେ ପ୍ରଶାନ୍ତଙ୍କୁ ଅମରେନ୍ଦ୍ର ବିରୋଧ କରି ନ ଥିଲେ। ପରେ ଅମରେନ୍ଦ୍ରଙ୍କୁ କାଜୁ ନିଗମ ଅଧ୍ୟକ୍ଷ କରାଯାଇଥିଲା। କିନ୍ତୁ କିଛିଦିନ ପରେ ପୁଣି ବିବାଦ ଦେଖା ଦେଇଥିଲେ ସୁଦ୍ଧା ପ୍ରଶମିତ ହୋଇ ନ ଥିଲା। ଅମରେନ୍ଦ୍ର ସମାନ୍ତରାଳ ସଙ୍ଗଠନ କରି ଚାଲିଥିଲେ। କିଛିଦିନ ପୂର୍ବରୁ ସେ ଜଗତ୍‌ସିଂହପୁରରେ ପାଖାପାଖି ୧୦ ହଜାର ଲୋକଙ୍କ ଶୋଭାଯାତ୍ରା ସହ ଶକ୍ତି ପ୍ରଦର୍ଶନ କରିଥିଲେ। ବୁଧବାର ବିଜେଡି ପକ୍ଷରୁ ଟିକେଟ ଘୋଷଣା କରାଗଲା ପରେ ଅମରେନ୍ଦ୍ର ଶିବିର ନିରାଶ ହୋଇପଡ଼ିଛି। ସେହିପରି ଚିରଞ୍ଜୀବ ଶଙ୍ଖ ଭବନରେ ବିଜେଡିରେ ମିଶିଲା ପରେ ତାଙ୍କ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ନେତା, କର୍ମୀ ସାମିଲ ହୋଇଥିଲେ। ପ୍ରତ୍ୟେକଙ୍କ ବିଶ୍ୱାସ ଥିଲା ଚିରଞ୍ଜୀବୀଙ୍କୁ ଜଗତ୍‌ସିଂହପୁରରୁ ପ୍ରାର୍ଥୀ କରାଯିବ। ବୁଧବାର ଟିକେଟ ନ ମିଳିବାରୁ ଏହି ଲୋକମାନେ ପୁଣି କଂଗ୍ରେସକୁ ଫେରିଯିବେ ବୋଲି ଆଲୋଚନା ହେଉଛି। ଏପରି କି କେତେଜଣ ନାମ ଗୋପନ ରଖି କହିଛନ୍ତି ଚିରଞ୍ଜୀବଙ୍କୁ ଟିକେଟ ମିଳିବ ବୋଲି ଶୁଣି ସେମାନେ ବିଜେଡିରେ ମିଶିଥିଲେ। ଏବେ ଚିରଞ୍ଜୀବ ଚାହିଁଲେ ମଧ୍ୟ ସେମାନେ ପ୍ରଶାନ୍ତଙ୍କୁ ସହଯୋଗ କରିବେ ନାହିଁ। ତେବେ ଚିରଞ୍ଜୀବ ଟିକେଟ ପାଇବେ ବୋଲି ନିଶ୍ଚିତ ନ ହୋଇ ମିଶିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା। ନଚେତ ବିଜେଡି ତାଙ୍କ ସହ ଧୋକା ଦେଇଛି। ଯାହା ହେଉନା କାହିଁକି ଆଉ ବିଜେଡି ମାୟାରେ ପଡ଼ିବେ ନାହିଁ ବୋଲି ପ୍ରତିକ୍ରିୟାରେ ସେମାନେ କହିଛନ୍ତି।

ଜଗତ୍‌ସିଂହପୁର ବିଧାନସଭା କ୍ଷେତ୍ର ଲାଗି ବୁଧବାର ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଟିକେଟ ଦେଇଛି। ଏହା ପରେ ଆଶାୟୀ ଥିବା ଜଗତ୍‌ସିଂହପୁର ପୂର୍ବତନ ଜିଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ ବୁଧବାର ଦଳ ଛାଡିଛନ୍ତି। ସେ ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ତାଙ୍କ ପ୍ରାଥମିକ ଏବଂ ସକ୍ରିୟ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଉଲ୍ଲେଖ କରିଛନ୍ତି। ସେ ଦର୍ଶାଇଛନ୍ତି ଯେହେତୁ ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବାକୁ ଯାଉଛନ୍ତି ତେଣୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ଅମରେନ୍ଦ୍ର ଭାଜପାରେ ମିଶିପାରନ୍ତି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?