ଟିକେଟ କେନ୍ଦ୍ରରେ ତାଲା, ଯାତ୍ରୀ ହଇରାଣ

ରାଉରକେଲା,୩।୭(ଦିନେଶ ମିଶ୍ର): ରାଉରକେଲା ରେଲଓ୍ବେ ଷ୍ଟେଶନର ଦ୍ୱିତୀୟ ପ୍ରବେଶପଥରେ ଟିକେଟ୍‌ କାଉଣ୍ଟର ବନ୍ଦ ଯୋଗୁ ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ଅଧିକାଂଶ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଟିକେଟ ନ ପାଇ ଟ୍ରେନ୍‌ ଯାତ୍ରାରୁ ବଞ୍ଚତ୍ତ ହେଉଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଷ୍ଟିଲସିଟି ରାଉରକେଲା ଏକ ଶିଳ୍ପସମୃଦ୍ଧ ସହର ହୋଇଥିବାବେଳେ ଏଠାରେ ଆରଏସ୍‌ପି, ବିର୍ସା ମୁଣ୍ଡା ହକି ଷ୍ଟାଡିୟମ, ଏନ୍‌ଆଇଟି ଭଳି ଅନୁଷ୍ଠାନ ରହିଛି। ସହରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ସବୁ ସ୍ଥାନକୁ ଅତି ସହଜରେ ଗମନାଗମନ କରିବା ପାଇଁ ସ୍ବତନ୍ତ୍ର ବିମାନ ବନ୍ଦର, ରେଳ ଷ୍ଟେଶନ ରହିଛି। ରାଉରକେଲା ରେଳ ଷ୍ଟେଶନରେ ୫ଟି ପ୍ଲାଟଫର୍ମ ଥିବାବେଳେ ଏଠାରୁ ହାୱଡା, ବାଙ୍ଗାଲୋର, ଦିଲ୍ଲୀ, ଚେନାଇ, କଲିକତା, ଜମ୍ମୁ କଶ୍ମୀର ଆଦି ରାଜ୍ୟକୁ ଲୋକେ ଟ୍ରେନ ଯୋଗେ ଯାତାୟାତ କରନ୍ତି। ରାଉରକେଲା ରେଳ ଷ୍ଟେଶନରେ ଯାତ୍ରୀଙ୍କ ଭିଡକୁ ଦେଖି ଦକ୍ଷିଣ-ପୂର୍ବ ରେଲୱେ ପକ୍ଷରୁ ୨୦୧୫ ମାର୍ଚ୍ଚ ୧୩ ରେ ଏଠାରେ ଦ୍ୱିତୀୟ ପ୍ରବେଶ ପଥ ଓ ଟିକେଟ ବୁକିଂ କେନ୍ଦ୍ର ଖୋଲାଯାଇଥିଲା। ଦ୍ୱିତୀୟ ପ୍ରବେଶ ପଥ ଦେଇ ଯେଉଁ ଯାତ୍ରୀ ଆସିବେ ସେମାନେ ସହଜରେ ଏହି ବୁକିଂ କେନ୍ଦ୍ରରୁ ଟିକେଟ ନେଇପାରିବେ। ଏଥିପାଇଁ ଟିକେଟ କେନ୍ଦ୍ରରେ ସମୁଦାୟ ୪ଟି କାଉଣ୍ଟର ଖୋଲା ଯାଇଥିଲା। ଏଥିସହ ସାଧାରଣ ଟିକେଟ ଓ ପାର୍ସଲ ପାଇଁ ଦିନ ୧୨ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଦୁଇଟି ଟିକେଟ କାଉଣ୍ଟର ଖୋଲିଥିଲା। ପ୍ରଥମେ ଏହି ଟିକେଟ କେନ୍ଦ୍ର ଖୋଲିବା ଦ୍ୱାରା ବିଶେଷ କରି କୋଏଲନଗର, ବାସନ୍ତୀ କଲୋନୀ, ଛେଣ୍ଡ, ସେକ୍ଟରର ବିଭିନ୍ନ ଅଞ୍ଚଳ ଲୋକେ ସୁବିଧା ପାଉଥିଲେ। ସେହିପରି ଟିକେଟ୍‌ ବୁକିଂ କେନ୍ଦ୍ରରେ ଏକ ଉଚ୍ଚ ଶ୍ରେଣୀ ଯାତ୍ରୀ ପ୍ରତୀକ୍ଷାଳୟ ମଧ୍ୟ ଖୋଲାଯାଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଉକ୍ତ ଟିକେଟ କାଉଣ୍ଟର ବନ୍ଦ ହୋଇଗଲା। ତେବେ ଇତିମଧ୍ୟରେ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିଯାଏ ଡି ବୁକିଂ କାଉଣ୍ଟର ଖୋଲାଯାଇ ନ ଥିବା ଅଭିଯୋଗ ହୋଇଛି। ଫଳରେ ଯାତ୍ରୀମାନେ ଟ୍ରେନରେ ଯିବା ପାଇଁ ଦ୍ୱିତୀୟ ପ୍ରବେଶ ପଥରେ ଷ୍ଟେଶନକୁ ଆସୁଥିଲେ ମଧ୍ୟ ଟିକେଟ ନ ପାଇ ହଇରାଣ ହେଉଛନ୍ତି। ଅନ୍ୟପକ୍ଷେ ଟିକେଟ କାଉଣ୍ଟର ବନ୍ଦ ରହିଥିବା ବେଳେ ପ୍ରେବେଶ ପଥରେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ତେଣୁ ଯାତ୍ରୀମାନେ ଟିକେଟ ପାଇଁ ପ୍ରଥମ ପ୍ରବେଶ ପଥକୁ ଯାଇ ଲମ୍ବା ଲାଇନରେ ଛିଡା ହେଉଛନ୍ତି। ଏଭଳି ସ୍ଥିତିରେ ବହୁ ଯାତ୍ରୀ ଅଧିକାଂଶ ସମୟ ଟ୍ରେନ ମିସ୍‌ କରିଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ପ୍ରବେଶ ପଥରେ ନିର୍ମିତ ଟିକେଟ ବୁକିଂ କେନ୍ଦ୍ରକୁ ଯଥାଶୀଘ୍ର ଖୋଲିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ଷ୍ଟେଶନ ମାଷ୍ଟର ପ୍ରଭାସ ଦାଶଙ୍କୁ ପଚାରିବାରୁ ସେ କହିଥଲେ, ଦ୍ୱିତୀୟ ପ୍ରବେଶ ପଥରେ ଟିକେଟ କେନ୍ଦ୍ର ବନ୍ଦ ହେବା ପରେ ବହୁ ଲୋକ ଆମ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ଉକ୍ତ ଟିକେଟ କେନ୍ଦ୍ର ପରିଚାଳନା କରିବା ପାଇଁ ଆମ ପାଖରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ଆମେ ଜରୁରୀକାଳୀନ ପରିସ୍ଥିତିରେ କେତେବେଳେ କେମିତି ୨ ଘଣ୍ଟା ପାଇଁ ଉକ୍ତ କାଉଣ୍ଟର ଖୋଲି ଦେଉଛୁ। ଏହା ସ୍ଥାୟୀ ସମାଧାନ ନୁହଁ। ତେବେ ଏହି ଟିକେଟ କେନ୍ଦ୍ର ପରିଚାଳନା ପାଇଁ ଖୁବ୍‌ଶୀଘ୍ର କୌଣସି ଘରୋଇ ସଂସ୍ଥାକୁ ଦିଆଯିବ ବୋଲି ରେଲଓ୍ବେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଗାମୀ ଏକ ମାସ ଭିତରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୧୨ ଜିଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୭।୮: ଆସନ୍ତା ୩ ଘଣ୍ଟା ପାଇଁ ଓଡ଼ିଶାର ୧୨ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୨ ଜିଲାରେ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି…

୨୨.୧୯ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ PACS ସମ୍ପାଦକଙ୍କୁ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ପ୍ରାଥମିକ କୃଷି ସମବାୟ ସମିତି (PACS)ଗୁଡ଼ିକରେ ଆର୍ଥିକ ଅନିୟମିତତା ବିରୋଧରେ ବଡ଼ ଧରଣର ପଦକ୍ଷେପ ନେଇଛି ଓଡ଼ିଶା ଭିଜିଲାନ୍ସ । ବଲାଙ୍ଗୀର ଜିଲା…

ଓ୍ବାଇ.ବି. ଖୁରାନିଆଙ୍କ ପରେ କିଏ ହେବେ ପୋଲିସ ମୁଖିଆ: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୭।୮(ତ୍ରିନାଥ ମହାନ୍ତି):ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆ ଆସନ୍ତା ୧୬ ତାରିଖରେ ଅବସର ନେବେ। ତାଙ୍କ ପରେ କିଏ ହେବ ପରବର୍ତ୍ତୀ ଡିଜିପି ତାହାକୁ ନେଇ କଳ୍ପନାଜଳ୍ପନା…

ପ୍ରତିବାଦର ପଦଧ୍ୱନି

ସିଜେପି- କକ୍‌ରୋଚ୍‌ ଜନତା ପାର୍ଟି। ନଁା ନ ଥିଲା କି ଗନ୍ଧ ନ ଥିଲା। ଏହା କୌଣସି ରାଜନୈତିକ ଦଳ ବି ନୁହେଁ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଯୁବ…

ନୂତନ ଫାଣ୍ଡିଧିକାରୀଙ୍କ ଯୋଗଦାନ: ଆସୁ ଆସୁ ନେଲେ ବଡ଼ ପଦକ୍ଷେପ

ରିଷିଡା, ୭।୮ (ସୁଶାନ୍ତ ମଲ୍ଲିକ) : କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡିରେ ନୂତନ ଫାଣ୍ଡଧିକାରୀ ଭାବେ ମକରଧ୍ୱଜ ବିଷୋୟୀ ଯୋଗଦେଇଛନ୍ତି । ଏହା ପୂର୍ବରୁ ସେ ଜୁନାଗଡ…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣା: ଉଭୟ ପକ୍ଷର ୨ ଅଭିଯୁକ୍ତ ସୂର୍ଯ୍ୟ, ରଘୁନାଥଙ୍କୁ …

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର) : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ – ପ୍ରତି ଆକ୍ରମଣ ଘଟଣାରେ ସମ୍ପୃକ୍ତ ସାନଖେମୁଣ୍ଡି ବ୍ଳକ ପଳାସପୁର ନିକଟ ରତ୍ନମଣିପୁର ଗ୍ରାମର…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବରଗଡ଼,୭।୮(ପ୍ରେମାନନ୍ଦ ଖମାର):ବରଗଡ଼ କୋର୍ଟ ସମ୍ମୁଖରେ ଗୁରୁବାର ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସହରାଞ୍ଚଳ ଗୋଷ୍ଠୀ…

ବୃଦ୍ଧଙ୍କୁ ୭ ମାସ ହେଲା ମିଳିନି ଭତ୍ତା; ଥାନାରେ ଦେଲେ ଏତଲା, ତା’ପରେ…

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର କନ୍ତାରୁ ବକ୍ସି(୮୩) ନାମକ ଜଣେ ବୃଦ୍ଧଙ୍କୁ ଗତ ୭ ମାସ ହେଲା ଭତ୍ତା ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri