ଶୀତବସ୍ତ୍ର ପସରା ମେଲିଲେଣି ତିବ୍ବତୀୟାନ

ବ୍ରହ୍ମପୁର,୨ା୧୧(ସ୍ମୃତି ରଞ୍ଜନ ମହାଲିକ) କୁମାର ପୂର୍ଣ୍ଣିମାଠାରୁ ବ୍ରହ୍ମପୁର ମହାନଗରରେ ଶୀତ ଅନୁଭୂତ ହେବା ଆରମ୍ଭ କରିଛି। ରାତିର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ଆଗକୁ ଅଧିକ ଶୀତକୁ ଦୃଷ୍ଟିରେ ରଖି ଲୋକେ ଶୀତବସ୍ତ୍ର କିଣିବା ଆରମ୍ଭ କଲେଣି। ବ୍ରହ୍ମପୁରର ଏସ୍‌ଏସ୍‌ଭିଟି ପଡିଆରେ ଏବେଠୁ ଶୀତବସ୍ତ୍ର ବିକ୍ରି ଆରମ୍ଭ ହୋଇଗଲାଣି। ପ୍ରତିବର୍ଷ ଭଳି ଶୀତବସ୍ତ୍ର ବିକ୍ରି ପାଇଁ ଗଜପତି ଜିଲାର ଚନ୍ଦ୍ରଗିରି ଅଞ୍ଚଳରୁ ତିବ୍ବତୀୟାନମାନେ ଏଠାକୁ ଛୁଟି ଆସିଲେଣି। ସବୁଥର ଭଳି ଚଳିତଥର ମଧ୍ୟ ଏସଏସଭିଟି ପଡିଆରେ ତିବ୍ବତୀୟାନ ରିଫ୍ୟୁଜି ଉଲେନ ମାର୍କେଟ ଖୋଲିଛି। ଗତ ୨୦ତାରିଖରୁ ଏଠାରେ ଶୀତ ବସ୍ତ୍ର ବିକ୍ରି ଆରମ୍ଭ ହୋଇଛି। ଏସ୍‌ଏସ୍‌ଭିଟି ପଡ଼ିଆଟି ଚଳଚଞ୍ଚଳ ହୋଇ ଉଠିଛି। ଅପରାହ୍ନ ଓ ସନ୍ଧ୍ୟାରେ ସହରବାସୀଙ୍କ ଭିଡ ଜମୁଛି। ଚଳିତବର୍ଷ ଏହି ମାର୍କେଟରେ ୩୮ଟି ଷ୍ଟଲ ଖୋଲାଯାଇଛି। ବିଇଏମସି ପକ୍ଷରୁ ଅନୁମତି ମଧ୍ୟ ମିଳିଛି। ୬ଟି ପରିବାରର ଲୋକେ ଶୀତବସ୍ତ୍ର ବିକ୍ରି କରୁଛନ୍ତି। ଏହି ପରିବାରଗୁଡିକ ଏବେ ଗାନ୍ଧୀ ନଗରଠାରେ ଭଡାରେ ରହୁଛନ୍ତି। ଆସନ୍ତା ଜାନୁୟାରୀ ୨୪ ତାରିଖ ଯାଏ ଶୀତ ବସ୍ତ୍ର ବିକ୍ରି କରାଯିବ ବୋଲି ମାର୍କେଟର ସଭାପତି ସିରିଂ ୟାଙ୍ଗଜମ କହିଛନ୍ତି। ଦୀର୍ଘ ୪୦ ବର୍ଷ ଧରି ବ୍ରହ୍ମପୁର ସହରରେ ଶୀତବସ୍ତ୍ର ବିକ୍ରି କରୁଛୁ। ଅମୃତସର, ନେପାଳ ଓ ବ୍ୟାଙ୍କକରୁ ଶୀତବସ୍ତ୍ର ଅଣାଯାଉଛି। ୨୦୧୯ କରୋନା ସମୟରୁ ବ୍ୟବସାୟ ମାନ୍ଦା ରହିଥିଲା। ଗତବର୍ଷ ମଧ୍ୟ ବ୍ୟବସାୟ ଆଶାନୁରୂପକ ହୋଇ ନ ଥିଲା। ଚଳିତବର୍ଷ ଶୀତ ଆରମ୍ଭରୁ ସହରବାସୀଙ୍କ ଭିଡକୁ ଦେଖିଲେ ବ୍ୟବସାୟ ଆଶାନୁରୂପକ ହେବ ବୋଲି ସଭାପତି କହିଛନ୍ତି। ମାର୍କେଟ ପ୍ରବେଶ ଦ୍ୱାର ସମେତ ପରିସରରେ ବୁଦ୍ଧଙ୍କ ବିଭିନ୍ନ ବାଣୀ ଲିଖିତ ପତାକା ବନ୍ଧା ଯାଇଛି। ଯାହାକି ଶାନ୍ତି ଓ ମୈତ୍ରୀର ଭାବନା ସୃଷ୍ଟିରେ ସହାୟକ ହୋଇଥାଏ ବୋଲି ତିବ୍ବତୀୟାନଙ୍କ ବିଶ୍ୱାସ ରହିଛି।
ଏହି ମାର୍କେଟରେ ବର୍ତ୍ତମାନ ଛୋଟ ଶିଶୁଙ୍କଠାରୁ ଆରମ୍ଭ କରି ଯୁବତୀ ଓ ଯୁବକଙ୍କ ନିମନ୍ତେ ଭଳିକି ଭଳି ବିଭିନ୍ନ ପସନ୍ଦର ଶୀତ ବସ୍ତ୍ର ବିକ୍ରି ହେଉଛି। ଛୋଟ ଶିଶୁଙ୍କ ନିମନ୍ତେ ବାବା ସୁଟ, ସ୍ବେଟର, ଜ୍ୟାକେଟ, ପାରାସୁଟ ଜ୍ୟାକେଟ ଓ ସ୍କୁଲ ୟୁନିଫର୍ମ ସ୍ବିଟର ବିକ୍ରି ହେଉଛି। ଯାହାର ମୂଲ୍ୟ ୧୦୦ଟଙ୍କାରୁ ଆରମ୍ଭ ହୋଇ ୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ମହିଳାଙ୍କ ନିମନ୍ତେ ସ୍ବିଟର, ସ୍ବିଟ ସାର୍ଟ, ପାରାସୁଟ ଜ୍ୟାକେଟ, ଚାଦର, ଷ୍ଟଲ ବିକ୍ରି ହେଉଛି। ଯାହାର ମୂଲ୍ୟ ୮୦୦ରୁ ଆରମ୍ଭ ହୋଇ ୨୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ପୁରୁଷଙ୍କ ନିମନ୍ତେ ବିଭିନ୍ନ ଡିଜାଇନର ଜ୍ୟାକେଟ ବିକ୍ରି ହେଉଛି। ଏହାର ମୂଲ୍ୟ ମଧ୍ୟ ୮୦୦ରୁ ଆରମ୍ଭ ହୋଇ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ବିଇଏମ୍‌ସି ପକ୍ଷରୁ ବଜାରରେ ପାନୀୟ ଜଳ ଯୋଗାଣ ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବା ପାଇଁ ବ୍ୟବସାୟୀମାନେ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?