ସୁବର୍ଣ୍ଣରେଖାର ୪ ବାଲି ସଇରାତ ବନ୍ଦ

ଜଳେଶ୍ୱର, ୨ା୧୧(ରବିନାରାୟଣ ପାତ୍ର) ଏନ୍‌ଜିଟିର ରୋକ ଓ ଅନ୍ୟ ବିଭିନ୍ନ କାରଣରୁ ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଧୀନରେ ଥିବା ମୋଟ ୨୩ଟି ବାଲି ସଇରାତରୁ ଚଳିତବର୍ଷଠାରୁ ୪ଟିକୁ ବନ୍ଦ କରାଯାଇଛି। ନୂଆ ଆଇନ ଅନୁଯାୟୀ ୧୯ଟି ସଇରାତରୁ ବାଲି ଉତ୍ତୋଳନ ଲାଗି ଏବେ ରାଜସ୍ବ ବିଭାଗ ପରିବର୍ତ୍ତେ ଖଣିବିଭାଗ ତପତ୍ରତା ପ୍ରକାଶ କରିଛି। କିନ୍ତୁ ଆସନ୍ତା ଜାନୁୟାରୀଠାରୁ ବାଲି ଉତ୍ତୋଳନ ଲାଗି ଖଣି ବିଭାଗ ନିର୍ଦ୍ଦେଶ ଦେଇ ନ ପାରିଲେ ପୁଣି ଆସନ୍ତାବର୍ଷ ବାଲି ଉତ୍ତୋଳନ ସମ୍ଭବ ହୋଇପାରିବ ନାହିଁ। ଫଳରେ ଚୋରାବାଲି ଚାଲାଣକାରୀମାନେ ହଜାର ଯାନ ସାହାଯ୍ୟରେ ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ବାଲି ଉତ୍ତୋଳନ କରିବା ଲାଗି ତପତ୍ର ହୋଇଉଠିବେ।
ବାଲି ସଇରାତଗୁଡିକୁ ତହସିଲ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ନିଲାମ ଦିଆଯାଇ ରାଜସ୍ବ ଆଦାୟ ହୋଇଆସୁଥିଲା। କିନ୍ତୁ ସୁବର୍ଣ୍ଣରେଖା ନଦୀର ଜଳେଶ୍ୱର ତହସିଲ ଅଧୀନରେ ୨୩ଟି ବାଲି ସଇରାତ ରହିଥିବାରୁ ସେଗୁଡିକୁ ନିଲାମ ଦେଇ ଜଳେଶ୍ୱର ତହସିଲ କୋଟି କୋଟି ଟଙ୍କା ଆଦାୟ କରୁଥିଲା ା ଗତ ୫ବର୍ଷ ତଳେ ଏନ୍‌ଜିଟିରେ ଏହା ବିରୋଧରେ ମାମଲା ରୁଜୁ ହେବାରୁ ପଶ୍ଚିମବଙ୍ଗ ଓ ଓଡିଶା ସରକାର, ବାଲେଶ୍ୱର ତଥା ମେଦିନୀପୁର ଜିଳାପାଳଙ୍କୁ ବିଭିନ୍ନ ସମୟରେ ଭର୍ତ୍ସନା କରି ଆସୁଥିଲେ। ଦୀର୍ଘଦିନ ପରେ ଓଡିଶା ଓ ପଶ୍ଚିମବଙ୍ଗରେ ଥିବା ସୁବର୍ଣ୍ଣରେଖା ନଦୀର ସୀମା ଚିହ୍ନଟ ମଧ୍ୟ କରାଯାଇଛି।
ଅନ୍ୟପକ୍ଷରେ ନଦୀର ଗତିପଥ ପରିବର୍ତ୍ତନ ଯୋଗୁ ଚଳିତବର୍ଷଠାରୁ ମହମ୍ମଦନଗରପାଟଣା (କ), (ଖ), (ଗ), (ଘ) ୪ଟି ସଇରାତକୁ ବନ୍ଦ କରି ଦିଆଯାଇଛି। କିନ୍ତୁ ସରକାରଙ୍କ ନୂତନ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ବ ବିଭାଗ ପରିବର୍ତ୍ତେ ଖଣି ବିଭାଗ ବାଲି ସଇରାତ ନିଲାମ ଦେବାକୁ ଥିବାରୁ ୧୯ଟି ସଇରାତ୍‌ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି।
ଚାଲନ୍ତି, ଶିଖରପୁର, ପଂଚୁଘଣ୍ଟାସ୍ଥିତ ରିଭରବ୍ଳକ (କ), (ଖ), ବାଲିକବାର୍ଡ, ପ୍ରହରାଜପୁର (କ), ଗୋବରଘଟା (ଦକ୍ଷିଣପ୍ରହରାଜପୁର), ମକରମପୁର, ଶେଖସରାଇ (କ),(ଖ), ମାକିଡିଆ (କ), (ଖ), (ଗ), ବିଳାସପୁର, ପ୍ରହରାଜପୁର(ଖ), ରାଜନଗର, ଗୋବର୍ଦ୍ଧନପୁର, ଚଣ୍ଡିବସ୍ତି, ବାଲିଆପାଳ ବାଲି ସଇରାତଗୁଡିକ ନିଲାମ ପାଇଁ ପ୍ରସ୍ତୁତ ହୋଇଛି। ଏଥିରୁ ଗୋବର୍ଦ୍ଧନପୁର ଓ ଶିଖରପୁର ୨ଟି ସଇରାତକୁ ନିଲାମ ଦିଆଯିବା ଲାଗି ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ରାଜନଗର ବାଲି ସଇରାତ ଲାଗି ପ୍ରଶାସନର ଜନଶୁଣାଣି କାର୍ଯ୍ୟ ଶେଷ ହୋଇଛି। ଏଥିଲାଗି ଖଣିବିଭାଗ ତପତ୍ର ଥିବା ବେଳେ ବରଡିହାଠାରେ ଏକ ମୋରମ ଖାଦାନ ନିଲାମ ଦିଆଯିବା ଲାଗି ବ୍ୟବସ୍ଥା ହୋଇଛି ା ଏସବୁ ବାଲି ସଇରାତଗୁଡିକ ଅତିଶୀଘ୍ର ନିଲାମ ଦିଆଯିବା ଲାଗି ବ୍ୟବସ୍ଥା ହେଲେ କେବଳ ଚୋରି ବନ୍ଦ ହେବ ତାହା ନୁହେଁ, ବିଭିନ୍ନ ସରକାରୀ ପ୍ରକଳ୍ପ, ବେସରକାରୀ ପ୍ରକଳ୍ପ କାର୍ଯ୍ୟ ଲାଗି କମ୍‌ ମୂଲ୍ୟରେ ବାଲି ପର୍ଯ୍ୟାପ୍ତ ମୂଲ୍ୟରେ ବାଲି ମିଳିପାରିବା ସହିତ ସାଧାରଣ ଗରିବ ଲୋକେ ପାଇଥିବା ଆବାସ ଯୋଜନାରେ ଘର ଯଥାଶୀଘ୍ର କରିପାରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?