ଧାନକ୍ଷେତରେ ଗୋରୁ ଚରାଇଲେ ଚାଷୀ

ପାରଳାଖେମୁଣ୍ଡି/ମୋହନା,୨ା୧୧ (ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ମରୁଡ଼ିର ପରିସ୍ଥିତି ଦେଖିବାକୁ ମିଳିଛି। ଜମି ଫାଟି ଆଁ କଲାଣି। ଚାଷୀ ଏବେ ଚିନ୍ତାରେ ମୁଣ୍ଡରେ ହାତଦେଇ ବସିଛି। ବର୍ଷାଭାବ ଯୋଗୁ ଏପରି ସ୍ଥିତି ଉପୁଜିଥିଲେ ମଧ୍ୟ ପ୍ରଶାସନର ଉଦାସୀନତା ମନୋଭାବ ପରିଲକ୍ଷିତ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜଳସେଚନ ବିଭାଗ ଜିଲାର ବିଭିନ୍ନ ଜଳଉତ୍ସ ଗୁଡିକର ମରାମତି ନ କରିବା ଫଳରେ ଚାଷୀ ପାଣି ନ ପାଇ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଏବେ ଧାନ ଗର୍ଭଧାରଣ ସମୟରେ ଜମି ଫାଟି ଆଁ କରିଛି। ଗତ ତିନି ମାସ ହେଲା ଅଭାବ ବୃଷ୍ଟି ଚାଷୀଙ୍କୁ ସଙ୍କଟକୁ ଠେଲିଦେଇଛି । ସବୁବେଳେ ଅକ୍ଟୋବର ମାସରେ ଶେଷ ବର୍ଷା ହୋଇଥାଏ, ଯାହା ଧାନର ଗର୍ଭଧରିବା ଠାରୁ ଅମଳ ପର୍ଯ୍ୟନ୍ତ ପାଣି ଯୋଗାଇ ଥାଏ । କିନ୍ତୁ ଚଳିତ ବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ପରଠାରୁ ଆଉ ବର୍ଷାର ଦେଖାନାହିଁ । ଅଧିକାଂଶ ଜମିରେ ଧାନ ଗଛ ଶୁଖି ନଷ୍ଟ ହେଇସାରିଲାଣି।
ମୋହନା ବ୍ଲକ କେଶରା ଗାଁରେ ନିଅଣ୍ଟିଆ ବର୍ଷା ଯୋଗୁଁ ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ ହୋଇଯାଇଛି। କେଶରା ଗାଁର ଭଞ୍ଜ କମାର ଲ୍ୟାମ୍ପ ସଂସ୍ଥାରୁ ୩୦ ହଜାର ଟଙ୍କା ଋଣ ନେଇ ୩ ଏକର ଜମିରେ ଧାନ ଚାଷ କରିଥିଲେ। ହେଲେ ନିଅଣ୍ଟିଆ ବର୍ଷା ଯୋଗୁଁ ଜମି ଫାଟି ଆଁ କରିଥିବା ବେଳେ ଧାନ ଫସଲ ସବୁ ପୋଡ଼ି ନଷ୍ଟ ହୋଇଯାଇଛି। ଫଳରେ ବାଧ୍ୟ ହୋଇ ଧାନ କ୍ଷେତରେ ଗାଈ ଚରାଇ ଦେଇଥିଲେ। ସେହିପରି ଗାଁର ବେଞ୍ଜାମିନ ମଲ୍ଲିକଙ୍କ ୪ ଏକର, କେରାଖାଲ ଗାଁର ବୃନ୍ଦାବତୀ ନାୟକଙ୍କ ପ୍ରାୟ ୪ ଏକର ଧାନ ଫସଲ ନଷ୍ଟ ହୋଇଯାଉଛି। ବିଭିନ୍ନ ସ୍ଥାନରୁ ଧାର କରଜ କରି ଚାଷ କରିଥିଲେ ଚାଷୀ। ହେଲେ ଏବେ ରୁଣ କିଭଳି ପରିଶୋଧ କରିବେ ଓ ପରିବାର କିଭଳି ପତିପୋଷଣ କରିବେ ସେ ନେଇ ଚିନ୍ତାରେ ଚାଷୀକୁଳ।
ଜିଲାରେ ଅଗଷ୍ଟ ମାସରେ ୨୫୩.୬ ମିମି ବୃଷ୍ଟିପାତ ହେବାକୁ ଥିବାବେଳେ ହୋଇଛି ୧୬୬.୯୭ ମିମି ହୋଇଛି। ୮୬.୬୩ ମିମି କମ ବର୍ଷା ହୋଇଛି। ସେପ୍ଟେମ୍ବର ମାସରେ ୨୩୭.୯ ମିମି ବୃଷ୍ଟିପାତ ହେବା ବଦଳରେ ୧୩୬ ମିମି ବର୍ଷା ହୋଇଛି, ଯାହା ସ୍ବାଭାବିକ ଠାରୁ ୧୦୧ ମିମି କମ ବୃଷ୍ଟିପାତ। ଅକ୍ଟୋବର ମାସରେ ୧୬୮.୬ ମିମି ବଦଳରେ ୨୧.୨୬ମିମି, ଯାହା ୧୪୭.୩୪ ମିମି କମ ବୃଷ୍ଟିପାତ ହୋଇଥିବା ସୂଚନା ରହିଛି। ଜିଲାରେ ୩୯,୦୭୨ ଏକର ଜମି ଜଳସେଚିତ ଓ ୪୪,୪୨୦ ଏକର ଅଣ ଜଳସେଚିତ ଜମି ରହିଛି। ଦୀର୍ଘଦିନ ଧରି ବୃଷ୍ଟିପାତ ଅଭାବ ଯୋଗୁଁ ଜିଲାର ସମସ୍ତ ଚାଷ ଜମି ଏଥିରେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ଜିଲାରେ ୨୬,୬୮୯ ଏକର ଜମିରେ ଧାନ ଚାଷ କରାଯାଇଛି। ଜିଲାରେ ୧୭ଟି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ଚାଷୀଙ୍କୁ ଜଳ ଯୋଗାଇବା ସହ ଆନ୍ଧ୍ର ଚାଷୀଙ୍କୁ ମଧ୍ୟ ଜଳ ଯୋଗାଇଥାଏ। ତେବେ ବର୍ତ୍ତମାନ ଅଭାବ ବୃଷ୍ଟି ଯୋଗୁ କୌଣସି ପ୍ରକଳ୍ପରେ ପାଣି ନାହିଁ। ଚାଷୀଙ୍କ ସ୍ଥିତିକୁ ଦେଖି ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଗଜପତିକୁ ମରୁଡି ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି, ଜିଲା ପ୍ରଶାସନ ପାଖରେ ଏନେଇ ଖବର ଅଛି । ସମସ୍ତ ଉଠାଜଳସେଚନ ପଏଣ୍ଟ ଓ ବିଦୁତ୍ୟ ବିଭାଗକୁ ସତର୍କ କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରୟାସ ଜାରି ରଖିଛି। ତେବେ ଗତ ୧୫ବର୍ଷ ମଧ୍ୟରେ ଏଭଳି ଅବସ୍ଥା କେବେ ଦେଖାଦେଇନଥିବା ଚାଷୀ ଆର. ରମେଶ, କବିରାଜ ମାଳି, ଗୋପୀନାଥ ପାତ୍ର, ରଶ୍ମିରଞ୍ଜନ ସାହୁ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?