ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ ଗ୍ରାମର ପ୍ରାୟ ୫୦ ଯାତ୍ରୀ ବରଗଡ଼ ଜିଲା ଅମ୍ବାଭୋନାସ୍ଥିତ ପଥରସେନିକୁ ପିକ୍‌ନିକ କରିବାକୁ ଆସି ଜଳଯାତ୍ରା କରୁଥିବା ବେଳେ ଡଙ୍ଗା ବୁଡ଼ିଯିବାରୁ ଏଭଳି ଅଘଟଣ ଘଟିଥିଲା। ନିକଟ ଅତୀତକୁ ଦେଖିଲେ ୨୦୧୪ ଫେବୃଆରୀରେ ହୀରାକୁଦ ଜଳଭଣ୍ଡାରରେ ମୋଟରଚାଳିତ ଡଙ୍ଗା ବୁଡ଼ିଯିବାରୁ ୩୧ ଜଣଙ୍କ ପ୍ରାଣହାନି ଘଟିଥିଲା। ସେହିପରି ୨୦୧୯ ଜାନୁଆରୀରେ କେନ୍ଦ୍ରାପଡ଼ା ଜିଲାର ନିପାନିଆ ଗାଁ ନିକଟରେ ମହାନଦୀ ମୁହାଣରେ ଡଙ୍ଗାବୁଡ଼ି ୧୦ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଖିବାକୁ ଗଲେ ଚିଲିକା ସମେତ ରାଜ୍ୟର କେତେକ ଜଳପର୍ଯ୍ୟଟନସ୍ଥଳୀରେ ପ୍ରତିବର୍ଷ ନୌକାବୁଡ଼ି ଘଟଣା ପଦାକୁ ଆସିଥାଏ। ଏଭଳି ଅଘଟଣ ଘଟିବା ପରେ ସ୍ଥାନୀୟ ପ୍ରଶାସନ ତତ୍‌କ୍ଷଣାତ୍‌ ଜାଗିଉଠି ଡଙ୍ଗା ଓ ଡଙ୍ଗା ମାଲିକଙ୍କ ଲାଇସେନ୍ସ ଯାଞ୍ଚ କରିବା ଆରମ୍ଭ କରିଦେଇଥାଆନ୍ତି। ପରବର୍ତ୍ତୀ ସମୟରେ ଯେଉଁ କଥାକୁ ସେହି କଥା।
ଜାତୀୟ ସ୍ତରରେ ଡଙ୍ଗାବୁଡ଼ିଜନିତ ମୃତ୍ୟୁରେ ଓଡ଼ିଶାର ସ୍ଥିତି ଉଦ୍‌ବେଗଜନକ ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ତଥ୍ୟ ମୁତାବକ ୨୦୨୧ରେ ଓଡ଼ିଶାରେ ଅତିକମ୍‌ରେ ୭୯ ଜଣଙ୍କର ଡଙ୍ଗାବୁଡ଼ି ଯୋଗୁ ମୃତ୍ୟୁ ଘଟିଥିଲା ଓ ଏହା ଦେଶରେ ଥିଲା ସବୁଠୁ ଅଧିକ। ଏହା ପଛକୁ ବିହାରରେ ୪୭ ଏବଂ ତୃତୀୟରେ ଥିଲା ଉତ୍ତରପ୍ରଦେଶରେ ୨୬। ୨୦୨୦ରେ ମଧ୍ୟ ଏହି ୩ଟି ରାଜ୍ୟରେ ଡଙ୍ଗାବୁଡ଼ି ମୃତ୍ୟୁ ଅଧିକ ରହିଥିଲା, ଯେଉଁଥିରେ ଓଡ଼ିଶାର ସ୍ଥାନ ଥିଲା ତୃତୀୟ ଏବଂ ଏଠାରେ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଏହି ସଂଖ୍ୟା ଉତ୍ତରପ୍ରଦେଶରେ ୬୯ ଓ ବିହାରରେ ୬୫ ଥିଲା। ୨୦୨୩ରେ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି, ୨୦୧୨ରୁ ୨୦୨୨ ଏହି ଦଶ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ୪୪୧, ବିହାରରେ ୪୨୧, ମଧ୍ୟପ୍ରଦେଶରେ ୩୬୧ ଏବଂ ଓଡ଼ିଶାରେ ୩୩୯ ଜଣଙ୍କର ଡଙ୍ଗାବୁଡ଼ିରେ ପ୍ରାଣହାନି ଘଟିଥିଲା।
ଜଳପଥରେ ଯାତ୍ରୀଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଓଡ଼ିଶା ନୌକା ନୀତି (ବୋଟ୍‌ ପଲିସି)-୨୦୦୪ କାର୍ଯ୍ୟକାରୀ କରୁଛନ୍ତି। ନଦୀନାଳ, ହ୍ରଦ ଓ କେନାଲରେ ନୌକା ଚଳାଇବା ସକାଶେ ଡଙ୍ଗା ପଞ୍ଜୀକରଣ ସହିତ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ୍‌ ରଖିବା ବାଧ୍ୟତାମୂଳକ କରାଯାଇଛି। ଯାତ୍ରୀମାନେ ତାହାକୁ ନ ପିନ୍ଧିଲେ ଯାତ୍ରା କରିବା ଉପରେ କଟକଣା ରହିଛି। ଜଳଯାତ୍ରା ବେଳେ ଓଡ଼ିଶାର କୌଣସି ସ୍ଥାନରେ ଏହି ନିୟମ ପାଳନ ହୁଏ ନାହିଁ। ନାଉରିଆମାନେ ଲାଇଫ୍‌ ଜ୍ୟାକେଟ ବ୍ୟବସ୍ଥା କରି ନ ଥାଆନ୍ତି ଏବଂ ଲାଇସେନ୍ସ ଦେଉଥିବା କର୍ତ୍ତୃପକ୍ଷ ଏହାର ତଦାରଖ ଉପରେ ଧ୍ୟାନ ଦିଅନ୍ତି ନାହିଁ। ସବୁଠାରୁ ବିଡ଼ମ୍ବନାର କଥା ହେଲା, ଯାତ୍ରୀମାନେ ମଧ୍ୟ ନିଜର ସୁରକ୍ଷା ପାଇଁ ଲାଇଫ୍‌ ଜ୍ୟାକେଟ ଉପରେ ଜୋର ଦେଇ ନ ଥାଆନ୍ତି। ଏଭଳି ମାନସିକତା ହେଲ୍‌ମେଟ ନ ପିନ୍ଧି ଦୁଇଚକିଆ ଯାନ ଚଳାଇବା ଯାତ୍ରୀଙ୍କ ସହ ସମାନ। ନିଜ ଜୀବନ ରକ୍ଷା ପାଇଁ ନୁହେଁ, କେବଳ ପୋଲିସକୁ ଦେଖିଲେ ହେଲ୍‌ମେଟ କଥା ମନେପଡ଼େ। ଏଭଳି ସ୍ଥଳେ ଅଧିକାଂଶ ରାଜ୍ୟର ଜଳପର୍ଯ୍ୟଟନସ୍ଥଳୀକୁ ଦେଖିଲେ ବିନା ଲାଇଫ୍‌ ଜ୍ୟାକେଟରେ ସାଧାରଣତଃ ଜଳଯାତ୍ରା ସମ୍ଭବ ହୋଇ ନ ଥାଏ। ଏଥିସହିତ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଘଟୁଥିବା ଡଙ୍ଗାବୁଡ଼ି ଦୁର୍ଘଟଣାକୁ ଯଦି ଦେଖାଯାଏ, ତେବେ ନୌକାର କ୍ଷମତା ବହିର୍ଭୂତ ଯାତ୍ରୀ ରହିବା ଦ୍ୱାରା ଅନେକ ସମୟରେ ଅଘଟଣ ଘଟେ। ଯଦି ଝାରସୁଗୁଡ଼ାରେ ଘଟିଥିବା ଡଙ୍ଗାବୁଡ଼ି ଘଟଣାକୁ ଦେଖାଯାଏ, ସେଠାରେ କ୍ଷମତା ବହିର୍ଭୂତ ଯାତ୍ରୀ ରହିବା ସହ ସେମାନେ ଲାଇଫ୍‌ ଜ୍ୟାକେଟ ପରିଧାନକୁ ଅଣଦେଖା କରିଥିବା ବିଷୟ ପଦାକୁ ଆସିଛି। ଚିନ୍ତାର କଥା ଯେ, ଯାତ୍ରୀମାନେ ସୁରକ୍ଷାକୁ ନ ଦେଖି ବୋଟ୍‌ରେ ଠେଲାପେଲା ହୋଇ ଭିଡ଼ କରିବାକୁ ତତ୍ପର। ପୁଣି ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ, ମାଛଧରା ଡଙ୍ଗାକୁ ମାଲିକ ଯାତ୍ରୀବାହୀ ବୋଟ୍‌ରେ ପରିଣତ କରି ବ୍ୟବସାୟ କରୁଛନ୍ତି। ଏସବୁ ଦିଗକୁ ବୈଷୟିକ ଟିମ୍‌ ଯାଞ୍ଚ କରିବା କଥା। କିନ୍ତୁ ସେଥିପ୍ରତି ପ୍ରଶାସନ ସେଭଳି ଦୃଷ୍ଟି ଦେଉ ନ ଥିବା କୁହାଯାଇଥାଏ। ଅବଶ୍ୟ ସର୍ବଦା କେବଳ ପ୍ରଶାସନକୁ ଦୋଷ ଦେଲେ ହେବ ନାହିଁ। ଯେଉଁଠି ଯାତ୍ରୀ ନିଜେ ଖାତିର କରୁନାହାନ୍ତି, ସେଠାରେ ପ୍ରଶାସନ ଏସବୁ ଦିଗକୁ ଦୃଷ୍ଟି ଦେବାର ଆଶା କ୍ଷୀଣ।

ଝାରସୁଗୁଡ଼ାରେ ଘଟିଥିବା ଡଙ୍ଗାବୁଡ଼ି ଘଟଣାକୁ ଯଦି ଦେଖାଯାଏ, ସେଠାରେ କ୍ଷମତା ବହିର୍ଭୂତ ଯାତ୍ରୀ ରହିବା ସହ ସେମାନେ ଲାଇଫ୍‌ ଜ୍ୟାକେଟ ପରିଧାନକୁ ଅଣଦେଖା କରିଥିବା ବିଷୟ ପଦାକୁ ଆସିଛି । ଚିନ୍ତାର କଥା ଯେ, ଯାତ୍ରୀମାନେ ସୁରକ୍ଷାକୁ ନ ଦେଖି ବୋଟ୍‌ରେ ଠେଲାପେଲା ହୋଇ ଭିଡ଼ କରିବାକୁ ତତ୍ପର ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?