ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ ଗ୍ରାମର ପ୍ରାୟ ୫୦ ଯାତ୍ରୀ ବରଗଡ଼ ଜିଲା ଅମ୍ବାଭୋନାସ୍ଥିତ ପଥରସେନିକୁ ପିକ୍‌ନିକ କରିବାକୁ ଆସି ଜଳଯାତ୍ରା କରୁଥିବା ବେଳେ ଡଙ୍ଗା ବୁଡ଼ିଯିବାରୁ ଏଭଳି ଅଘଟଣ ଘଟିଥିଲା। ନିକଟ ଅତୀତକୁ ଦେଖିଲେ ୨୦୧୪ ଫେବୃଆରୀରେ ହୀରାକୁଦ ଜଳଭଣ୍ଡାରରେ ମୋଟରଚାଳିତ ଡଙ୍ଗା ବୁଡ଼ିଯିବାରୁ ୩୧ ଜଣଙ୍କ ପ୍ରାଣହାନି ଘଟିଥିଲା। ସେହିପରି ୨୦୧୯ ଜାନୁଆରୀରେ କେନ୍ଦ୍ରାପଡ଼ା ଜିଲାର ନିପାନିଆ ଗାଁ ନିକଟରେ ମହାନଦୀ ମୁହାଣରେ ଡଙ୍ଗାବୁଡ଼ି ୧୦ଜଣଙ୍କର ମୃତ୍ୟୁ ହୋଇଥିଲା। ଦେଖିବାକୁ ଗଲେ ଚିଲିକା ସମେତ ରାଜ୍ୟର କେତେକ ଜଳପର୍ଯ୍ୟଟନସ୍ଥଳୀରେ ପ୍ରତିବର୍ଷ ନୌକାବୁଡ଼ି ଘଟଣା ପଦାକୁ ଆସିଥାଏ। ଏଭଳି ଅଘଟଣ ଘଟିବା ପରେ ସ୍ଥାନୀୟ ପ୍ରଶାସନ ତତ୍‌କ୍ଷଣାତ୍‌ ଜାଗିଉଠି ଡଙ୍ଗା ଓ ଡଙ୍ଗା ମାଲିକଙ୍କ ଲାଇସେନ୍ସ ଯାଞ୍ଚ କରିବା ଆରମ୍ଭ କରିଦେଇଥାଆନ୍ତି। ପରବର୍ତ୍ତୀ ସମୟରେ ଯେଉଁ କଥାକୁ ସେହି କଥା।
ଜାତୀୟ ସ୍ତରରେ ଡଙ୍ଗାବୁଡ଼ିଜନିତ ମୃତ୍ୟୁରେ ଓଡ଼ିଶାର ସ୍ଥିତି ଉଦ୍‌ବେଗଜନକ ରହିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି) ତଥ୍ୟ ମୁତାବକ ୨୦୨୧ରେ ଓଡ଼ିଶାରେ ଅତିକମ୍‌ରେ ୭୯ ଜଣଙ୍କର ଡଙ୍ଗାବୁଡ଼ି ଯୋଗୁ ମୃତ୍ୟୁ ଘଟିଥିଲା ଓ ଏହା ଦେଶରେ ଥିଲା ସବୁଠୁ ଅଧିକ। ଏହା ପଛକୁ ବିହାରରେ ୪୭ ଏବଂ ତୃତୀୟରେ ଥିଲା ଉତ୍ତରପ୍ରଦେଶରେ ୨୬। ୨୦୨୦ରେ ମଧ୍ୟ ଏହି ୩ଟି ରାଜ୍ୟରେ ଡଙ୍ଗାବୁଡ଼ି ମୃତ୍ୟୁ ଅଧିକ ରହିଥିଲା, ଯେଉଁଥିରେ ଓଡ଼ିଶାର ସ୍ଥାନ ଥିଲା ତୃତୀୟ ଏବଂ ଏଠାରେ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲାବେଳେ ଏହି ସଂଖ୍ୟା ଉତ୍ତରପ୍ରଦେଶରେ ୬୯ ଓ ବିହାରରେ ୬୫ ଥିଲା। ୨୦୨୩ରେ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି, ୨୦୧୨ରୁ ୨୦୨୨ ଏହି ଦଶ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ ୪୪୧, ବିହାରରେ ୪୨୧, ମଧ୍ୟପ୍ରଦେଶରେ ୩୬୧ ଏବଂ ଓଡ଼ିଶାରେ ୩୩୯ ଜଣଙ୍କର ଡଙ୍ଗାବୁଡ଼ିରେ ପ୍ରାଣହାନି ଘଟିଥିଲା।
ଜଳପଥରେ ଯାତ୍ରୀଙ୍କ ସୁରକ୍ଷା ଲାଗି ରାଜ୍ୟ ସରକାର ଓଡ଼ିଶା ନୌକା ନୀତି (ବୋଟ୍‌ ପଲିସି)-୨୦୦୪ କାର୍ଯ୍ୟକାରୀ କରୁଛନ୍ତି। ନଦୀନାଳ, ହ୍ରଦ ଓ କେନାଲରେ ନୌକା ଚଳାଇବା ସକାଶେ ଡଙ୍ଗା ପଞ୍ଜୀକରଣ ସହିତ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ୍‌ ରଖିବା ବାଧ୍ୟତାମୂଳକ କରାଯାଇଛି। ଯାତ୍ରୀମାନେ ତାହାକୁ ନ ପିନ୍ଧିଲେ ଯାତ୍ରା କରିବା ଉପରେ କଟକଣା ରହିଛି। ଜଳଯାତ୍ରା ବେଳେ ଓଡ଼ିଶାର କୌଣସି ସ୍ଥାନରେ ଏହି ନିୟମ ପାଳନ ହୁଏ ନାହିଁ। ନାଉରିଆମାନେ ଲାଇଫ୍‌ ଜ୍ୟାକେଟ ବ୍ୟବସ୍ଥା କରି ନ ଥାଆନ୍ତି ଏବଂ ଲାଇସେନ୍ସ ଦେଉଥିବା କର୍ତ୍ତୃପକ୍ଷ ଏହାର ତଦାରଖ ଉପରେ ଧ୍ୟାନ ଦିଅନ୍ତି ନାହିଁ। ସବୁଠାରୁ ବିଡ଼ମ୍ବନାର କଥା ହେଲା, ଯାତ୍ରୀମାନେ ମଧ୍ୟ ନିଜର ସୁରକ୍ଷା ପାଇଁ ଲାଇଫ୍‌ ଜ୍ୟାକେଟ ଉପରେ ଜୋର ଦେଇ ନ ଥାଆନ୍ତି। ଏଭଳି ମାନସିକତା ହେଲ୍‌ମେଟ ନ ପିନ୍ଧି ଦୁଇଚକିଆ ଯାନ ଚଳାଇବା ଯାତ୍ରୀଙ୍କ ସହ ସମାନ। ନିଜ ଜୀବନ ରକ୍ଷା ପାଇଁ ନୁହେଁ, କେବଳ ପୋଲିସକୁ ଦେଖିଲେ ହେଲ୍‌ମେଟ କଥା ମନେପଡ଼େ। ଏଭଳି ସ୍ଥଳେ ଅଧିକାଂଶ ରାଜ୍ୟର ଜଳପର୍ଯ୍ୟଟନସ୍ଥଳୀକୁ ଦେଖିଲେ ବିନା ଲାଇଫ୍‌ ଜ୍ୟାକେଟରେ ସାଧାରଣତଃ ଜଳଯାତ୍ରା ସମ୍ଭବ ହୋଇ ନ ଥାଏ। ଏଥିସହିତ ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ଘଟୁଥିବା ଡଙ୍ଗାବୁଡ଼ି ଦୁର୍ଘଟଣାକୁ ଯଦି ଦେଖାଯାଏ, ତେବେ ନୌକାର କ୍ଷମତା ବହିର୍ଭୂତ ଯାତ୍ରୀ ରହିବା ଦ୍ୱାରା ଅନେକ ସମୟରେ ଅଘଟଣ ଘଟେ। ଯଦି ଝାରସୁଗୁଡ଼ାରେ ଘଟିଥିବା ଡଙ୍ଗାବୁଡ଼ି ଘଟଣାକୁ ଦେଖାଯାଏ, ସେଠାରେ କ୍ଷମତା ବହିର୍ଭୂତ ଯାତ୍ରୀ ରହିବା ସହ ସେମାନେ ଲାଇଫ୍‌ ଜ୍ୟାକେଟ ପରିଧାନକୁ ଅଣଦେଖା କରିଥିବା ବିଷୟ ପଦାକୁ ଆସିଛି। ଚିନ୍ତାର କଥା ଯେ, ଯାତ୍ରୀମାନେ ସୁରକ୍ଷାକୁ ନ ଦେଖି ବୋଟ୍‌ରେ ଠେଲାପେଲା ହୋଇ ଭିଡ଼ କରିବାକୁ ତତ୍ପର। ପୁଣି ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ, ମାଛଧରା ଡଙ୍ଗାକୁ ମାଲିକ ଯାତ୍ରୀବାହୀ ବୋଟ୍‌ରେ ପରିଣତ କରି ବ୍ୟବସାୟ କରୁଛନ୍ତି। ଏସବୁ ଦିଗକୁ ବୈଷୟିକ ଟିମ୍‌ ଯାଞ୍ଚ କରିବା କଥା। କିନ୍ତୁ ସେଥିପ୍ରତି ପ୍ରଶାସନ ସେଭଳି ଦୃଷ୍ଟି ଦେଉ ନ ଥିବା କୁହାଯାଇଥାଏ। ଅବଶ୍ୟ ସର୍ବଦା କେବଳ ପ୍ରଶାସନକୁ ଦୋଷ ଦେଲେ ହେବ ନାହିଁ। ଯେଉଁଠି ଯାତ୍ରୀ ନିଜେ ଖାତିର କରୁନାହାନ୍ତି, ସେଠାରେ ପ୍ରଶାସନ ଏସବୁ ଦିଗକୁ ଦୃଷ୍ଟି ଦେବାର ଆଶା କ୍ଷୀଣ।

ଝାରସୁଗୁଡ଼ାରେ ଘଟିଥିବା ଡଙ୍ଗାବୁଡ଼ି ଘଟଣାକୁ ଯଦି ଦେଖାଯାଏ, ସେଠାରେ କ୍ଷମତା ବହିର୍ଭୂତ ଯାତ୍ରୀ ରହିବା ସହ ସେମାନେ ଲାଇଫ୍‌ ଜ୍ୟାକେଟ ପରିଧାନକୁ ଅଣଦେଖା କରିଥିବା ବିଷୟ ପଦାକୁ ଆସିଛି । ଚିନ୍ତାର କଥା ଯେ, ଯାତ୍ରୀମାନେ ସୁରକ୍ଷାକୁ ନ ଦେଖି ବୋଟ୍‌ରେ ଠେଲାପେଲା ହୋଇ ଭିଡ଼ କରିବାକୁ ତତ୍ପର ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

ତାଳଗଛ ଓ ବଜ୍ରପାତ

ଇଂ. ମାୟାଧର ସ୍ବାଇଁ ଓଡ଼ିଶା ସରକାର ଏହି ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ରାଜ୍ୟରେ ତାଳଗଛ କାଟିବାରେ କଟକଣା ଲଗାଇଛନ୍ତି। ବନ ବିଭାଗର ବିନା ଅନୁମତିରେ...

ଗୀତାରେ ପରିବାର

ଦେବଦତ୍ତ ପଟ୍ଟନାୟକ ଭଗବଦ୍‌ ଗୀତାରେ ସମସ୍ୟା କଥାକୁ ଅତି ସ୍ପଷ୍ଟ ଭାବେ ଦର୍ଶାଯାଇଛି ଓ ଏହାର ବର୍ଣ୍ଣନା ପ୍ରଥମ ଅଧ୍ୟାୟରେ ଦେଖିବାକୁ ମିଳେ। ପରିବାରର କିଏ...

ବର୍ଷାଋତୁରେ ଶିଶୁରୋଗ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ ବର୍ଷାଋତୁ ଶିଶୁମାନଙ୍କ ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇ ନ ଥାଏ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ସମସ୍ତେ ଯେକୌଣସି ଆକସ୍ମିକ...

ଏଇ ଭାରତରେ

ଏମିତି ଘର, ଯେଉଁଠି ମଣିଷ ଓ ପକ୍ଷୀ ଉଭୟ ରହୁଛନ୍ତି। ଏମିତିକା ଘରଟିଏ ଦେଖିବାକୁ ମିଳେ ନୋଏଡାରେ। ଉକ୍ତ ଘର ଏକ ଅଶ୍ୱତ୍ଥ ଗଛ ନିକଟରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri