Posted inଜାତୀୟ

ତ୍ରିପୁରାରେ ତ୍ରିମୁଖୀ ଲଢ଼େଇ: ବିଧାନସଭାର ୬୦ ଆସନ ପାଇଁ ନିର୍ବାଚନ ଆଜି

ଅଗରତାଲା,୧୬।୨ : ଭାଜପା ଶାସିତ ତ୍ରିପୁରା ବିଧାନସଭାର ୬୦ ଆସନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯିବ। ଏହି ନିର୍ବାଚନରେ ୨୫୯ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାବେଳେ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଶାସକ ଭାଜପା ଏବଂ ଏହାର ମେଣ୍ଟ ସହଯୋଗୀ ଇଣ୍ଡିଜେନସ୍‌ ପିପୁଲ୍ସ ଫ୍ରଣ୍ଟ ଅଫ୍‌ ତ୍ରିପୁରା (ଆଇପିଏଫ୍‌ଟି) ବାମ-କଂଗ୍ରେସ ମେଣ୍ଟ ଓ ପ୍ରଦ୍ୟୋତ କିଶୋର ଦେବବର୍ମାଙ୍କ ଆଞ୍ଚଳିକ ଦଳ ତିପ୍ରା ମୋଥା ବିରୋଧରେ ଲଢ଼ି ପୁନର୍ବାର ବିଜୟୀ ହେବାକୁ ଆଶା ବାନ୍ଧିଛି। ତେଣୁ ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଏକପ୍ରକାର ନିଶ୍ଚିତ।
ନିର୍ବାଚନ କମିଶନଙ୍କଠାରୁ ମିଳିଥିବା ସୂଚନାନୁସାରେ ତ୍ରିପୁରାର ୩,୩୩୭ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ। ଏଥିରୁ ୧,୧୦୦ କେନ୍ଦ୍ରକୁ ସମ୍ବେଦନଶୀଳ ଓ ୨୮ଟିକୁ ଅତି ସମ୍ବେଦନଶୀଳ ପୋଲିଂ ଷ୍ଟେଶନ ଭାବେ ଚିହ୍ନଟ କରାଯାଇଛି। ମୋଟ ୨୮.୧୩ ଲକ୍ଷ ଭୋଟରଙ୍କ ମଧ୍ୟରୁ ୧୩.୯୮ ଲକ୍ଷ ହେଉଛନ୍ତି ମହିଳା। ଭାଜପା ୫୫ ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଆଇପିଏଫ୍‌ଟି ୬ ନିର୍ବାଚନମଣ୍ଡଳୀରେ ଲଢ଼ୁଛି। ଅନ୍ୟପକ୍ଷେ ଗୋମତି ଜିଲା ଅମ୍ପିନଗରରେ ଦୁଇ ସହଯୋଗୀ ନିଜ ନିଜ ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ଦୀର୍ଘ ବର୍ଷ ଧରି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ସାଜିଥିବା ବାମଦଳ ଓ କଂଗ୍ରେସ ଏଥର ମେଣ୍ଟ କରିଛନ୍ତି। ଭାଜପାକୁ କ୍ଷମତାଚ୍ୟୁତ କରିବା ପାଇଁ ବାମଦଳ ୪୭ ଆସନରେ ଲଢ଼ୁଥିବାବେଳେ କଂଗ୍ରେସ ୧୩ ଆସନରେ ପ୍ରାର୍ଥୀ ଦେଇଛି। ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଏମ୍‌) ୪୩ ଆସନରେ ପ୍ରାର୍ଥୀ ଦେଇଛି। ଫରଓ୍ବାଡ୍‌ ବ୍ଲକ୍‌, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ), ରିଭୋଲ୍ୟୁଶନାରି ସୋସିଆଲିଷ୍ଟ ପାର୍ଟି (ଆର୍‌ଏସ୍‌ପି) ଗୋଟିଏ ଲେଖାଏ ଆସନରେ ଲଢ଼ୁଛନ୍ତି। ରାମନଗର ସିଟ୍‌ରେ ଭାଜପାର ସୁରଜିତ ଦତ୍ତାଙ୍କ ବିରୋଧରେ ଛିଡ଼ା ହୋଇଥିବା ସ୍ବାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ରୟ ବର୍ମନଙ୍କୁ ବାମଦଳଗୁଡ଼ିକ ସମର୍ଥନ କରୁଛନ୍ତି। ୨୦୨୧ରେ ଗଠିତ ତିପ୍ରା ମୋଥା ୪୨ ଆସନରେ ପ୍ରାର୍ଥୀ ଦେଇଛି। ଏହି ଦଳର ମୁଖ୍ୟ ପ୍ରଦ୍ୟୋତ କିଶୋର ଏଥର ନିର୍ବାଚନ ଲଢ଼ୁନାହାନ୍ତି। ଭାଜପା କିମ୍ବା ବାମ-କଂଗ୍ରେସ ମେଣ୍ଟ ଏକକ ସଂଖ୍ୟାଗରିଷ୍ଠତା ଲାଭ କରିବେ ନାହିଁ ବୋଲି ପ୍ରଦ୍ୟୋତ କିଶୋର କହିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ୨୮ ଆସନରେ ପ୍ରାର୍ଥୀ ଦିଆଯାଇଛି।
ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରାଇବା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୪୦୦ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି। ଅଦ୍ୟାବଧି ୩୬ଟି ପ୍ରାକ୍‌ ନିର୍ବାଚନୀ ହିଂସା ଅଭିଯୋଗ ହୋଇଛି। ନିର୍ବାଚନର ଦିନକ ପୂର୍ବରୁ ରାଜନୈତିକ ହିଂସା ଓ ମତଦାତାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ଆଣି କଂଗ୍ରେସ ନୂଆଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି। କଂଗ୍ରେସ ପ୍ରତିନିଧି ଦଳରେ ବରିଷ୍ଠ ନେତା ମୁକୁଲ ଓ୍ବାସ୍‌ନିକ, ପବନ ଖେରା, ପ୍ରବୀଣ ଝା ପ୍ରମୁଖ ସାମିଲ ଥିଲେ। ସିପିଆଇଏମ୍‌ ଭେଟେରାନ୍‌ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର ଏଥର କ୍ଷମତାକୁ ଫେରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମାଣିକ ଶାହା ମଧ୍ୟ ଭାଜପାର ଉଜ୍ଜ୍ୱଳ ବିଜୟ ସମ୍ଭାବନା ଥିବାରୁ ପୁନଃ କ୍ଷମତା ଦଖଲ ଆଶାରେ ରହିଛନ୍ତି। ତେବେ ମାର୍ଚ୍ଚ ୨ରେ ଭୋଟ ଗଣତି ପରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri