ଗଳାକାଟି ହତ୍ୟା କରିଥିବା ଅଭିଯୁକ୍ତ ଧରାପଡ଼ିଲେ

ରାଉରକେଲା ଅଫିସ,୨୧।୧୦: ରାଉରକେଲା ସେକ୍ଟର-୧୯ ଅଞ୍ଚଳରେ ବୁଦା ଭିତରୁ ଗଳାକଟା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆକାଶ ପ୍ରଧାନ(୨୭), ଅଜୟ ଚୌଧୁରୀ(୪୭) ଏବଂ ସୁରେଶ ଚୌଧୁରୀ(୩୦)। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ଛୁରି, ୨ଟି ଦୁଇ ଚକିଆ ଗାଡି (ନଂ. ଓଡ଼ି୧୪କେ୬୬୯୦ ଓ ନଂ.ଓଡ଼ି୧୪ଏମ୮୧୭୬) ଏବଂ ଗୋଟିଏ ବୋଲେରୋ (ନଂ. ଓଡି୧୪ଡବ୍ଲୁ୪୩୮୯)କୁ ଜବତ କରିଛି।
ସୂଚନାଯୋଗ୍ୟ, ସେକ୍ଟର-୬ ସ୍ଥିତ ବିଦ୍ୟାନଗର ବସ୍ତିର ମନୋରଞ୍ଜନ ନାଗ(୨୮) ଗତ ୧୪ ତାରିଖ ରାତିରେ ସାଙ୍ଗଙ୍କ ସହ ଦୁର୍ଗାପୂଜା ବୁଲିବାକୁ ଯାଇ ଘରକୁ ଫେରି ନ ଥିଲେ। ପରଦିନ ଅର୍ଥାତ୍‌ ୧୫ ତାରିଖରେ ସେକ୍ଟର-୫ ସ୍ଥିତ ଦୀପିକା ସ୍କୁଲ ପାଖ ଏକ ବୁଦା ଭିତରେ ଗଳାକଟା ଅବସ୍ଥାରେ ମନୋରଞ୍ଜନଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏ ନେଇ ସେକ୍ଟର-୭ ଥାନାରେ ମନୋରଞ୍ଜନଙ୍କ ମା’ ଗୀତା ନାଗ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୧୨୬/୨୧) ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପୋଲିସ ଗୁରୁବାର ଅଭିଯୁକ୍ତ ଆକାଶଙ୍କୁ ମଧୁସୁଦନପାଲିରୁ ଗିରଫ କରିଛି। ହତ୍ୟା ସମୟରେ ବ୍ୟବହୃତ ଏକ ଧାରୁଆ ଛୁରି ଜବତ ହୋଇଥିବା ବେଳେ ଅଜୟଙ୍କୁ ସେକ୍ଟର-୬ ଏକତା କ୍ଲବ ବସ୍ତି ଓ ସୁରେଶଙ୍କୁ ସେକ୍ଟର-୬ ମହିମା ଆଶ୍ରମ ବସ୍ତିରୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଅଭିଯୁକ୍ତ ସୁରେଶଙ୍କ ନାମରେ ସେକ୍ଟର-୭ ଥାନାରେ ଚୋରି, ଛିନ୍‌ତାଇ, ଡକାୟତି ଭଳି ଏକାଧିକ ମାମଲା ରହିଥିବାବେଳେ ଅଜୟଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ରହିଥିବା ଥାନାଧିକାରୀ ମାନସ ରଞ୍ଜନ ସ୍ବାଇଁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟସ୍‌ ଆପ୍‌ର ଡିପିରେ ଜିଲାପାଳଙ୍କ ଫଟୋ : ମାଗୁଛନ୍ତି ଟଙ୍କା

ବୌଦ୍ଧ,୩୦।୪(ସ୍ବ.ପ୍ର.): ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଫଟୋ ହ୍ବାଟସ୍‌ ଆପ୍‌ ଡିପି ରଖି ବିଭିନ୍ନ ଅଧିକାରୀଙ୍କୁ ମେସେଜ ପଠାଇ ଟଙ୍କା ମାଗିବା ଭଳି ଏକ ସମ୍ବେଦନଶୀଳ...

୧୪ ଜଣ ଚାଷୀଙ୍କୁ ମୃତ୍ତିକା କାର୍ଡ

ଅନୁଗୋଳ ଅଫିସ୍‌, ୫।୧୨: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବିଶ୍ବ ମୃତ୍ତିକା ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା...

ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଘଟଣା: ୭ ଗିରଫ, କମ୍ପାନୀକୁ ସିଲ୍‌ କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ପଣପଣାସ୍ଥିତ ଫାଲ୍କନ କମ୍ପାନୀର ଚିଙ୍ଗୁଡ଼ି ପ୍ରୋସେସିଂ ପ୍ଲାଣ୍ଟରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଘଟଣାରେ ୭ଜଣ ଅଧିକାରୀଙ୍କୁ...

ହେଡ୍‌କ୍ୱାର୍ଟର୍ସରେ ରହିବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): କରୋନା ପାଇଁ ସାରା ରାଜ୍ୟରେ ଗତ ୬ମାସରୁ ଊର୍ଦ୍ଧ୍ୱ ହେବ ସ୍କୁଲ ବନ୍ଦ ରହିଛି। ଏବେ ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲିଥିଲେ ମଧ୍ୟ...

ଓଡ଼ିଶାରେ ଭାଜପା ପ୍ରଭାରୀ ବଂଶଲ

ଭୁବନେଶ୍ବର,୨୩।୯(ବ୍ୟୁରୋ): ଭାଜପା ପ୍ରଭାରୀ ସୁନୀଲ ବଂଶଲ ଶୁକ୍ରବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ପ୍ରଭାରୀ ବଂଶଲଙ୍କୁ ଦଳ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ୨୦୨୪...

ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା

ବୋଲଗଡ,୧୩ା୨(ଡି.ଏନ.ଏ.): ଚାଷୀମାନଙ୍କ ନ୍ୟାଯ୍ୟ ଦାବି ହାସଲ ପାଇଁ ସଂଗ୍ରାମ ଚଳାଇଥିବା ନବନିର୍ମାଣ କୃଷକ ସଙ୍ଗଠନର ନ୍ୟାୟ ଯାତ୍ରା ବୁଧବାର ବୋଲଗଡ଼ ବ୍ଲକ ସାଗରଗଁା ପଞ୍ଚାୟତରେ ପହଞ୍ଚତ୍ଥିଲା।...

ସ୍ମାର୍ଟସିଟିରେ ଦହଗଞ୍ଜ ୧୨ ବସ୍ତିର ବାସିନ୍ଦା

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଭୁବନେଶ୍ୱରକୁ ମଡେଲ ସିଟିରେ ପରିଣତ କରିବା ପାଇଁ ଯୋଜନା ପରେ ଯୋଜନା କରାଯାଉଛି। କିନ୍ତୁ ଏବେ ବି ସ୍ମାର୍ଟସିଟିରେ ରହୁଥିବା ଅନେକ ବସ୍ତିବାସିନ୍ଦା ମୌଳିକ...

ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର,୧।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ସକାଳ ୯ଟା ୩୦ରୁ ଛାତ୍ରୀଛାତ୍ରମାନେ ଲାବ୍‌ ମଧ୍ୟକୁ...

Advertisement
Archives

Model This Week