୩ ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଆନନ୍ଦପୁର,୧୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ୧, ୨ ଓ ୩ନଂ ଜିଲା ପରିଷଦ ଜୋନରେ ପ୍ରଚାର ସରଗରମ ହେବାରେ ଲାଗିଛି। ଏହି ଜୋନ ଗୁଡ଼ିକରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ଲକ୍ଷ୍ୟ କରାଯାଉଛି। ୩ ପ୍ରମୁଖ ଦଳର ପ୍ରାର୍ଥୀ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି।
୧ନଂ. ଜୋନ୍‌ ଅସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏଠାରେ ବିଜେଡିରୁ ଟିନି ରଣା, ଭାଜପାରୁ ତପସ୍ବିନୀ ମହାନ୍ତ ଓ କଂଗ୍ରେସରୁ ମୀନାରାଣୀ ବେହେରା ନିର୍ବାଚନ ଲଢ଼ୁଛନ୍ତି। କୋଡ଼ପଡ଼ା, କୋଳିମାଟି, ଗୟଳମୁଣ୍ଡା, ଧକୋଠା, ପଣସଡିହା, ବୁଢ଼ିକୁଦ, ମନୋହରପୁର ଆଦିି ପଞ୍ଚାୟତକୁ ନେଇ ଏହି ଜୋନ ଗଠିତ। ଧକୋଠା ଓ କୋଡ଼ପଡ଼ା ବ୍ୟତୀତ ଅନ୍ୟ ପଞ୍ଚାୟତଗୁଡ଼ିକରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ଅଧିକ। ପଣସଡିହା ଓ ମନୋହରପୁର ପଞ୍ଚାୟତରେ ଶାସକ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ଅଧିକ ସକ୍ରିୟ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୟଳମୁଣ୍ଡା ପଞ୍ଚାୟତର କେତେଜଣ ଶାସକ ଦଳର ନେତା ବିରୋଧୀଦଳ ସହିତ ଭିତିରି ସମ୍ପର୍କ ରଖିଥିବା ଆଲୋଚନାର ମୁଖ୍ୟ ବିଷୟ ସାଜିଛି। ୨୦୧୭ ନିର୍ବାଚନରେ ଏହି ଜୋନଟି ବିଜେଡି ଅକ୍ତିିଆର କରିଥିଲା। ଏହି ଜୋନରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ରହିଛି। ଶେଷ ମୁହୂର୍ତ୍ତରେ କଂଗ୍ରେସ ପ୍ରାର୍ଥୀ ଓଲଟପାଲଟ ପରିସ୍ଥିତି ସୃଷ୍ଟି କରିପାରନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଯୁବ ଭୋଟରମାନେ ଭାଜପା ପ୍ରତି ଆକର୍ଷିତ ହେଉଥିବାରୁ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି ୨ନଂ ଜୋନ୍‌ ଅସଂରକ୍ଷିତ ଥିବାବେଳେ ଏଠାରେ ମୁଖ୍ୟତଃ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। କଣ୍ଟିପାଳ, କାଠକଟା, ତରତରା, ବାଉଁଶଗଡ, ମୋଚିନ୍ଦା, ଶାଳବଣି ଆଦି ପଞ୍ଚାୟତର ଭୋଟର ଏହି ଜୋନର ପ୍ରାର୍ଥୀମାନଙ୍କୁ ଭୋଟ ଦେବେ। ଏଠାରେ ବିଜେଡି ପ୍ରାର୍ଥୀ ପ୍ରଚାରରେ ଆଗୁଆ ଥିବା ବେଳେ ଦଳୀୟ ବିଦ୍ରୋହ କେତେକାଂଶରେ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି।
୩ନଂ. ଜୋନ୍‌ରେ କଡ୍ଡା ଟକ୍କର ହେବାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜଳସୁଆଁ, ପଞ୍ଚୁୁପଲୀ, ବାଇଲୋ, ବେଲବାହାଳି ଓ ହରିଡ଼ାପାଳ ଆଦି ୫ ପଞ୍ଚାୟତକୁ ନେଇ ଏହି ଜୋନ୍‌ ଗଠିତ। ଏହି ଆସନଟି ଅସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏଠାରେ ମଧ୍ୟ ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଛି। ସମସ୍ତ ପ୍ରାର୍ଥୀ ବାଇଲୋ ପଞ୍ଚାୟତର ଅଟନ୍ତି। ଭାଜପାରୁ ଅସୀମା ମିଶ୍ର, ବିଜେଡିରୁ ଉର୍ମିଳା ସାହୁ ଓ କଂଗ୍ରେସରୁ ସୁକାନ୍ତି ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୭ ନିର୍ବାଚନରେ ଏହି ଜୋନ୍‌ ଓଲଟପାଲଟ ପରିସ୍ଥିତି ସୃଷ୍ଟି କରିଥିଲା। ବେଲବାହାଳିର କୁଶେଇ ସେତୁ ଘଟଣାକୁ ନେଇ ଶାସକ ଦଳ ବିରୋଧରେ ଜନମତ ଯାଇଥିଲା। ଯାହାର ପରିଣାମ ସ୍ବରୂପ ସନାତନ ମହାକୁଡ଼ଙ୍କ ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ପ୍ରଭାକର ସାହୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ସନାତନ ମହାକୁଡ ବିଜେଡିକୁ ସମର୍ଥନ କରୁଥିବା ବେଳେ ଗୋଳିଆ ପାଣିରୁ ଫାଇଦା ନେବାକୁ ଭାଜପା ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?