୩ ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ଆନନ୍ଦପୁର,୧୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ ୧, ୨ ଓ ୩ନଂ ଜିଲା ପରିଷଦ ଜୋନରେ ପ୍ରଚାର ସରଗରମ ହେବାରେ ଲାଗିଛି। ଏହି ଜୋନ ଗୁଡ଼ିକରେ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ଲକ୍ଷ୍ୟ କରାଯାଉଛି। ୩ ପ୍ରମୁଖ ଦଳର ପ୍ରାର୍ଥୀ ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି।
୧ନଂ. ଜୋନ୍‌ ଅସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏଠାରେ ବିଜେଡିରୁ ଟିନି ରଣା, ଭାଜପାରୁ ତପସ୍ବିନୀ ମହାନ୍ତ ଓ କଂଗ୍ରେସରୁ ମୀନାରାଣୀ ବେହେରା ନିର୍ବାଚନ ଲଢ଼ୁଛନ୍ତି। କୋଡ଼ପଡ଼ା, କୋଳିମାଟି, ଗୟଳମୁଣ୍ଡା, ଧକୋଠା, ପଣସଡିହା, ବୁଢ଼ିକୁଦ, ମନୋହରପୁର ଆଦିି ପଞ୍ଚାୟତକୁ ନେଇ ଏହି ଜୋନ ଗଠିତ। ଧକୋଠା ଓ କୋଡ଼ପଡ଼ା ବ୍ୟତୀତ ଅନ୍ୟ ପଞ୍ଚାୟତଗୁଡ଼ିକରେ ଆଦିବାସୀ ଭୋଟରଙ୍କ ସଂଖ୍ୟା ଅଧିକ। ପଣସଡିହା ଓ ମନୋହରପୁର ପଞ୍ଚାୟତରେ ଶାସକ ଦଳର ଅସନ୍ତୁଷ୍ଟ ଗୋଷ୍ଠୀ ଅଧିକ ସକ୍ରିୟ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଗୟଳମୁଣ୍ଡା ପଞ୍ଚାୟତର କେତେଜଣ ଶାସକ ଦଳର ନେତା ବିରୋଧୀଦଳ ସହିତ ଭିତିରି ସମ୍ପର୍କ ରଖିଥିବା ଆଲୋଚନାର ମୁଖ୍ୟ ବିଷୟ ସାଜିଛି। ୨୦୧୭ ନିର୍ବାଚନରେ ଏହି ଜୋନଟି ବିଜେଡି ଅକ୍ତିିଆର କରିଥିଲା। ଏହି ଜୋନରେ ମୁଖ୍ୟତଃ ବିଜେଡି ଓ ଭାଜପା ମଧ୍ୟରେ ଲଢ଼େଇ ହେବାର ସମ୍ଭାବନା ଥିଲେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ଭୂମିକା ଗୁରୁତ୍ୱପୁର୍ଣ୍ଣ ରହିଛି। ଶେଷ ମୁହୂର୍ତ୍ତରେ କଂଗ୍ରେସ ପ୍ରାର୍ଥୀ ଓଲଟପାଲଟ ପରିସ୍ଥିତି ସୃଷ୍ଟି କରିପାରନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ଯୁବ ଭୋଟରମାନେ ଭାଜପା ପ୍ରତି ଆକର୍ଷିତ ହେଉଥିବାରୁ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି ୨ନଂ ଜୋନ୍‌ ଅସଂରକ୍ଷିତ ଥିବାବେଳେ ଏଠାରେ ମୁଖ୍ୟତଃ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। କଣ୍ଟିପାଳ, କାଠକଟା, ତରତରା, ବାଉଁଶଗଡ, ମୋଚିନ୍ଦା, ଶାଳବଣି ଆଦି ପଞ୍ଚାୟତର ଭୋଟର ଏହି ଜୋନର ପ୍ରାର୍ଥୀମାନଙ୍କୁ ଭୋଟ ଦେବେ। ଏଠାରେ ବିଜେଡି ପ୍ରାର୍ଥୀ ପ୍ରଚାରରେ ଆଗୁଆ ଥିବା ବେଳେ ଦଳୀୟ ବିଦ୍ରୋହ କେତେକାଂଶରେ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହୋଇଛି।
୩ନଂ. ଜୋନ୍‌ରେ କଡ୍ଡା ଟକ୍କର ହେବାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜଳସୁଆଁ, ପଞ୍ଚୁୁପଲୀ, ବାଇଲୋ, ବେଲବାହାଳି ଓ ହରିଡ଼ାପାଳ ଆଦି ୫ ପଞ୍ଚାୟତକୁ ନେଇ ଏହି ଜୋନ୍‌ ଗଠିତ। ଏହି ଆସନଟି ଅସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଏଠାରେ ମଧ୍ୟ ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେଉଛି। ସମସ୍ତ ପ୍ରାର୍ଥୀ ବାଇଲୋ ପଞ୍ଚାୟତର ଅଟନ୍ତି। ଭାଜପାରୁ ଅସୀମା ମିଶ୍ର, ବିଜେଡିରୁ ଉର୍ମିଳା ସାହୁ ଓ କଂଗ୍ରେସରୁ ସୁକାନ୍ତି ସାହୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୨୦୧୭ ନିର୍ବାଚନରେ ଏହି ଜୋନ୍‌ ଓଲଟପାଲଟ ପରିସ୍ଥିତି ସୃଷ୍ଟି କରିଥିଲା। ବେଲବାହାଳିର କୁଶେଇ ସେତୁ ଘଟଣାକୁ ନେଇ ଶାସକ ଦଳ ବିରୋଧରେ ଜନମତ ଯାଇଥିଲା। ଯାହାର ପରିଣାମ ସ୍ବରୂପ ସନାତନ ମହାକୁଡ଼ଙ୍କ ସମର୍ଥନରେ ସ୍ବାଧୀନ ପ୍ରାର୍ଥୀ ପ୍ରଭାକର ସାହୁ ନିର୍ବାଚିତ ହୋଇଥିଲେ। ଚଳିତ ନିର୍ବାଚନରେ ସନାତନ ମହାକୁଡ ବିଜେଡିକୁ ସମର୍ଥନ କରୁଥିବା ବେଳେ ଗୋଳିଆ ପାଣିରୁ ଫାଇଦା ନେବାକୁ ଭାଜପା ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ରେ ପଶ୍ଚିମ ଓଡ଼ିଶା ବନ୍ଦ: ସାମିଲ ହେବନି କଳାହାଣ୍ଡି ଓକିଲ ସଂଘ

ଭବାନୀପାଟଣା, ୩୧।୧ (ଡି.ଏନ୍‌.ଏ.): ଫେବୃୟାରୀ ୫ ତାରିଖରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରା ପାଇଁ ଓକିଲ ସଂଘ ନିଷ୍ପତ୍ତି ନେଇଥିବା ବେଳେ ଏହି ବନ୍ଦରେ କଳାହାଣ୍ଡି...

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ନୀଳମାଧବ ଜୀଉ

ଖଣ୍ଡପଡ଼ା,୯ା୧୧(ସ୍ବ.ପ୍ର.): କାର୍ତ୍ତିକ ଏକାଦଶୀ ଶୁକ୍ରବାରଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଶ୍ରୀ ନୀଳମାଧବ ଜୀଉଙ୍କୁ ବିଭିନ୍ନ ବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି। ଏହି ଅବସରରେ ଆଜି ସକାଳ...

ସୁରକ୍ଷା ପାଇଁ ସରକାରୀ ଜମିରେ ଗଛ ଲଗାଇବାକୁ ଦାବି

ରଘୁନାଥପୁର,୩୦ା୭ (ଡି.ଏନ୍‌.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ତାରପୁର ବେଲବଣଠାରୁ ଜଇପୁର ଦସୁଆଦଣ୍ଡା ପର୍ଯ୍ୟନ୍ତ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱରେ ଥିବା ସରକାରୀ ଜମି ରହିଛି। ଏହି...

କାଜୁ ଫ୍ୟାକ୍ଟ୍ରି ସିଲ୍‌ କଲା ପ୍ରଶାସନ

ପୁରୁଷୋତ୍ତମପୁର,୨୩।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭୂତସରସିଙ୍ଗି ଠାରେ ଥିବା କାଜୁ ଫ୍ୟାକ୍ଟ୍ରିରେ କୋଭିଡ୍‌ ଆଇନକୁ ସମ୍ପୂର୍ଣ୍ଣ ରୂପେ ଉଲ୍ଲଂଘନ କରି ଶତାଧିକ ମହିଳା...

ଉତ୍କଳିକାର ୱେବ୍‌ସାଇଟ୍‌ ଲୋକାର୍ପିତ

ଭୁବନେଶ୍ୱର, ୫।୬(ବ୍ୟୁରୋ): କରୋନା ପରିସ୍ଥିତି ପାଇଁ ବର୍ଷେ ହେବ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀମାନେ...

ସିଲେଇ ପ୍ରଶିକ୍ଷିକାରୁ ଜିଲାପରିଷଦ ଅଧ୍ୟକ୍ଷା

ସୁନ୍ଦରଗଡ଼,୧୩।୩(ଡି.ଏନ୍‌.ଏ.) ସୁନ୍ଦରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ଭାବେ କୁନ୍ତୀ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ସକାଶେ ସଂରକ୍ଷିତ ଜିଲା ପରିଷଦ ପଦ...

ରାଜ୍ୟସ୍ତରୀୟ ରଗ୍‌ବୀ ଫୁଟବଲ୍‌: ମୟୂରଭଞ୍ଜକୁ ସଫଳତା

ବାରିପଦା ଅଫିସ,୨୭ା୧୨- ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ୍‌ ବାଳିକା ଓ ବାଳକ ବର୍ଗର ରଗ୍‌ବୀ ଫୁଟବଲ୍‌ ପ୍ରତିଯୋଗିତା ଚଳିତ ମାସ ୨୨ ଓ...

ରଣପୁରର ବିକାଶ ଲାଗି ପ୍ରତିଶ୍ରୁତି

ରଣପୁର,୨୬।୮(ସ୍ବ.ପ୍ର.): ରଣପୁରସ୍ଥିତ ମା’ ମଣିନାଗଙ୍କ ପାନ୍ଥନିବାସରେ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟିର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ରବିବାର ଏକ ଖବରଦାତା ସମ୍ମିଳନୀ...

Advertisement
Archives

Model This Week