Posted inଜାତୀୟ

ୟୁପି ଜେଲ୍‌ରେ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା

ଚିତ୍ରକୂଟ,୧୪।୫: ଉତ୍ତରପ୍ରଦେଶର ଚିତ୍ରକୂଟ ଜେଲ୍‌ରେ ଶୁକ୍ରବାର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ବିଚାରାଧୀନ କଏଦୀ ପ୍ରାଣ ହରାଇଛନ୍ତି। ଅନଶୁଲ୍‌ ଦୀକ୍ଷିତ ନାମକ କଏଦୀ ଗ୍ୟାଙ୍ଗଷ୍ଟର ମୁକିମ୍‌ କାଲାଙ୍କ ଉପରକୁ ଗୁଳି ଚଳାଇବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଗୁଳିମାଡ଼ରେ ଆହତ ମିରାଜୁଦ୍ଦିନ ନାମକ ଅନ୍ୟ ଜଣେ ଅପରାଧୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ମାଫିଆ ଡନ୍‌ ତଥା ବିଏସ୍‌ପି ବିଧାୟକ ମୁକ୍ତାର ଅନ୍‌ସାରୀଙ୍କ ଘନିଷ୍ଠ ହେଉଛନ୍ତି ମିରାଜୁଦ୍ଦିନ। ଦୀକ୍ଷିତଙ୍କୁ ଆତ୍ମସମର୍ପଣ ପାଇଁ ପୋଲିସ କହିଥିଲା। ସେ ଆତ୍ମସମର୍ପଣ ନ କରିବାରୁ ପୋଲିସ ଗୁଳିରେ ନିହତ ହୋଇଛନ୍ତି। ଜେଲ୍‌ ପରିସରକୁ କିପରି ଅସ୍ତ୍ର ଆସିଲା ତା’ର ତଦନ୍ତ କରାଯିବ ବୋଲି ଚିତ୍ରକୂଟ ଏସ୍‌ପି ଅଙ୍କିତ୍‌ ମିତ୍ତଲ କହିଛନ୍ତି। ଜେଲ୍‌ ଭିତରେ ଜଣେ ଗ୍ୟାଙ୍ଗଷ୍ଟର ଅନ୍ୟ ଜଣେ ଗ୍ୟାଙ୍ଗଷ୍ଟରକୁ ହତ୍ୟା କରିବା ଏହା ଦ୍ୱିତୀୟ ଘଟଣା। ୨୦୧୮ ଜୁଲାଇରେ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀଙ୍କୁ ସୁନିଲ ରାଠି ନାମକ ଅନ୍ୟ ଜଣେ ଅନ୍ତେବାସୀ ବାଗପତ୍‌ ଜେଲ୍‌ରେ ଗୁଳିକରି ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୧୨ ଛୁଇଁଲା: ମୃତ୍ୟୁ ସଂଖ୍ୟା ୧୦; ୪୪ ହେଲେଣି ସୁସ୍ଥ

ନୂଆଦିଲ୍ଲୀ,୨୪।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଭାରତରେ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

କରୋନା ଯୋଗୁ ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ବନ୍ଦ: ଏପ୍ରିଲ୍‌ ୧ରୁ ହେବ ଆରମ୍ଭ

ନୂଆଦିଲ୍ଲୀ,୯।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଲିଗଡ଼ ବିଶ୍ୱବିଦ୍ୟାଳୟରେ ମାର୍ଚ୍ଚ ୧୫ରୁ ହେବାକୁଥିବା ପରୀକ୍ଷାକୁ ବନ୍ଦ କରି ଦିଆଯାଇଛି। ଏହା ଏପ୍ରିଲ୍‌ ୧ରୁ ଆରମ୍ଭ ହେବ...

ହାଇକମାଣ୍ଡଙ୍କୁ ପ୍ରଶ୍ନ କଲେ ସିବଲ

ନୂଆଦିଲ୍ଲୀ,୨୯ ।୯: ପଞ୍ଜାବ କଂଗ୍ରେସରେ ଚାଲିଥିବା ସଂଘର୍ଷକୁ ନେଇ ଏବେ ସାରା ଦେଶରେ କଂଗ୍ରେସ ପାର୍ଟି ଚିନ୍ତାରେ ପଡିଯାଇଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ...

ଅଲୋଡ଼ା ପାଇଲଟ୍‌: ଅପରେଶନ୍‌ ଲୋଟସ୍‌-୨ରୁ ଦୂରରେ !

ଜୟପୁର, ୨୦।୯: ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ପୁଣି ସମସ୍ୟା ସୃଷ୍ଟି କରିବା ଲାଗି ଭାଜପା ପୁଣି ଅଣ୍ଟା ଭିଡ଼ିବା ଆରମ୍ଭ କରିଛି। ଏଥିରେ ଭାଜପା...

ଚାଷୀଙ୍କ ପ୍ରତି ସମ୍ମାନ ନାହିଁ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଜୟପୁର/ଚଣ୍ଡିଗଡ଼,୧୬ା୧:ଚାଷୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦୌ ସମ୍ମାନ ନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କୁ ପ୍ରତିହତ କରିବା ଲାଗି ମୋଦି ଉଦ୍ୟମ ଚଳାଇଛନ୍ତି।...

ଜେଲ୍‌ରୁ ମୁକୁଳିବା ପରେ ହସ୍ପିଟାଲ ଗଲେ ନବନୀତ

ମୁମ୍ବାଇ,୫।୫: ହନୁମାନ ଚାଳିଶା ବିବାଦକୁ ନେଇ ଗିରଫ ହୋଇଥିବା ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଦୀର୍ଘ ୧୨ ଦିନ ପରେ ଗୁରୁବାର ଜେଲ୍‌ରୁ ମୁକୁଳିଛନ୍ତି।...

ଲାଲ୍‌କିଲ୍ଲା ହିଂସା ନେଇ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ,୨୯।୧(ପି.ଟି.): ସାଧାରଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଲାଲ୍‌କିଲ୍ଲାରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଏହି ହିଂସାରେ ସମ୍ପୃକ୍ତ କୃଷକଙ୍କ ବିରୋଧରେ ଦିଲ୍ଲୀ ପୋଲିସ ଦେଶଦ୍ରୋହ ଏବଂ...

ଶାହରୁଖଙ୍କ ଶାଶୁଙ୍କ ଫାର୍ମ ହାଉସ୍‌ ଉପରେ ଲାଗିଲା ୩କୋଟି ଟଙ୍କାର ଜରିମାନା

ମୁମ୍ବାଇ,୨୮।୨: ବଲିଉଡ୍‌ ବାଦଶାହ ଶାହରୁଖ ଖାଁଙ୍କ ଶାଶୁ ସବିତା ଛିବାଙ୍କ ଫାର୍ମ ହାଉସ୍‌ ଉପରେ ୩କୋଟି ଟଙ୍କାର ଜରିମାନା ଲାଗିଥିବା ଜଣାପଡ଼ିଛି। ଡେଜା ବୁ ଫାମର୍‌ସ...

Advertisement
Archives

Model This Week