Posted inଜାତୀୟ

କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ପରିବାରର ୩ ମୃତ

ଚେନ୍ନାଇ,୨୮।୬: କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର ଇରୋଡରେ । ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଆର୍‌.କଲ୍ୟାଣସୁନ୍ଦରମ୍‌ ଏବଂ ସାବରି।

ପୋଲିସ ସୂଚନା ମୁତାବକ, ଇରୋଡର ସ୍ଥିତ କୀଜଭାନି ଗ୍ରାମର ଆର୍‌.କଲ୍ୟାଣସୁନ୍ଦରମ୍‌ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ କରୁଙ୍ଗୁଣ୍ଡାନଭାଲାସୁ ଗ୍ରାମର କରପୁପାନ କାଉଣ୍ଡରଙ୍କ ନିକଟରୁ କିଛି ମାସ ତଳେ ୧୫ ଲକ୍ଷ ଟଙ୍କା ଧାର ନେଇଥିଲା । ହେଲେ ପରବର୍ତ୍ତୀ ସମୟରେ ଆର୍‌.କଲ୍ୟାଣସୁନ୍ଦରମ୍‌ ଟଙ୍କା ଫେରସ୍ତ କରିବାକୁ ଅସମର୍ଥ ହୋଇଥିଲେ। ଏନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଥିରେ ପ୍ରତିଶୋଧ ପରାୟଣ ହୋଇ କଲ୍ୟାଣସୁନ୍ଦରମ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଏପରି କି କରପୁପାନଙ୍କ ପରିବାରକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ ସାବରି ନାମକ ଜଣେ ଯୁବକଙ୍କ ସହାୟତା ନେଇଥିଲେ। ସାବରି ସ୍ବାସ୍ଥ୍ୟକର୍ମୀ ଭାବେ ନିଜକୁ ପରିଚୟ ଦେଇ କୋଭିଡ୍‌ ଆରୋଗ୍ୟ ବଟିକା ଦେବାପାଇ କରପୁପାନଙ୍କ ଘରେ ପହଞ୍ଚିଥିଲେ। ପରେ ସେ କରପୁପାନଙ୍କ ପରିବାର ୪ଜଣଙ୍କୁ ବଟିକା ଦେଇଥିଲେ।

ବଟିକା ଖାଇବା ପରେ କରପୁପାନ, ତାଙ୍କର ସ୍ତ୍ରୀ ମଲ୍ଲିକା, ଝିଅ ଦୀପା ଓ ପରିବାର ସହାୟିକା କୁପାଲ ଗୁରୁତର ହୋଇପଡ଼ିଥିଲେ। ପରବର୍ତ୍ତୀ ସମୟରେ ବିଷ କ୍ରିୟାରେ ମଲ୍ଲିକା, ଦୀପା ଓ କୁପଲଙ୍କ ମୃତ୍ୟୁ ଘଟିଥିବା ବେଳେ କାରୁପାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ପରେ ଅଭିଯୁକ୍ତ କଲ୍ୟାଣସୁନ୍ଦରମ ଓ ସାବରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%

ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ...

ଏମତିି ଟୋପି ଗରମ ହେଲେ ଚାଲିବ ଫ୍ୟାନ ରାତିରେ ଜଳିବ ଲାଇଟ୍‌

ଶିମଲା,୨୫।୬: ସାରା ଦେଶରେ ଗୀଷ୍ମର ଲହରୀ ଜାରି ରହିଛି। ଏଥିଯୋଗୁ ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଛି। ବାହାରକୁ ଗଲେ ଟାଣ ଖରା ଓ ଗୁଳଗୁଳିରେ...

ବିମାନ ଚଳାଚଳ କ୍ଷେତ୍ର ପାଇଁ ଆସିଲା ଏସ୍‌ଓପି

ନୂଆଦିଲ୍ଲୀ,୧୩।୫: ଲକ୍‌ଡାଉନ ପରେ ବିମାନ ଚଳାଚଳକୁ ସୁରକ୍ଷିତ କରିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ନେବାକୁ ଯୋଜନା କରାଯାଇଛି। ଏଥିଲାଗି...

ଚନ୍ଦ୍ରୟାନ-୩ର ମଜା ଉଡାଇବା ଅଭିନେତାଙ୍କୁ ପଡ଼ିଲା ମହଙ୍ଗା: ମାମଲା ରୁଜୁ

ନୂଆଦିଲ୍ଲୀ,୨୨।୮: ଚନ୍ଦ୍ରୟାନ-୩ ମିଶନକୁ ନେଇ ଟୁଇଟ୍‌ କରି ଫସିଯାଇଛନ୍ତି ଅଭିନେତା ପ୍ରକାଶ ରାଜ। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ ହୋଇଛି। ପ୍ରକାଶ ରାଜ ଏକ୍ସରେ...

ପୁନିତଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ସୁରକ୍ଷା ଲୋଡା

ବେଙ୍ଗାଲୁରୁ,୭।୧୧: କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ଅକାଳ ବିୟୋଗକୁ ସପ୍ତାହରେ ଊର୍ଦ୍ଧ୍ୱ ସମୟ ବିତି ସାରିଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଏହାକୁ ସହଜେ ଗ୍ରହଣ କରିପାରୁ...

ଜୁଲାଇ ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୪।୬: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଶେଷ ହୋଇପାରେ ବୋଲି ମଙ୍ଗଳବାର ଏକ ସୂତ୍ରରୁ କୁହାଯାଇଛି।...

ଯୋଗୀ ସରକାରଙ୍କୁ କେନ୍ଦ୍ରର ଚେତାବନୀ, ବକେୟା ନଦେଲେ ବିଦ୍ୟୁତ୍‌ କଟାଯିବ…

ନୂଆଦିଲ୍ଲୀ, ୨୧।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ ାଚେତାବନୀ ଦିଆଯାଇଛି। ରାଜ୍ୟ ସରକାର 9692 କୋଟି ଟଙ୍କାର...

ଦିଲ୍ଲୀରୁ ପଞ୍ଜାବ ସବୁଠି ପ୍ରଦର୍ଶନ: ଟ୍ରାକ୍ଟରରେ ନିଆଁ ଲଗାଇଲେ ଅନ୍ନଦାତା

ନୂଆଦିଲ୍ଲୀ, ୨୮।୯: କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ସଂଶୋଧିତ କୃଷି ଆଇନକୁ ଅନ୍ନଦାତାମାନେ ବିରୋଧ କରିଛନ୍ତି। ଦିଲ୍ଲୀରୁ ଆରମ୍ଭ କରି ପଞ୍ଜାବ ପର୍ଯ୍ୟନ୍ତ କୃଷକମାନେ ବିକ୍ଷୋଭ...

Advertisement
Archives

Model This Week