Posted inଜାତୀୟ

ପଞ୍ଜାବରେ ଗ୍ୟାଙ୍ଗ୍‌ ଓ୍ବାର ଆଶଙ୍କା, ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି..

ଚଣ୍ଡିଗଡ଼, ୨୪।୮ : ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏବଂ ଜଗୁ ଭଗବାନପୁରିଆ ସେମାନଙ୍କ କୋର୍ଟରେ ହାଜର ହେବା ସମୟରେ ଆକ୍ରମଣ ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଞ୍ଜାବର ଡିଜିପି ଗୌରବ ଯାଦବଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି। ମନ୍ତ୍ରଣାଳୟ ଚିଠିରେ କହିଛି ଯେ ଆମେ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇଛୁ ଯେ ଦଭିନ୍ଦର ବାମ୍ବିହା ଗ୍ୟାଙ୍ଗ୍‌ ସହ ଜଡିତ ଗ୍ୟାଙ୍ଗଷ୍ଟରମାନେ ଲରେନ୍ସ ଏବଂ ଜଗୁଙ୍କୁ କୋର୍ଟର ଶୁଣାଣି ସମୟରେ ଆକ୍ରମଣ କରିପାରନ୍ତି।

ଏହାସହ ଏଥିରେ କୁହାଯାଇଛି ଯେ ଆକ୍ରମଣକାରୀମାନେ ଜଣେ ଆଇନଜୀବୀ କିମ୍ବା କୋର୍ଟ କର୍ମଚାରୀଙ୍କ ବେଶଭୂଷାରେ ଏହି ଆକ୍ରମଣ କରିପାରନ୍ତି। ପୋଲିସ ସୂତ୍ର ଅନୁଯାୟୀ, ମନ୍ତ୍ରଣାଳୟର ଇନପୁଟରେ ଏହା ମଧ୍ୟ କୁହାଯାଇଛି ଯେ ଭଟିଣ୍ଡା ଜେଲରେ ସରାଜ ସିଂ ସିନ୍ଧୁଙ୍କ ଉପରେ ଆକ୍ରମଣ ପରେ ବମ୍ବିହା ଗ୍ୟାଙ୍ଗ ବର୍ତ୍ତମାନ ଲରେନ୍ସ ଏବଂ ଜଗୁଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି।

ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ବମ୍ବିହା ଗ୍ୟାଙ୍ଗ ଏଭଳି ଆକ୍ରମଣ କରିପାରନ୍ତି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚିଠିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମ ପୋଲିସକୁ ସଫଳତା, ଅଲକାଇଦା-ଏବିଟିର ୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ…

ଗୁଆହାଟୀ, ୨୧।୮ : ଆସାମ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଶନିବାର ବିଳମ୍ବିତ ରାତିରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ...

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍‌ ସେଲିବ୍ରିଟି, ସ୍ପୋର୍ଟସ୍‌ ପର୍ସନ୍‌ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି। ଏହି କ୍ରମରେ ରେସଲର ଦଲିପ ସିଂ...

କେନ୍ଦ୍ର ସମନ ଜାରି କରିଥିବା ଅଧିକାରୀଙ୍କୁ ସମ୍ମାନ ଦେଲେ ମମତା

କୋଲକାତା,୨୯ ।୧୨: ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କିଛିଦିନ ହେବ ବିବାଦ ଲାଗି ରହିଛି । ଏବେ ଏହା ଆହୁରି ବଢିବାରେ ଲାଗିଛି...

ରାଜୌରୀରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର, ୨୬।୫: ଜମ୍ମୁ-କଶ୍ମୀର ରାଜୌରୀ ଜିଲାର ନୌସେରା ସେକ୍ଟରରେ ରବିବାର ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ପୋଷ୍ଟ ଉପରକୁ...

ଘରୋଇ ସହାୟିକା-ସହାୟକଙ୍କ ପାଇଁ କେନ୍ଦ୍ର ସରକାର ଆଣିବେ ନୂଆ ଆଇନ: ମିଳିବ ଭବିଷ୍ୟ ନିଧି ସୁବିଧା

ନୂଆଦିଲ୍ଲୀ,୨୫।୬: ଘରୋଇ ସହାୟିକା-ସହାୟକଙ୍କ ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନୂଆ ଆଇନ ଆଣିବେ। ଏହାଦ୍ୱାରା ସେମାନଙ୍କର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ। ଏନେଇ ଶ୍ରମ...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ଶୀତ ଦିନେ ଖାଆନ୍ତୁ ଏହି ସାଲାଡ୍‌…

ମୂଳାର ଅନେକ ଔଷଧୀୟ ଗୁଣ ରହିଛି। ଶୀତଦିନେ ମୂଳା ସାଲାଡ୍‌ ଖାଇଲେ ବହୁ ସିଜିନାଲ୍‌ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଫ୍ୟାଟ ନ ଥିବାରୁ ଏହା...

ମୋଦି ସରକାରଙ୍କୁ ବଦନାମ କରିବା ଲାଗି କୃଷକ ସଂଗଠନ ପକ୍ଷରୁ ହୋଇଥିଲା ଷଡ଼ଯନ୍ତ୍ର: ୩,୨୨୪ ପୃଷ୍ଠାର ଚାର୍ଜଶିଟ୍‌…

ନୂଆଦିଲ୍ଲୀ,୨୭।୫: ଜାନୁୟାରୀ ୨୬ରେ କୃଷକ ସଂଗଠନ ପକ୍ଷରୁ ଲାଲ୍‌କିଲ୍ଲାକୁ ନିଜ କବ୍‌ଜାକୁ ନେବା ଲାଗି ଯୋଜନା କରାଯାଇଥିଲା। ଯାହାଦ୍ୱାରା ସେଠାରେ କୃଷକମାନେ ସହଜରେ ଧାରଣା ଦେଇପାରିବେ।...

ପାଚେରି ତଳେ ଚାପି ହୋଇ ୪ ଶିଶୁ ମୃତ

ପାଟନା,୪।୮: ବିହାର ଧୋରାଇୟା ଅଞ୍ଚଳରେ ଥିବା ବାଙ୍କାରେ ରବିବାର ଏକ ମାଟି ପାଚେରି ଭୂଷୁଡି ଯିବାରୁ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ଅନ୍ୟ...

Advertisement
Archives

Model This Week